/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752058871.jpg)
Bengal MP Mahua Moitra Warns Odisha
ଓଡ଼ିଶା ସରକାରଙ୍କୁ ଧମକାଇଲେ ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର।ଝାରସୁଗୁଡ଼ାରେ ୪୨୧ ଶ୍ରମିକ ଅଟକ ଘଟଣାକୁ ନେଇ ଜାରି କଲେ ଭିଡିଓ।କହିଲେ ଏମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି । ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକଙ୍କ ସହ ୪୨୧ ବେଙ୍ଗଲି ଅଟକ ଅଛନ୍ତି । ବେଆଇନ ଭାବେ ଝାରସୁଗୁଡ଼ା ଓରିଏଣ୍ଟ ପୋଲିସ ଷ୍ଟେସନ ଅଟକ ରଖିଛି ।
ଆହୁରି କହିଛନ୍ତି ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି।୫୦ ପ୍ରତିଶତ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାର ହୋଟେଲରେ ରହୁଛନ୍ତି, ଏଠାକାର ରେସ୍ତୋରାଁରେ ଖାଉଛନ୍ତି।ବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି ।ଏଭଳି କହି ପର୍ଯ୍ୟଟକ ନଆସିବା ଧମକ ପରୋକ୍ଷ୍ୟରେ ଦେଇଛନ୍ତି ମହୁଆ।
ଖାଲି ଏତିକି ନୁହେଁ ଅଟକ ଶ୍ରମିକଙ୍କୁ ଯଦି ତୁରନ୍ତ ଛଡ଼ାନଯାଏ ତାହେଲେ ମାମଲା ହେବ।ସେମାନେ ଏକୁଟିଆ ନାହାନ୍ତି ସେମାନଙ୍କ ପାଇଁ କୋର୍ଟର ଦ୍ବାରସ୍ତ ହେବେ ବୋଲି TMC ସାଂସଦ ମୋହୁଆ ମୈତ୍ର ନିଜ ଭିଡିଓରେ କହିଛନ୍ତି।ଶ୍ରମିକଙ୍କୁ ଛାଡ଼ିବାକୁ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପିଙ୍କୁ ଅପିଲ୍ କରିଛନ୍ତି।
ଦୁଇ ଦିନ ତଳେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ଏଥିରେ ମହୁଆଙ୍କ ନିର୍ବାଚନମଣ୍ଡଳି କିଷ୍ଣନଗରରୁ ବି କିଛି ଶ୍ରମିକ ଥିବା ସୂଚନା ରହିଛି।...ଯାଞ୍ଚ ପରେ ଏମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ IG ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)