/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752062193.jpg)
Doctor Missing
ଡାକ୍ତର ଜଣକ ହସ୍ପିଟାଲରୁ ଘରକୁ ବାହାରିଲେ । ଫୋନ୍ କରି କହିଲେ ଘରକୁ ଯାଉଛି, ଖାଇବା ରେଡି କରି ରଖିଥା । କିନ୍ତୁ ତା ପରେ ନିଖୋଜ ହୋଇଗଲେ । ଏବେ ସୁଦ୍ଧା ମିଳିନି ତାଙ୍କର ପତ୍ତା ।
ଏହି ୩୨ ବର୍ଷୀୟ ଯୁବ ଡାକ୍ତରଜଣକ ହେଉଛନ୍ତି ମୁମ୍ୱାଇର ଡାକ୍ତର ଓମକାର କାବିତକେ । ସେ ଜଣାଶୁଣା ଜେଜେ ହସ୍ପିଟାଲରେ କାମ କରନ୍ତି । ଗତ ୭ ତାରିଖ ଦିନ ସଂଧ୍ୟାରେ ସେ ଡ୍ୟୁଟି ସାରି ଘରକୁ ବାହାରିଥିଲେ । କାର୍ ଡ୍ରାଇଭ୍ କରି ଆସୁଥିଲେ । ତାଙ୍କ ମାଆଙ୍କୁ ଫୋନ୍ କରି କହିଲେ, ମୁଁ ବାହାରି ଗଲିଣି । ଗଲେ ରାତ୍ରୀ ଭୋଜନ କରିବି । ଖାଇବା ପ୍ରସ୍ତୁତ କରି ରଖିଥା । ତା ପରେ ସେ ମୁମ୍ୱାଇ ଟ୍ରାନ୍ସ ହାର୍ବର ଲିଙ୍କରେ କାର୍ ସାଇଡ୍ କଲେ । କଣ ଭାବିଲେ କେଜାଣି ପାଣିକୁ ଡେଇଁ ପଡିଲେ ।
ସଂଧ୍ୟା ୯ଟା ୪୩ ମିନିଟରେ ପୋଲିସ କଣ୍ଟ୍ରୋଲ ରୁମକୁ ଖବର ଆସିଲା କେହି ଜଣେ ଟ୍ରାନ୍ସ ହାର୍ବର ଲିଙ୍କରୁ ପାଣିକୁ ଡେଇଁ ପଡିଛନ୍ତି । ଏହି ଲିଙ୍କ୍ ମୁମ୍ୱାଇ ଓ ନଭି ମୁମ୍ୱାଇକୁ ସଂଯୋଗ କରିଥାଏ । ଏହାକୁ ଅଟଳ ସେତୁ ବୋଲି କୁହାଯାଏ ।
କିଛଇ ସମୟ ଭିତରେ ପୋଲିସ ଟିମ୍ ସେଠାରେ ପହଞ୍ଚିଥିଲା । ସେଠାରେ ଏକ କାର୍ ଥିଲା ଓ କାର୍ ଭିତରେ ଗୋଟିଏ ଆଇଫୋନ୍ ଥିଲା । ପୋଲିସ କାରର ଡିଟେଲ୍ସ ଓ ଫୋନର ଡିଟେଲ୍ସ ବାହାର କଲା । ଏହି କାର୍ ଓ ଫୋନ୍ ଡାକ୍ତର ଓମକାର କାବିତକେଙ୍କର ବୋଲି ଜଣାପଡିଥିଲା । ସେବେ ଠାରୁ ପୋଲିସ ଓ କୋଷ୍ଟ ଗାର୍ଡ ଏହି ଡାକ୍ତରଙ୍କୁ ଖୋଜାଖୋଜି କରୁଛି । କିନ୍ତୁ ସଫଳତା ମିଳିନାହିଁ । ଏହି ଘଟଣା ସଂପର୍କରେ ଯଦି କାହା ପାଖରେ କିଛି ତଥ୍ୟ ଅଛି, ଶେୟାର କରିବା ପାଇଁ ପୋଲିସ୍ ଜନସାଧାରଣଙ୍କୁ ନିବେଦନ କରିଛି । ଏ ସଂପର୍କରେ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)