Advertisment

Namo Express Way: ପଶ୍ଚିମ ସହ ଯୋଡି ହେବ ଦକ୍ଷିଣାଞ୍ଚଳ, ନିର୍ମାଣ ହେବ ନମୋ ଏକ୍ସପ୍ରେସ୍ ୱେ

ମୋହନ ସରକାରଙ୍କ ନୂଆ ପରିକଳ୍ପନା। ରାଜ୍ୟର ପଶ୍ଚିମାଞ୍ଚଳରୁ ଦକ୍ଷିଣାଞ୍ଚଳକୁ ଯୋଡ଼ିବାକୁ ଆରମ୍ଭ ହେବ ନମୋ ଏକ୍ସପ୍ରେସ ୱେ। ଏଥିପାଇଁ ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

author-image
Saroj Kumar Jena
undefined

Namo

ମୋହନ ସରକାରଙ୍କ ନୂଆ ପରିକଳ୍ପନା। ରାଜ୍ୟର ପଶ୍ଚିମାଞ୍ଚଳରୁ ଦକ୍ଷିଣାଞ୍ଚଳକୁ ଯୋଡ଼ିବାକୁ ଆରମ୍ଭ ହେବ ନମୋ ଏକ୍ସପ୍ରେସ ୱେ। ଏଥିପାଇଁ ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କୁହାଯାଉଛି ବ୍ରହ୍ମପୁରରୁ ସମ୍ବଲପୁର ଯାଏଁ ନିର୍ମାଣ ହେବ ନମୋ ଏକ୍ସପ୍ରେସ ୱେ। ଏପଟେ ବିଭିନ୍ନ ଯୋଜନାରୁ ବିଜୁଙ୍କ ନାମ ହଟାଇବା ପରେ ଏକ୍ସପ୍ରେସ ୱେ ରୁ ବିଜୁ ନାମ କାଟିବା ଚର୍ଚ୍ଚାକୁ ନେଇ ତେଜିଛି ରାଜନୀତି। ଏହା ସରକାରଙ୍କ ହୀନ ମାନସିକତା ବୋଲି ବିଜେଡି କହିଥିବା ବେଳେ ବିଜେପି କହିଛି ଅଯଥା ରାଜନୀତି ନହେଇ ବିକାଶ ହେଉ।

Advertisment

ଅଧିକ ପଢ଼ନ୍ତୁ: ୟୁପିରେ ବିବାହ, ହନିମୁନ ପାଇଁ ସିକ୍କିମ ଯାଇ ନିଖୋଜ

ଆଉ ବିଜୁ ନୁହଁ ଓଡ଼ିଶାରେ ନିର୍ମାଣ ହେବ ନମୋ ଏକ୍ସପ୍ରେସ୍ ୱେ। ପଶ୍ଚିମରୁ ଦକ୍ଷିଣାଞ୍ଚଳକୁ ଯୋଡ଼ିବ ଏହି ଏକ୍ସପ୍ରେସ୍। ଏପଟେ ବିଜୁ ଏକ୍ସପ୍ରେସ ୱେ ନାମ ପରିବର୍ତ୍ତନ ନେଇ ତେଜିଲା ରାଜନୀତି। ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୋହନ ସରକାର ଅନେକ ନିଷ୍ପତ୍ତି ନେଉଥିବା ବେଳେ, ଓଡ଼ିଶା ରାସ୍ତା ସଂଯୋଗୀକରଣରେ ଏଭଳି ଏକ ପ୍ରକଳ୍ପର ପରିକଳ୍ପନା କରି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜୁନ୍ ୧୬ ତାରିଖ ସୁଦ୍ଧା ଏନେଇ ପ୍ରାଥମିକ ପ୍ରସ୍ତୁତି ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି, ନମୋ ଏକ୍ସପ୍ରେସ ୱେ ବ୍ରହ୍ମପୁରରୁ ସମ୍ବଲପୁରକୁ ସଂଯୋଗ କରିବ। ପ୍ରାୟ ୭ ହଜାର କୋଟି ବ୍ୟୟରେ ଜାତୀୟ ରାଜପଥ ପ୍ରାଧୀକରଣ ସହଯୋଗରେ ଏହାର ନିର୍ମାଣ ହେବ। ଯଦିଓ ଏଯାଏଁ ଡିପିଆର୍ ପ୍ରସ୍ତୁତ ହୋଇ ନାହିଁ, କିନ୍ତୁ ଖୁବ୍ ଶୀଘ୍ର ଏହାକୁ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ।

