Advertisment

NAC Demand: ଡେଉଁଛି NAC ମାନ୍ୟତା ଆନ୍ଦୋଳନ ନିଆଁ, କେଉଁଠି ବନ୍ଦ ପାଳନ ତ କେଉଁଠି ରାସ୍ତାରୋକ

ବଲାଙ୍ଗିର ଜିଲ୍ଲା  ବେଲପଡ଼ାକୁ NAC ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ...ବଲାଙ୍ଗିର-କଣ୍ଟାବାଞ୍ଜି ରାସ୍ତା ଅବରୋଧ...ବାଲେଶ୍ବର ଜିଲ୍ଲା ବାଲିଆପାଳରେ ବି ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ, ସମସ୍ତଙ୍କ ଦାବି ଏବଂ ଯୁକ୍ତି, ଆନୁସଙ୍ଗିକ ଭିତ୍ତିଭୂମି ଦୃଷ୍ଟିରୁ ଆମ ସହର ବି NAC ମାନ୍ୟତା ପାଇବା ପାଇଁ ଯୋଗ୍ୟ।

author-image
Manasranjan Mohanty
NAC

NAC

ଚାରିଆଡ଼େ ଡେଉଁଛି NAC ଦାବି ନିଆଁ। ଅଗଷ୍ଟ ୧୫ରେ ୨୧ଟି NAC ଗଠନର ପ୍ରସ୍ତାବ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ୭ ଜିଲ୍ଲାରେ ୧୨ ନୂଆ NACର ଡ୍ରାଫ୍ଟ ନୋଟିସ୍ ପରଠୁ ଜାରି ରହିଛି ଛକାପଞ୍ଝା। ବଳକା ୯ ଏନଏସି କେଉଁଠି ହେବ, ତାକୁ ନେଇ କଳ୍ପନା ଜଳ୍ପନା ଭିତରେ କେଉଁଠି ବନ୍ଦ ପାଳନ ତ ଆଉ କେଉଁଠି ରାସ୍ତାରୋକ ସହ ନାରାବାଜି କରି ନିଜ ନିଜ ଅଞ୍ଚଳକୁ NAC ମାନ୍ୟତା ଦାବିରେ ଅଡ଼ିବସିଛନ୍ତି ଲୋକେ। ତେବେ ଆସନ୍ତା ୩୧ ସ୍ବାୟତ୍ତ ଶାସନ ଦିବସରେ ବଳକା ୯ NACର ନାଁ ଘୋଷଣା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିବା ପରେ କାହା କପାଳରେ NAC ଶିକା ଛିଣ୍ଡିବ, ତାକୁ ନେଇ ବଢ଼ିଛି ଚର୍ଚ୍ଚା।... 

Advertisment

ମୁଖ୍ୟମନ୍ତ୍ରୀଙ୍କ NAC ପ୍ରସ୍ତାବ ସଂପର୍କରେ ଘୋଷଣା ପରଠୁଁ ଚାରିଆଡ଼େ ଛକାପଞ୍ଝା। ପ୍ରସ୍ତାବିତ ୨୧ଟି ମଧ୍ୟରୁ ବଳକା ୯ ଏନଏସି ଆଶାରେ ରାଜ୍ୟର ଅନେକ ଛୋଟ ମୋଟ ସହରବାସୀ। ୨୧ ମଧ୍ୟରୁ ୭ ଜିଲ୍ଲାର ୧୨ଟି ସହରକୁ ନୂଆ NAC ପାଇଁ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। କିନ୍ତୁ ଆଶା ବାନ୍ଧି ବଞ୍ଚିତ ହୋଇଥିବା ଅନେକ ଛୋଟ ମୋଟ ସହରବାସୀ ଏବେ ଆନ୍ଦୋଳନର ମୈଦାନରେ।

