Advertisment

FM Student: ଶୋକାକୁଳ ପରିବେଶରେ ଏଫଏମ ପୀଡିତା ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ପଳାସିଆ ଗାଁ ମଶାଣିରେ ଏଫଏମ ପୀଡିତା ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ଏଫଏମ ଛାତ୍ରୀ । ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

author-image
Chinmayee Sahoo
ଅଦ୍ୟତନ ହୋଇଛି
FM

FM

ପଞ୍ଚଭୂତରେ ଲୀନ ହେଲେ ଏଫଏମ ପୀଡିତା ଛାତ୍ରୀ। ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ। ପୈତୃକ ଗାଁ ଭୋଗରାଇ ପଳାସିଆ ଗାଁରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଛି। ଛାତ୍ରୀଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି ପରିବାର, ଆତ୍ମୀୟ ସ୍ବଜନ ଓ ସାଙ୍ଗସାଥୀ। ଶହ ଶହ ଲୋକ ତାଙ୍କର ଶେଷକୃତ୍ୟରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ମରଶରୀରକୁ ଶ୍ମଶାନକୁ ନେବା ବାଟରେ ଶତାଧିକ ଲୋକ ଅପେକ୍ଷା କରି ରହିଥିଲେ। ସମସ୍ତଙ୍କ ଆଖିରୁ ଝରି ଆସୁଥିଲା ଲୁହ। ସାହି ପଡ଼ିଶା, ସାଙ୍ଗସାଥି ଓ ଗାଁ ଲୋକ ବି କାନ୍ଦୁଛନ୍ତି। ଛାତ୍ରୀଙ୍କୁ ଝୁରୁଛନ୍ତି ସମସ୍ତେ।

Advertisment

ଭୋଗରାଇ ପଳାସିଆ ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପଳାସିଆ ଗାଁ। ବାଲେଶ୍ବର ଏଫଏମ କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ ଛାତ୍ରୀ। ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନେଇ ନଥିଲେ। ଯେଉଁଥି ପାଇଁ ଶନିବାର ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ନିଆଁ ଲାଗିବା ଯୋଗୁଁ ତାଙ୍କ ଦେହର ୯୫ ପ୍ରତିଶତ ପୋଡି ଯାଇଥିଲା ଏବଂ ତାଙ୍କର କିଡନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସୋମବାର ରାତି ୧୧ଟା ୪୬ରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଛାତ୍ରୀ। ଜୀବନ ମରଣ ସହ ୬୦ ଘଣ୍ଟାର ଲଢ଼େଇ ପରେ ଶେଷରେ ହାରିଗଲେ। ସେ ସୁପର ଆଇସିୟୁରେ ଚିକିତ୍ସାଧିନ ଥିଲେ। ପୀଡ଼ିତାଙ୍କ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା।

Advertisment

ମୃତ ଛାତ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ସବୁ ଦୋଷୀଙ୍କୁ ଆଇନ୍ ଅନୁସାରେ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି।

ଅଧିକ ପଢନ୍ତୁ: ଏମ୍ସରେ ଚାଲିଛି FM ପୀଡ଼ିତାଙ୍କ ଡାଏଲିସିସ୍, ତଦାରଖ କରୁଛନ୍ତି ୮ ଜଣିଆ ଟିମ୍

Fakir Mohan University Balasore fm-college-news
Advertisment
Advertisment