Advertisment

Khandagiri Mela: ସାବାଡ୍ ହେବେ କି ସାହୁ ଭାଉଜ, ଉତୁରିବ କି ନିଶାଙ୍କ ଅଶ୍ଲୀଳ ନିଶା ?

ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ବିବାଦୀୟଙ୍କୁ ଖଣ୍ଡଗିରି ବାରଣ

ଖଣ୍ଡଗିରି ମାଘ ମେଳାରେ ଅଶ୍ଲୀଳ ନୃତ୍ୟ ଅଭିନୟକୁ ନା । ସେ ନିଶା ମହାରଣା ହୁଅନ୍ତୁ ଅବା ରାନୀ ପ୍ରିୟଦର୍ଶିନୀ, ଅଥବା ମଞ୍ଚର ସାହୁ ଭାଉଜ । ଏଭଳି ତଥାକଥିତ ଆଇଟମ୍ ଗର୍ଲମାନଙ୍କୁ ବାରଣ କରିଛି ଯାତ୍ରା କମିଟି । ଏପରିକି ପୋଲିସ ବି ଲଗାଇଛି ଲଗାମ୍ । କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି, ଏମାନେ । ଅପରପକ୍ଷେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ବିରୋଧରେ ଆଇନ ଆଣିବାକୁ କହିଥିବା ରାଜ୍ୟ ସରକାର କେବେ ଆଇନ ଆଣିବେ, ଉଠିଛି ପ୍ରଶ୍ନ ।

Advertisment

ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି । କାରଣ ନୃତ୍ୟ ପ୍ରଦର୍ଶନ ନାଁରେ ଅତି ଆପତ୍ତିଜନକ ଭାବେ ଅଙ୍ଗ ପ୍ରଦର୍ଶନକୁ ନେଇ ନାନା ଅଘଟଣ ଏବଂ ଅସନ୍ତୋଷ ପରେ ଏଭଳି ତଥାକଥିତ ଆଇଟମ ଗର୍ଲଙ୍କ ପାଦରେ ପଡ଼ିଛି ବେଡି । ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଚଢିପାରିବେନି ବିବାଦୀୟ ତଥାକଥିତ ଆଇଟମ ଗର୍ଲ । ଖଣ୍ଡଗିରି ଯାତ୍ରା ମହାସମର ପୂର୍ବରୁ ସମସ୍ତ ଯାତ୍ରା କମିଟି, ଯାତ୍ରା ପରିବେଷଣ ପାଇଁ ଆସୁଥିବା ମାଲିକଙ୍କ ସହ ପୋଲିସ ସହ ଆଲୋଚନା ପରେ ମିଳିତ ଭାବେ ଏଭଳି ନୀତିଗତ ନିଷ୍ପତ୍ତି ହୋଇଛି । ପୋଲିସ ବି ଯାତ୍ରା ପାଇଁ ଅନୁମତିପତ୍ରରେ ଏଭଳି କିଛି ସର୍ତ୍ତ ରଖିଥିବା କହିଛି । ଯଦି ଏହାର କିଏ ଉଲଂଘନ କରନ୍ତି, ତେବେ ସଂପୃକ୍ତ ଯାତ୍ରା କମିଟି ବିରୋଧରେ ଆକ୍ସନ ନେବାକୁ ଦେଇଛି କଡ଼ା ଚେତାବନୀ ।

ଅଧିକ ପଢ଼ନ୍ତୁ: ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ; ବିରଳ କଳାବାଘକୁ ବି ଛାଡ଼ିଲେନି

