Advertisment

Mayawati: ମାୟାବତୀଙ୍କୁ ‘ମମ୍ମି’ କହି ଭାଇରାଲ୍ କରିଥିଲେ, FIR ପରେ କହିଲେ ‘ସରି, ଆଉ କହିବି ନାହିଁ’

ତାଙ୍କ ଭିଡିଓରେ ସେ କହୁଥିଲେ, “ମାୟାବତୀ ମମ୍ମି... ମୋତେ ତୁମେ ବହୁତ ମନେ ପଡୁଛ। ମୁଁ ତୁମକୁ ବହୁତ ମନେ ପକାଉଛି ମମ୍ମି... ତୁମେ କେଉଁଠିକୁ ଚାଲିଗଲ?” ତାଙ୍କର ଏହି ଭିଡିଓ ବେଶ୍ ଭାଇରାଲ ହୋଇଥିଲା। କିନ୍ତୁ ବିଏସପି କାର୍ଯ୍ୟକର୍ତ୍ତାମାନଙ୍କୁ ଏହା ପସନ୍ଦ ହୋଇନଥିଲା।

author-image
Tapan Kumar Swain
ଅଦ୍ୟତନ ହୋଇଛି
youtuber

youtuber

ବିଏସପିର ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ଯେ ପୁନୀତ ସୁପରଷ୍ଟାର ସମାଜରେ ସୌହାର୍ଦ୍ଦ୍ୟ ନଷ୍ଟ କରିବାର କାମ କରିଛନ୍ତି। ସେ ଏହି ୟୁଟ୍ୟୁବର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନର ଆହ୍ୱାନ ଦେଇଛନ୍ତି। ପୁନୀତ ସୁପରଷ୍ଟାର ବିଏସପି ସୁପ୍ରିମୋ ମାୟାବତୀଙ୍କୁ ନେଇ ଏକ ଭିଡିଓ ତିଆରି କରିଥିଲେ। ୟୁଟ୍ୟୁବର ତଥା ବିଗ୍ ବସ୍ ପ୍ରତିଯୋଗୀ ରହିଥିବା ପୁନୀତ ସୁପରଷ୍ଟାରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେହି ଭିଡିଓରେ ସେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କୁ ନିଜର ‘ମମ୍ମି’ ବୋଲି କହୁଥିଲେ। ଅଗଷ୍ଟ ୨୦ ରେ ଗାଜିଆବାଦରେ ତାଙ୍କ ବିରୁଦ୍ଧରେ ଏକ ଏତଲା ଦାୟର ହୋଇଛି। ତାଙ୍କ ବିରୁଦ୍ଧରେ ଅଭିଯୋଗ ଗାଜିଆବାଦରେ ବିଏସପିର ଜିଲ୍ଲା ସଭାପତି ନରେନ୍ଦ୍ର ମୋହିତ ଦାୟର କରିଛନ୍ତି।

Advertisment

ନରେନ୍ଦ୍ର ମୋହିତ ଅଭିଯୋଗ କରିଛନ୍ତି ଯେ ୟୁଟ୍ୟୁବର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କର ଅପମାନ କରିଛନ୍ତି। ଏହା ଯୋଗୁଁ ବିଏସପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ୟୁଟ୍ୟୁବର ସମାଜରେ ସୌହାର୍ଦ୍ଦ୍ୟ ନଷ୍ଟ କରିବାର କାମ କରିଛନ୍ତି। ଏହି କାର୍ଯ୍ୟ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ଯାହା ଦ୍ୱାରା ଭବିଷ୍ୟତରେ କେହି ଏପରି ‘ଅଭଦ୍ର’ ମନ୍ତବ୍ୟ ଯେମିତି ଦେବେନାହିଁ ।

ପୁନୀତ ସୁପରଷ୍ଟାର ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ତାଙ୍କ ଭିଡିଓରେ ସେ କହୁଥିଲେ, “ମାୟାବତୀ ମମ୍ମି... ମୋତେ ତୁମେ ବହୁତ ମନେ ପଡୁଛ। ମୁଁ ତୁମକୁ ବହୁତ ମନେ ପକାଉଛି ମମ୍ମି... ତୁମେ କେଉଁଠିକୁ ଚାଲିଗଲ?” ତାଙ୍କର ଏହି ଭିଡିଓ ବେଶ୍ ଭାଇରାଲ ହୋଇଥିଲା। କିନ୍ତୁ ବିଏସପି କାର୍ଯ୍ୟକର୍ତ୍ତାମାନଙ୍କୁ ଏହା ପସନ୍ଦ ହୋଇନଥିଲା।

Advertisment

କୌଣସି ନେତାଙ୍କୁ ନେଇ ପୁନୀତ ସୁପରଷ୍ଟାରଙ୍କର ଏହା ପ୍ରଥମ ଭିଡିଓ ନୁହେଁ। ଏହା ପୂର୍ବରୁ ସେ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ନେଇ ମଧ୍ୟ ଏକ ଭିଡିଓ ତିଆରି କରିଥିଲେ। ସେହି ଭିଡିଓରେ ସେ ଅଖିଲେଶ ଯାଦବଙ୍କୁ ନିଜର ‘ବାପା’ ବୋଲି କହିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ମଧ୍ୟ ଏପରି ଭିଡିଓ ତିଆରି କରିଛନ୍ତି। ଏହା ବ୍ୟତୀତ ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜରୀୱାଲଙ୍କୁ ମଧ୍ୟ ଏହିପରି କହି ଭିଡିଓ ତିଆରି କରିଥିଲେ।

ପୁନୀତ ସୁପରଷ୍ଟାରଙ୍କର ପ୍ରକୃତ ନାମ ହେଉଛି ପ୍ରକାଶ କୁମାର। ଇନଷ୍ଟାଗ୍ରାମରେ ତାଙ୍କର ୧ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି। କିଛି ସମାଲୋଚକ ତାଙ୍କ ଭିଡିଓଗୁଡ଼ିକୁ ଅଶୋଭନୀୟ ବୋଲି କହିଛନ୍ତି । କାରଣ କିଛି ଆପତ୍ତିଜନକ ଭିଡିଓରେ ସେ କାଦୁଅରେ ଡେଇଁବା କିମ୍ବା ଅପରିଷ୍କାର ସ୍ଥାନରେ ବସି ଖାଦ୍ୟ ଖାଉଥିବାର ଦେଖାଯାଇଛି। ଦୁଇ ବର୍ଷ ପୂର୍ବେ ସେ ରିଆଲିଟି ସୋ’ ବିଗ୍ ବସ୍ ଓଟିଟି ସିଜନ୍ ୨ରେ ଭାଗ ନେଇଥିଲେ। କିନ୍ତୁ ସୋ’ ଆରମ୍ଭ ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ବାହାର କରାଯାଇଥିଲା। ଏହାର କାରଣ ତାଙ୍କର ଅଜଣା ଓ ଅଜବ କାର୍ଯ୍ୟକଳାପ ଥିଲା ବୋଲି କୁହାଯାଇଥିଲା।

ଅଧିକ ପଢ଼ନ୍ତୁ: ନୋରାଙ୍କ ସୌନ୍ଦର୍ଯ୍ୟରେ ପାଗଳ ସ୍ବାମୀ, ପତ୍ନୀଙ୍କୁ କରାଉଥିଲେ ୩ ଘଣ୍ଟା ବ୍ୟାୟାମ, ନ କଲେ....

BSP Mayawati FIR For Derogatory Remarks Social Media
Advertisment
Advertisment