• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆତ୍ମସମର୍ପଣ ପରେ ବିଜେପି ନେତା ଜଗା ପ୍ରଧାନ ଗିରଫ । ଆତ୍ମସମର୍ପଣ କରିବା ପରେ ଗିରଫ ନେଇ ସୂଚନା ଦେଲେ ଡିସିପି । କହିଲେ FIR ଓ ପୀଡ଼ିତଙ୍କ ବୟାନ ଆଧାରରେ ଗିରଫ ହୋଇଛି । ଜଗନ୍ନାଥ ପ୍ରଧାନ ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି । BMC ମାମଲାରେ ଗିରଫଦାରି ସଂଖ୍ୟା ୬କୁ ବଢ଼ିଲା ।

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ହୋଇଛି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ ।

ଜଗା ପ୍ରଧାନଙ୍କ ଗିରଫ ପରେ ବାଣୀବିହାର ଛକରେ ଧାରଣା ଦେଇଥିଲେ ଜଗାଙ୍କ ସମର୍ଥକ । ସେପଟେ ଆନ୍ଦୋଳନରୁ ଓହରିଲା OAS ସଂଘ । ଏନେଇ OAS ସଂଘ ସଭାପତି ଜ୍ୟୋତି ମିଶ୍ର ସୂଚନା ଦେଇଛନ୍ତି ।

BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଲାଗି ହଟଚମଟ ରହିଥିଲା । ଜୁନ୍ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ହୋଇଥିଲା । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିଲେ BMC କର୍ମଚାରୀ । ଖାରବେଳନଗର ଥାନାରେ ରତ୍ନାକର ସାହୁ ଏତଲା ଦେଇଥିଲେ ।

ଖାରବେଳନଗର ଥାନାରେ ଏଫଆଇଆର ପରେ ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସହ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଫିସ୍ ରେ ପଶି ଆକ୍ରମଣ ଘଟଣାରେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ ଗିରଫ ହୋଇଥିଲେ । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗୋଟିଏ ହାତରେ ତାଳି ବାଜେନି କହି ରତ୍ନାକରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଥିଲେ ଜଗା । ମୋଦିଙ୍କ ପ୍ରୋଗ୍ରାମକୁ ମହିଳାଙ୍କୁ ନେବାରୁ ସ୍ବଚ୍ଛସାଥୀଙ୍କୁ ରତ୍ନାକର ନିଲମ୍ବନ କରିଥିଲେ ବୋଲି ଜଗା ପ୍ରଧାନ କହିଥିଲେ ।

ଜଗନ୍ନାଥଙ୍କ ଗିରଫ ଦାବିରେ ସମୂହ ଛୁଟିରେ ଯାଇଥିଲେ OAS ଓ ORS ଅଧିକାରୀ । ପରେ ଆଉ ୨ ଆରେଷ୍ଟ ସହ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ହୋଇଥିଲା । ଘଟଣାରେ ୫ ଜଣଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛି ବିଜେପି ।

ସୋମବାର BMC ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ।

ଓଟିଭି ବିଜ୍ଞାପନ