Advertisment

Srimandir Massive Crowd: ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, କାଲିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ

ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ। ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର।

ଅଦ୍ୟତନ ହୋଇଛି
undefined

Puri

Advertisment

ବର୍ଷ ଶେଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼। ମରିଚିକୋଟ୍ ଓ ମାର୍କେଟ ଛକରୁ ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ।ବାହାର ଦର୍ଶନ ବ୍ୟବସ୍ଥିତ ହୋଇଥିଲେ ବି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଭିତର ଗହଳି ନିୟନ୍ତ୍ରଣ ବା ବାହାର କାଠ ଦର୍ଶନ ବ୍ୟବସ୍ଥା। ମନ୍ଦିର ଭିତରେ ଠେଲାପେଲା ଯୋଗୁ ଆଜି ୧୦ ଜଣ ଭକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ଅଧିକ ଭିଡ଼କୁ ଦୃଷ୍ଟିରେ ରଖି କାଲି ଓ ନୂଆବର୍ଷ ଦୁଇ ଦିନ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ।

Advertisment

ଜନସମୁଦ୍ର ବଡ଼ଦାଣ୍ଡ। ଅସମ୍ଭାଳ ଭିଡ଼। ଭକ୍ତଙ୍କ ଲମ୍ବା ଲାଇନ୍। ଘଣ୍ଟା ଘଣ୍ଟା ଅପେକ୍ଷା। ମନ୍ଦିର ଭିତରେ ଠେଲାପେଲା ସ୍ଥିତି। ଭିତରେ ଯେତିକି ପ୍ରବେଶ କରିଛନ୍ତି, ତାଠୁ ଢେର ଗୁଣା ଅଧିକ ଶ୍ରଦ୍ଧାଳୁ ବାହାରେ ଅପେକ୍ଷାରତ। ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଛି ପୋଲିସ। ନୂଆବର୍ଷ ପୂର୍ବରୁ ଆଜି ଶ୍ରୀମନ୍ଦିରରୁ ଏମିତି ଚିତ୍ର ସାମନାକୁ ଆସିଛି। ବର୍ଷ ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାହିଁ ନଥିବା ଗହଳି ହୋଇଛି।

ତିନି ଥାକିଆ ବ୍ୟାରିକେଡରେ ସିଂହଦ୍ବାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ। ବାହାରକାଠ ନିକଟରେ ଦର୍ଶନ ବେଳେ ଠେଲେପେଲା ହେବାରୁ ୧୦ ଜଣ ଭକ୍ତ ଅସୁସ୍ଥ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଛନ୍ତି। ବାହାର କାଠ ଦର୍ଶନକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଦାବି କରିଛନ୍ତି ଶ୍ରଦ୍ଧାଳୁ।

Advertisment

ଅଧିକ ପଢ଼ନ୍ତୁ: ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଟକଣା; ଜାଣନ୍ତୁ କେଉଁବାଟେ ଯାଇ କରିବେ ଜଗା ଦର୍ଶନ

କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ନାଟ ମଣ୍ଡପରେ ଅବରୋଧ ହଟିଥିଲେ ବି ଅସମ୍ଭାଳ ଭିଡ଼ ହୋଇଛି। ମାର୍କେଟ ଛକରୁ ମରିଚିକୋଟ ଛକ, ଶ୍ରୀନଅର ଦେଇ ତିନି ଥାକିଆ ବ୍ୟାରିକେଡ଼ରେ ସିଂହଦ୍ବାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ଭକ୍ତ। କିନ୍ତୁ ଭିତରେ ସାତ ପାହାଚ ହିଁ ଏକମାତ୍ର ପ୍ରବେଶ ଦ୍ବାର ହୋଇଥିବାରୁ ବାହାର କାଠ ଦର୍ଶନ ବେଳେ ଠେଲାପେଲା ସ୍ଥିତି ସୃଷ୍ଟି ହେଉଛି। ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ।

Advertisment

ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର। କାଲିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ। ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ ବା ସମନ୍ୱିତ କଣ୍ଟ୍ରୋଲ ରୁମ୍ ତୟାର ରହିଛି। ବେଳାଭୂମିରେ ବି ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ତୀକ୍ଷଣ ନଜର ରହିଛି ।

ଅଧିକ ପଢ଼ନ୍ତୁ:  ପ୍ରଚଣ୍ଡ ଶବ୍ଦରେ କାନ୍ଥ ଫାଟିଯାଉଛି, ବିଷାକ୍ତ ହୋଇଯିବ ମଧୁର ଜଳ !

Puri Srimandir New Year Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