Advertisment

Dynamite Explosion In Odisha: ପ୍ରଚଣ୍ଡ ଶବ୍ଦରେ କାନ୍ଥ ଫାଟିଯାଉଛି, ବିଷାକ୍ତ ହୋଇଯିବ ମଧୁର ଜଳ !

ଏ ନେଇ ONGCର ଫିଲ୍ଡ ଏରିଆ ମ୍ୟାନେଜର ଦିଲିପ ସ୍ଵାଇଁ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗାଁ ଗଣ୍ଡା ଠାରୁ କୋୖଣସି ସ୍ଥାନରେ କାହାରି ସେମିତି ଘର ଫାଟି ଥିବା ଅଭିଯୋଗ ହୋଇ ନାହିଁ। ଏ ପର୍ଯ୍ୟନ୍ତ ଅନୁସନ୍ଧାନ କରୁଛି କିନ୍ତୁ ଵ୍ଵାଷ୍ଟ ପାଇଁ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇ ନାହିଁ। ଯଦି କିଛି ଘଟଣା ଘଟେ ତେବେ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ମିଳିଵ ବୋଲି କମ୍ପାନୀର ମ୍ୟାନେଜର ପ୍ରକାଶ କରିଛନ୍ତି

author-image
Prasan Subudhi
ଅଦ୍ୟତନ ହୋଇଛି
ଡିନାମାଇଟ୍ ବିସ୍ଫୋରଣ, ଲୋକେ ଆତଙ୍କିତ

ଡିନାମାଇଟ୍ ବିସ୍ଫୋରଣ, ଲୋକେ ଆତଙ୍କିତ

ଦୁଲୁକି ଯିବ ମାଟି,ଦୋହଲି ଯିବ ଘର ଦ୍ଵାର, ବିଷାକ୍ତ ହେବ ଜଳସ୍ତର, ଏମିତି ଅନେକ ଆଶଙ୍କା ସୃଷ୍ଟି ହେଲାଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବୈତରଣୀ, ମନ୍ତେଇ ଏବଂ ସାଳନ୍ଦୀ ନଦୀ ଅବବାହିକା ଅଞ୍ଚଳରେ। ଏହି ଅଞ୍ଚଳରେ କୁଆଡେ ମହଜୁଦ ଅଛି ପ୍ରାକୃତିକ ଗ୍ୟାସ ଓ ତୈଳ। ମାଟି ପରୀକ୍ଷାରୁ ସୂଚନା ପାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ (ONGC) ପକ୍ଷରୁ ଏବେ ତିନି ନଦୀର ଅବବାହିକାରେ ସମ୍ଭାବ୍ୟ ତୈଳ ଓ ପ୍ରାକୃତିକ ଗ୍ୟାସର ସାନ୍ଧ୍ରତା ଅନୁସନ୍ଧାନ କରାଯାଉଛି। ଏଥି ପାଇଁ ଚାନ୍ଦବାଲି ଅଞ୍ଚଳରେ ଗ୍ରାଭିମିଟର ଦ୍ଵାରା ଅନୁସନ୍ଧାନ ଚାଲିଛି। ଭୂଗର୍ଭର ୧୨୦ ଫୁଟ ତଳେ ଡିନାମାଇଟ ଏବଂ ଜିଲୋଟିନ ଦ୍ଵାରା ବିସ୍ଫୋରଣ କରାଯାଉଛି। ଯାହାକୁ ନେଇ ଚାନ୍ଦବାଲି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଲାଣି।

Advertisment

ଚାନ୍ଦବାଲି ବ୍ଲକ ଏବଂ ଚାନ୍ଦବାଲି ଏନ୍ ଏ ସି ଅଞ୍ଚଳରେ ପାହାଡ଼ ପୁର, ବାଲିଗାଁ,ଗୋଲାଡିଆ, ଚରଦିଆ , ଭୂଇଁବୃତ୍ତି, ଵଡହରିପୁର, ସାନ ହରିପୁର, ଵିନିତରା ଭଳି ଗ୍ରାମାଞ୍ଚଳରେ ONGCର କେତୋଟି ଆଉଟ୍ ସୋର୍ସିଂ ଜରିଆରେ ଅନୁସନ୍ଧାନ ଚାଲିଛି। ରାତି ସମୟରେ ଏଭଳି ବିସ୍ଫୋରଣ କରାଯାଉଛି। ଏହାର କମ୍ଫନରେ ବାସଗୃହର ମୂଳଭିତ୍ତି ଦୋହଲି ଯିବା ସହିତ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଜୀବନହାନୀ ଆଶଙ୍କା ସୃଷ୍ଟି ହେଉଛି। କେବଳ ସେତିକି ନୁହେଁ ଭୂତଳ ମୂର୍ତ୍ତିକାର ଵିଘଟନ ଏବଂ ଚଳନ ଘଟି ବିଭିନ୍ନ ଧାତବ ଦ୍ରଵଣ ଯୁକ୍ତ ଭୂତଳ ଜଳସ୍ତରରେ ମିଶିବାର ଆଶଙ୍କା ରହୁଛି। ଯାହାକି ଭବିଷ୍ୟତରେ ଭୂତଳ ଜଳ ଦୂଷିତ ହୋଇ ନାନା ରୋଗର କାରଣ ହେବ। ଏମିତି କି ଭୂଗର୍ଭର ଵ୍ଲାଷ୍ଟି ପାଇଁ ପ୍ରଚଣ୍ଡ ଶବ୍ଦରେ ଘରର ଦମ୍ଭ ଦୋହଲି ଯିବା ସହିତ ଫାଟ ହୋଇ ଭାଙ୍ଗି ଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ହାଇ ପ୍ରୋଫାଇଲ୍ ‘ଲେଡି ଠକ’କୁ ବାନ୍ଧିଲା ପୋଲିସ; ଠକେଇର ତରିକା ଶୁଣିଲେ ଉଡ଼ିଯିବ ହୋସ୍

