Advertisment

NHRC Questions KISS: ୨୦୧୭ରୁ କିସ୍‌ରେ କାହିଁକି ହୋଇନି CWC ସୁପାରିଶ ଅନୁପାଳନ?

କିସ୍‌ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ ।

undefined

କାହିଁକି ହୋଇନି CWC ସୁପାରିଶ ଅନୁପାଳନ?

Advertisment

କିସ୍‌ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ । ହେଲେ ତାର କାହିଁକି ହୋଇନି ଅନୁପାଳନ ? ସେ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠୁ ସ୍ପଷ୍ଟୀକରଣ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ ।

Advertisment

ସେହିଭଳି ପିଲାଙ୍କ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ପ୍ରତି ଧର୍ମ, ଜାତୀୟତା ଓ ଲିଙ୍ଗ ବର୍ଣ୍ଣ ଆଦି ପାତରଅନ୍ତର ରୋକିବା ସମ୍ପର୍କରେ କିସ୍‌ର ୟୁଜିସି ଗାଇଡଲାଇନ୍ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ରିପୋର୍ଟ ଦେବାକୁ ୟୁଜିସି ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ । ଏପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଏନଏଚଆରସିଙ୍କ ପାଖରୁ ନିର୍ଦ୍ଦେଶନାମା ଆସିଥିବା କଥା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି। ସେଠୁ ଯାହା ବି ନିର୍ଦ୍ଦେଶନାମା ଆସିବ ତାକୁ ପାଳନ କରାଯିବ ।

ଅଧିକ ପଢନ୍ତୁ: ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

Advertisment

ତେବେ ଯେଉଁ ଏନଜିଓ ମାନେ ଆଦିବାସୀ ଓ ଆବାସିକ ହଷ୍ଟେଲ ଚଳାଉଛନ୍ତି, ସେଠି ପିଲାଙ୍କ ଆନୁସଙ୍ଗିକ ସୁବିଧା ସୁଯୋଗର ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନର ଏକ ମନିଟରିଂ ଇନ୍ସପେକ୍ସନ କମିଟି ରହିଛି । ସେମାନଙ୍କଠାରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଯାଇ ଉକ୍ତ ହଷ୍ଟେଲ ଗୁଡ଼ିକୁ ଅନୁଦାନ ପାଇଁ ପ୍ରସ୍ତାବ ଯାଇଥାଏ । କିନ୍ତୁ, ଏବର୍ଷ ଅଦ୍ୟାବଧି କୌଣସି ଛାତ୍ରାବାସର ରିନ୍ୟୁ କରାଯାଇ ନାହିଁ । ଜିଲ୍ଲା ପ୍ରଶାସନର ଇନ୍ସପେକ୍ସନ ଟିମ୍ ନିଜେ ଗ୍ରାଉଣ୍ଡକୁ ଯାଇ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ପାଳନ ହେଉଥିବା ଅନୁଭବ କରିବା ସହ ସିଡବ୍ଲୁସିର ଆନୁସଙ୍ଗିକ ସ୍ଥିତିର ପର୍ଯ୍ୟବେକ୍ଷଣ ରିପୋର୍ଟକୁ ବିଚାରକୁ ନିଆଯାଇ ନବୀକରଣ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଏହି ଘଟଣାରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, କିସ୍ କୁ ନେଇ ଏନଏଚଆରସି ଯାହା ରିପୋର୍ଟ ଦେଇଛନ୍ତି ସରକାର ତାର ଅନୁଧ୍ୟାନ କରିବେ ଓ ଯେ କୌଣସି ପଦକ୍ଷେପ ନେବାକୁ ଦରକାର ହୁଏ, ତାହା ଗ୍ରହଣ କରିବେ । ଅପରପକ୍ଷେ ୨୦୧୭ରୁ ୨୦୨୫, ଦୀର୍ଘ ୮ବର୍ଷ ପରେ ମଧ୍ୟ କିସ୍ ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା ସିଡବ୍ଲୁସିର ସୁପାରିଶ ପାଳନ ନହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ CWC ସଦସ୍ୟ ବେଣୁଧର ସେନାପତି ।

Advertisment

ବେଣୁଧର ସ୍ପଷ୍ଟ ଭାବେ କହିଛନ୍ତି ୨୦୧୭ ମସିହାରେ ସେମାନେ କିସ୍ କୁ ଅନୁଧ୍ୟାନ ପାଇଁ ଯିବାବେଳେ ସେଠିକାର ପିଲାମାନେ କିଭଳି ଆବଶ୍ୟକ ପରିମାଣର ଟଏଲେଟ୍ ଓ ଖାଦ୍ୟ ସହ ଉତ୍ତମ ରହଣୀ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିଥିଲେ । ସେ ରିପୋର୍ଟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ଦେଇଥିଲେ । ତା'ସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ମୁତାବକ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁସାରେ ବି କିସ୍ ପଞ୍ଜିକୃତ ହୋଇନଥିବା ଦର୍ଶାଇଥିଲେ, ହେଲେ ଏତେବର୍ଷ ପରେ ବି ସେଥିରେ ସୁଧାନର ନଆସିବା ନେଇ ଏନଏଚଆରସି ଟିମ୍ ମଧ୍ୟ ଅନୁଭବ କରିବା ଦୁଃଖଦାୟକ । ତେଣୁ ସରକାର ତୁରନ୍ତ କିସ୍ କୁ ଜେଜେ ଆକ୍ଟ ରେ ପଞ୍ଜିକରଣ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଧିକ ପଢନ୍ତୁ: କିଟ୍ କାଣ୍ଡର ସାଂଘାତିକ ସତ, କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ

Bhubaneswar Odisha NHRC KISS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