କଟକରେ ଅଭାବନୀୟ ଘଟଣା । ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲା ୧୭ ବର୍ଷୀୟ ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଏହି ଘଟଣା ଘଟିଛି । ନାବାଳକର ନାମ ଅଙ୍କନ ଦତ୍ତ ଏବଂ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରି ପୁରୀଘାଟ ଥାନାକୁ ହସ୍ତାନ୍ତର କରିଛି ।
ଅଧିକ ପଢ଼ନ୍ତୁ: ବାପା ପ୍ରଥମେ ୪ ଦିବ୍ୟାଙ୍ଗ ଝିଅଙ୍କୁ ଦେଲା ବିଷ, ତାପରେ ନିଜେ ଖାଇଲା...!
ଯାହା ସୂଚନା ମିଳିଛି, ମୃତ ନାବାଳକ ମଠସାହି ଗୋପାଳଜିଉ ଲେନରେ ଭଡ଼ା ଘରେ ରହୁଥିଲା । ଗତକାଲି ରାତିରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଏହାଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ସେତେବେଳକୁ ନିଆଁରେ ପୋଡି ହୋଇ ନାବାଳକ ଜଣକର ମୃତ୍ୟୁ ହୋଇସାରିଥିଲା ।
ଅଗ୍ନିଶମ ବାହିନୀ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା । ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ତେବେ ନାବାଳକ ଜଣକ କାହିଁକି ଏପରି ଚରମ ନିଷ୍ପତ୍ତି ନେଲା ତାହା ଜଣାପଡ଼ିନାହିଁ। ପୋଲିସ୍ ଘଟଣାରେ ଛାନଭିନ୍ କରୁଛି ।