ମାର୍ଚ୍ଚ ୨୦୨୩ରେ ରାଉରକେଲାରୁ କୋରାପୁଟ ଯାଏଁ ବିଜୁ ଏକ୍ସପ୍ରେସ ୱେ'ର ଶୁଭାରମ୍ଭ କରିଥିଲେ ବିଜେଡି ସରକାର। ଏବେ ସୁଦ୍ଧା ରାଉରକେଲାରୁ ସମ୍ବଲପୁର ଦେଇ କଳାହାଣ୍ଡିର ଧର୍ମଗଡ଼ ଆମ୍ବପାଣି ଯାଏଁ ପ୍ରାୟ କାମ ସରିଥିବା ବେଳେ କଳାହାଣ୍ଡିରୁ କୋରାପୁଟ ଚାନ୍ଦିଲି ଯାଏଁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଯାହାର ମୋଟ୍ ଦୂରତା ୬୫୦ କିଲୋମିଟର। ଅନ୍ୟପଟେ ନୂଆ ସରକାର ଆସିବା ପରେ ବ୍ରହ୍ମପୁରରୁ କୋରାପୁଟକୁ ନୂଆ ଗ୍ରୀନଫିଲ୍ଡ ରାଜପଥ କରିବା ନେଇ ପରିକଳ୍ପନା କରାଯାଇଛି। ଯଦିଓ ନମୋ ଏକ୍ସପ୍ରେସ ୱେ ନିର୍ମାଣ ନେଇ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି, ତେବେ ବ୍ରହ୍ମପୁରରୁ କୋରାପୁଟ ନୂଆ ରାସ୍ତାକୁ ନମୋ ଏକ୍ସପ୍ରେସ ୱେ ନାଁ ଦିଆଯିବ ନା ପୂର୍ବରୁ ହୋଇଥିବା ରାଉରକେଲାରୁ କୋରାପୁଟ ଏବଂ କୋରାପୁଟରୁ ବ୍ରହ୍ମପୁର ଯାଏଁ ହେବାକୁ ନୂଆ ରାସ୍ତାକୁ ମିଶାଇ ନମୋ ଏକ୍ସପ୍ରେସ ୱେ ଭାବେ ନାମିତ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସବୁ କଥାରୁ ବିଜୁ ନାଁ ହଟାଇବାକୁ ଉଦ୍ୟମ ହେଉଛି। ଏହା ସରକାରଙ୍କୁ ହୀନ ମାନସିକତା। ବିଜେପି କହିଛି ରାଜନୀତି ନକରି ବିକାଶକୁ ସ୍ବାଗତ କରନ୍ତୁ।

Advertisment

ମୋହନ ସରକାରଙ୍କ ବର୍ଷକ ଭିତରେ ୨୪ ବର୍ଷର ବିଜେଡି ସରକାରର ପ୍ରଚାର ପ୍ରସାରକୁ ଧକ୍କା ଦେବା ଏକ ସଫଳତା ବୋଲି ବି କୁହାଯାଉଛି। ବିଭିନ୍ନ ଯୋଜନାରୁ ନବୀନ ଏବଂ ବିଜୁଙ୍କ ନାମ ହଟାଇବାରେ ସଫଳ ହୋଇଛନ୍ତି ମୋହନ। ତେବେ ବିଜୁ ବନାମ ନମୋ ଏକ୍ସପ୍ରେସ ୱେ ପ୍ରସଙ୍ଗ କେଉଁ ମୋଡ ନେଉଛି ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଯାଜପୁର ଜିଲ୍ଲାରେ ବ୍ୟାପଛି ଡାଇରିଆ, ୨ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ

Arun Sahoo State Highway Mohan Majhi
Advertisment
Advertisment