Advertisment

Melanistic Tiger Killed: ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ; ବିରଳ କଳାବାଘକୁ ବି ଛାଡ଼ିଲେନି

ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ।

author-image
Sonali Ojha
ଅଦ୍ୟତନ ହୋଇଛି
undefined

melanistic tiger

ପୁଣି ବାଘ ଶିକାରୀଙ୍କ ଚରାଭୂଇଁ ପାଲଟୁଛି ଶିମିଳିପାଳ ! ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରୁ ଦୁଇ ଦୁଇଟି ମହାବଳ ଶିକାର ପରେ ଅଭୟାରଣ୍ୟରେ ବ୍ୟାଘ୍ର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି। ସବୁଠୁ ବଡ଼ କଥା ହେଉଛି ଏବେ ଶିକାରୀଙ୍କ ଟାର୍ଗେଟରେ ଶିମିଳିପାଳର ବିରଳ କଳାବାଘ।

Advertisment

ବିରଳ କଳାବାଘ ବି ଛାଡ଼ିଲେନି, ଗୁଳି ମାରି ଛାଲ ଉତାରି ଦେଲେ। ହେଲେ ବିଡ଼ମ୍ବନା- ଧରାପଡ଼ି କୋର୍ଟଚାଲାଣର ୨ଦିନ ପରେ ସାମ୍ନାକୁ ଆସୁଛି ଖବର । ଶିମିଳିପାଳରେ ବାଘବଂଶ ବଢ଼ାଇବାକୁ ମହାରାଷ୍ଟ୍ରରୁ ଦୁଇ ଦୁଇଟି ବାଘୁଣୀ ଅଣାଯାଇଛି। ହେଲେ ଏଆଇ କ୍ୟାମେରା, ଘନ ଘନ ରେଡ୍, ତଥାକଥିତ ଦକ୍ଷ ବନ କର୍ମଚାରୀଙ୍କ ପାଟ୍ରୋଲିଂ ସତ୍ତ୍ବେ ବି କେମିତି ଶିକାରୀଙ୍କ ଚରାଭୂଇଁ ପାଲଟୁଛି ଶିମିଳିପାଳ ଇଏ ତାରି ପ୍ରମାଣ। ମାସକ ଭିତରେ ଦୁଇ ଦୁଇଟି ମହାବଳ ବାଘ ଛାଲ ଜବତ। ଡିସେମ୍ବର ୨୩ରେ ଶିମିଳିପାଳ ଅଭୟାରଣ୍ୟ ଅଧିନସ୍ଥ ସୋର ଅଞ୍ଚଳରୁ ଏକ ପ୍ରାପ୍ତବୟସ୍କ ରୟାଲ୍ ବେଙ୍ଗଲ ଟାଇଗର ଛାଲ ଡିଲ୍ ବେଳେ ବାଲେଶ୍ବର ବନ ବିଭାଗ ୧୧ ଜଣଙ୍କୁ ମାଡ଼ି ବସିଥିଲା, ଆଉ ଏବେ ଶିକାରୀ ହାବୁଡ଼ରେ ପଡ଼ି ଜୀବନ ଦେଇଛି ଏ ବିରଳ କଳାବାଘ।

ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ। ତେବେ ଗତ ଡିସେମ୍ବରରେ ବାଘ ଶିକାର ଘଟଣାରେ ଗିରଫ ଅଭିଯୁକ୍ତଙ୍କଠୁ ଜବତ୍ ବାଘ ନଖ ଆଧାରରେ ଏ କଳାବାଘ ଛାଲ ପାଖରେ ବନବିଭାଗ ପହଞ୍ଚିଥିଲା ଏବଂ ଏଇ ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆରସିସିଏଫ୍। ହେଲେ କଳାବାଘଟିକୁ କେବେ ଶିକାର କରାଯାଇଛି, ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

Advertisment

ଅଧିକ ପଢନ୍ତୁ: ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ

୨୦୨୪ ବାଘ ଗଣନା ତଥ୍ୟ କହୁଛି, ଦେଶର ଏକମାତ୍ର ଅଭୟାରଣ୍ୟ ଭାବେ ଶିମିଳିପାଳରେ ୧୩ଟି ବିରଳ ମେଲାନିଷ୍ଟିକ୍ ବା କଳାବାଘ ସହ ଥିଲେ ୨୭ଟି ମହାବଳ। ତେବେ ଇନବ୍ରିଡିଂରୁ ହେଉଥିବା କଳାବାଘ ସଂଖ୍ୟା ବୃଦ୍ଧିକୁ ରୋକିବାକୁ ନିକଟରେ ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀ ଆଣିଛି ବନ ବିଭାଗ। ହେଲେ ଏଯାଏଁ ମିଶନ୍ ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ି ନଥିଲା ବେଳେ ମାସକ ଭିତରେ ଦୁଇ ଦୁଇଟି ମହାବଳ ଶିକାର ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ବିଶେଷଜ୍ଞଙ୍କ କହିବା କଥା ଶିକାରୀଙ୍କ ପ୍ରାଦୁର୍ଭାବକୁ ସମୂଳେ ନାଶ ପାଇଁ ଗୃହ ବିଭାଗ ସହାୟତାରେ ବନ ବିଭାଗ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ୍ କରିବାର ଆବଶ୍ୟକତା ରହିଛି। କଳାବାଘ ଶିକାର ମାମଲାରେ ୧୦ଜଣ ଗିରଫ ହୋଇଥିଲେ ବି ଆହୁରି ଦୁଇ ଅଭିଯୁକ୍ତଙ୍କ ପାଖରେ ଏଯାଏଁ ପହଞ୍ଚିପାରିନି ବନବିଭାଗ।

ଅଧିକ ପଢନ୍ତୁ: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଜିଲ୍ଲାରେ ଲାଗୁ...

Similipal Tiger Reserve
Advertisment
Advertisment