Advertisment

ଅଏଲ ଇଣ୍ଡିଆ କମ୍ପାନୀ ବିଭିନ୍ନ ସ୍ଥାନରେ ଗାତ ଖୋଳି ଭୂତଳ ତୈଳ ସନ୍ଧାନ ପାଇଁ ଡିନାମାଇଟ୍ ଵ୍ଲାଷ୍ଟ କରିବା ସହିତ ଗାତ ଖୋଳା ଆରମ୍ଭ କରି ତାର ବିଛା ଚାଲିଛି। ଏଭଳି ପରିସ୍ଥିତିରେ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ଅଛନ୍ତି ଅଞ୍ଚଳଵାସୀ। ଡିନାମାଇଟ୍ ଵ୍ଲାଷ୍ଟ ଶବ୍ଦରେ ଖାଲି ଘର ଫାଟି ଆଁ ହେବନି ପ୍ରଚଣ୍ଡ ଶବ୍ଦରେ ଭୂତଳ ଜଳସ୍ତର ଦୋହଲି ଯିବ। ତେବେ ପାନୀୟ ଜଳ ଉତ୍ତୋଳନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ଯ ପଟେ ଅଞ୍ଚଳରେ ଜଳସ୍ତର ମଧୁର ଜଳର ସ୍ତର ଵିଘଟନ ଘଟିବା ଦ୍ଵାରା ଧାତବ ଦ୍ରଵଣ ଅନୁପାତ ସାଙ୍ଘାତିକ ବ୍ୟତିକ୍ରମ ଦେଖାଦେବ।

ଡିନାମାଇଟର ପ୍ରଚଣ୍ଡ ଶବ୍ଦରେ ଜଳରେ ଥିବା ସାଲାଇନ୍ ଓ ମଧୁର ଜଳ ସ୍ତର ହ୍ରାସ ପାଇଁ ଜନ ସାଧାରଣଙ୍କର କିଡିନୀ ରୋଗର ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଜନ ବସତି ଅଞ୍ଚଳରେ ଏମିତି ପରୀକ୍ଷା କରାଇ ଵ୍ଲାଷ୍ଟ ହେବା ଯୋଗୁଁ କାନ୍ଥ ଫାଟି ଯାଉଛି। ଏଥିପାଇଁ ଜନ ସାଧାରଣଙ୍କ ପାଇଁ କୋକୁଆ ଭୟ ସୃଷ୍ଟି କରିଛି। ତେବେ ଜନ ବସତି ଅଞ୍ଚଳର ଵ୍ଲାଷ୍ଟ ଯୋଗୁଁ ଭୟଭୀତ ହେଉଥିବା ଜନବସତି ଗାଁ ଠାରୁ ଦୂରରେ କାର୍ଯ୍ୟ କରିବା ପାଇଁଁ ଗ୍ରାମବାସୀ ଦାବି କରିଛନ୍ତି। କିନ୍ତୁ ଏହି ଦିଗରେ ONGCର ଫିଲ୍ଡ ଏରିଆ ମ୍ୟାନେଜର ଦିଲିପ ସ୍ଵାଇଁ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗାଁ ଗଣ୍ଡା ଠାରୁ କୋୖଣସି ସ୍ଥାନରେ କାହାରି ସେମିତି ଘର ଫାଟି ଥିବା ଅଭିଯୋଗ ହୋଇ ନାହିଁ। ଏ ପର୍ଯ୍ୟନ୍ତ ଅନୁସନ୍ଧାନ କରୁଛି କିନ୍ତୁ ଵ୍ଵାଷ୍ଟ ପାଇଁ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇ ନାହିଁ। ଯଦି କିଛି ଘଟଣା ଘଟେ ତେବେ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ମିଳିଵ ବୋଲି କମ୍ପାନୀର ମ୍ୟାନେଜର ପ୍ରକାଶ କରିଛନ୍ତି

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

ଅଧିକ ପଢ଼ନ୍ତୁ: କ୍ଷେତ ମୁହାଁ ନବୀନ; ଗଞ୍ଜାମ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ

Odisha News
Advertisment
Advertisment