Advertisment

ଏକଥା ସତ ଯେ, ଯାତ୍ରାକୁ ନେଇ ଦର୍ଶକଙ୍କ ମଧ୍ୟରେ ଯେତିକି ଉତ୍ସାହ ବଢିଛି ଅଶ୍ଲୀଳ ନୃତ୍ୟକୁ ନେଇ ସେତିକି ବିରୋଧ ବି ବଢ଼ିଛି । ଏଇ ଯେମିତି ଯାଜପୁର କୋରେଇ ଅଞ୍ଚଳର ଘଟଣା । ତଥାକଥିତ ଆଇଟମ୍ ଗର୍ଲ ନିଶା ମହାରଣା ମଞ୍ଚ ଉପରେ ଯେଭଳି ଅଙ୍ଗ ପ୍ରଦର୍ଶନ କଲେ, ଶେଷରେ ଦର୍ଶକ ଗ୍ୟାଲେରୀରୁ ଏମିତି ଚେୟାର ଉଡ଼ିଆସି ମାଡ଼ ହେଲା ଯେ, ସିଧା ନିଶାଙ୍କ ମୁଣ୍ଡରେ ବାଜିଲା । ସେଭଳି ଗତ ଡିସେମ୍ବର ୨୯ରେ ମାଲକାନଗିରି ଯାତ୍ରା ମଞ୍ଚ ଉପରେ ଥାନାବାବୁଙ୍କ ସାମ୍ନାରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ କରି କେଶ୍ ଖାଇବାକୁ ପଡ଼ିଲା ଭାଗ୍ୟଶ୍ରୀ ସାହୁ ଓରଫ ସାହୁ ଭାଉଜଙ୍କୁ। ନୃତ୍ୟ ପ୍ରଦର୍ଶନ ନାଁରେ ଅଙ୍ଗପ୍ରଦର୍ଶନ କରି ରାନୀ ପ୍ରିୟଦର୍ଶନୀ ମଧ୍ୟ ଦର୍ଶକଙ୍କ ପକ୍ଷରୁ ଏକାଧିକ ସ୍ଥାନରେ ବିରୋଧର ଶିକାର ହୋଇଛନ୍ତି। ଆଉ ଏବେ ମାଘ ସପ୍ତମୀରୁ ଆରମ୍ଭ ହେଉଥିବା ଖଣ୍ଡଗିରି ଯାତ୍ରା ମହାସମରରେ ଏମାନଙ୍କୁ ନ ଡାକିବା ପାଇଁ ନିଷ୍ପତ୍ତି ପରେ ବି ମାନିବାକୁ ନାରାଜ ନିଶା । ଆଉ ରାନୀ। କହିଛନ୍ତି, ଯେମିତି ହେଲେ ବି ଖଣ୍ଡଗିରି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବୁ ।

ଯାତ୍ରାମଞ୍ଚ ଉପରେ ଏଭଳି ତଥାକଥିତ ଅଭିନେତ୍ରୀମାନଙ୍କ ନୃତ୍ୟ ଦେଖିବାକୁ ନିର୍ଦ୍ଦିଷ୍ଟ କିଛି ଦର୍ଶକ ରାତି ଅନିଦ୍ରା ହେଉଛନ୍ତି, ମାଲିକମାନେ ମଧ୍ୟ ମାଲାମାଲ୍ ହେଉଛନ୍ତି । ଫଳରେ ଯାତ୍ରାମଂଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବଢ଼ୁଥିବାବେଳେ ଏସବୁ ଉପରେ ରୋକ୍ ଲଗାଇବା ପାଇଁ ନିୟମ ଆଣିବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର।

ଏଥର ଖଣ୍ଡଗିରି ଯାତ୍ରା କମିଟି ପକ୍ଷରୁ ଅଶ୍ଳୀଳ ଅଭିନୟ କିମ୍ବା ନୃତ୍ୟ ବିରୋଧରେ ଉଲ୍ଲେଖନୀୟ ନିଷ୍ପତ୍ତି ନେଆଯାଇଥିବାବେଳେ ଯାତ୍ରାପାର୍ଟି ଗୁଡ଼ିକ ବିରୋଧରେ କେବେ ନିର୍ଦ୍ଦେଶାବଳି ଆଣୁଛନ୍ତି ରାଜ୍ୟ ସରକାର, ତାକୁ ଅପେକ୍ଷା ।

ଅଧିକ ପଢ଼ନ୍ତୁ: ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ

Khandagiri Mela Bhubaneswar Jatra Artist
Advertisment
Advertisment