ବଲାଙ୍ଗିର ଜିଲ୍ଲା  ବେଲପଡ଼ାକୁ NAC ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ...ବଲାଙ୍ଗିର-କଣ୍ଟାବାଞ୍ଜି ରାସ୍ତା ଅବରୋଧ...ବାଲେଶ୍ବର ଜିଲ୍ଲା ବାଲିଆପାଳରେ ବି ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ, ସମସ୍ତଙ୍କ ଦାବି ଏବଂ ଯୁକ୍ତି, ଆନୁସଙ୍ଗିକ ଭିତ୍ତିଭୂମି ଦୃଷ୍ଟିରୁ ଆମ ସହର ବି NAC ମାନ୍ୟତା ପାଇବା ପାଇଁ ଯୋଗ୍ୟ।

Advertisment

ଜନସାଧାରଣଙ୍କ ଏହି ଦାବିର ରାଜନୈତିକ ଫାଇଦା ପାଇଁ ବି ପଲିଟିକାଲ୍ ପାର୍ଟି ବି NAC ନିଆଁରେ ଘିଅ ଢାଳୁଛନ୍ତି। କେନ୍ଦ୍ରାପଡ଼ା ରାଜକନିକାକୁ ଏନଏସି ମାନ୍ୟତା ଦାବି କରି ଶୋଭାଯାତ୍ରା ସହ କନିକା ତହସିଲ ଅଫିସକୁ ଘେରାଉ କରିଥିଲା କଂଗ୍ରେସ। ଆଉ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲା ଦାବିପତ୍ର। ତେଣେ ଆସନ୍ତାକାଲି ବିଜେଡି ସକାଳ ୬ରୁ ଦିନ ୧୨ଟା ଯାଏଁ ଖୋର୍ଦ୍ଧା ବେଗୁନିଆରେ ବନ୍ଦ ଡାକରା ଦେଇଛି। ଅପରପକ୍ଷେ ବେଗୁନିଆ ବିକାଶ ପରିଷଦର କହିବା କଥା, ବେଗୁନିଆ ଏବଂ ବୋଲଗଡ଼କୁ NAC ପାଇଁ ଘୋଷଣା କରିଥିଲା ପୂର୍ବ ବିଜେଡି ସରକାର। କିନ୍ତୁ ଏଯାଏଁ ଘୋଷଣା କାର୍ଯ୍ୟକାରୀ ହୋଇନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଧାରଣା ଦେଇଥିଲା। 

ରାଜ୍ୟରେ ଏବେ ୧୧୫ଟି ସ୍ଥାନୀୟ ପୌରସଂସ୍ଥା ବା ଅର୍ବାନ ଲୋକାଲ୍ ବଡ଼ି ଥିବା ବେଳେ ଏଥିମଧ୍ୟରୁ ୬୨ଟି ଏନଏସି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ୨୧ଟିରୁ ୧୨ଟି ପାଇଁ ଡ୍ରାଫ୍ଟ ନୋଟିସ୍ ହେବା ସହ ୩୦ଦିନ ଭିତରେ ସ୍ଥାନୀୟ ଲୋକଙ୍କୁ ଅଭିଯୋଗ ଓ ପ୍ରସ୍ତାବ ଦେବାକୁ ଗତ ୧୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସରେ ବଳକା ୯ଟି NACର ନାଁ ଘୋଷଣା ହେବ। ଅନ୍ୟ ଯେଉଁ ଜିଲ୍ଲାମାନଙ୍କରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଦାବି ହେଉଛି, ତାକୁ ସରକାର ବିଚାରକୁ ନେଇଛନ୍ତି। ସେଠିକାର ଜନସଂଖ୍ୟା, ଆବଶ୍ୟକୀୟ ମାପକାଠିର ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରି ବିଭାଗ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ପଠାଇବ। 

ରାଜ୍ୟରେ ଏବେ ୧୭  % ସହରାଞ୍ଚଳ ରହିଛି। ୨୦୩୬ ସୁଦ୍ଧା ଏହାକୁ ୪୦ ଏବଂ ୨୦୪୭ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି ସରକାର। ତେଣୁ ଆଗାମୀ ଦିନରେ ନୂଆ ଏନ୍ଏସି, ମ୍ୟୁନିସପାଲଟି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

Odisha Protests
Advertisment
Related Articles
Advertisment