Advertisment

Congress Calls Odisha Bandh: ବାଲେଶ୍ବର ଘଟଣାକୁ ବିରୋଧ; ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ...

କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

author-image
Sujit kumar Swain
Congress Calls Odisha Bandh

Congress Calls Odisha Bandh

ବାଲେଶ୍ବର ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା। ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ରହିବ ଗାଡ଼ି ମୋଟର ଚଳାଚଳ। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଘୋଷଣା କରିଛି କଂଗ୍ରେସ। ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ୭ଟି ରାଜନୈତିକ ଦଳ। ଏନେଇ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। 

Advertisment

ଏପଟେ ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ। ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ। ପୈତୃକ ଗାଁ ଭୋଗରାଇ ପଳାସିଆ ଗାଁରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଛି। ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି ପରିବାର, ଆତ୍ମୀୟ ସ୍ବଜନ ଓ ସାଙ୍ଗସାଥୀ। ଶହ ଶହ ଲୋକ ତାଙ୍କର ଶେଷକୃତ୍ୟରେ ସାମିଲ ହୋଇଥିଲା। ଶୋଭାଯାତ୍ରାରେ ମରଶରୀରକୁ ଶ୍ମଶାନକୁ ନେବା ବାଟରେ ଶତାଧିକ ଲୋକ ଅପେକ୍ଷା କରି ରହିଥିଲେ। ସମସ୍ତଙ୍କ ଆଖିରୁ ଝରି ଆସୁଥିଲା ଲୁହ। ସାହି ପଡ଼ିଶା, ସାଙ୍ଗସାଥି ଓ ଗାଁ ଲୋକ ବି କାନ୍ଦୁଛନ୍ତି। ସୌମ୍ୟାଶ୍ରୀଙ୍କୁ ଝୁରୁଛନ୍ତି ସମସ୍ତେ।

ଭୋଗରାଇ ପଳାସିଆ ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କାନ୍ଦବୋବାଳିରେ ଫାଟିପଡୁଛି ପୂରା ପଳାସିଆ ଗାଁ। ବାଲେଶ୍ବର ଏଫଏମ କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ ଶିକ୍ଷା ବିଭାଗର ଏଚଓଡିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ ସୌମ୍ୟାଶ୍ରୀ। ତାଙ୍କ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନେଇନଥିଲେ। ଯେଉଁଥିପାଇଁ ଶନିବାର ସେ ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଉଦ୍ୟମ କରିଥିଲେ। ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗତ ରାତିରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟାଶ୍ରୀ। ଜୀବନ ମରଣ ସହ ୬୦ ଘଣ୍ଟାର ଲଢ଼େଇ ପରେ ଶେଷରେ ହାରିଗଲେ। 

Advertisment

ଅନ୍ୟପଟେ ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୀଡ଼ିତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି । ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ସର୍ବଦା ଛିଡ଼ା ହୋଇଛନ୍ତି । ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ବୈଜୟନ୍ତ । 

ଅଧିକ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ, ସଂଗ୍ରାମ କରି ଶେଷରେ ଆଖି ବୁଜିଲେ

Congress
Advertisment
Advertisment