ଫାଇଭ-ଟି ସ୍କୁଲ ନିର୍ମାଣରେ ସାଂଘାତିକ ଦୁର୍ନୀତି । ଏନେଇ ଆଗରୁ ବାରମ୍ବାର ଅଭିଯୋଗ ହେଉଥିବାବେଳେ ଏବେ ଖୋଦ୍ ବିଜେଡି ନେତା ପୋଲ୍ ଖୋଲିଦେଇଛନ୍ତି । ଫାଇଭ-ଟି ସ୍କୁଲ ଦୁର୍ନୀତିର ଭିଡିଓ କରି ଛାଡିଛନ୍ତି । ଗୋଟି ଗୋଟି କରି ଦୁର୍ନୀତି ଦେଖାଇବା ସହ ତଦନ୍ତ ପାଇଁ ଦାବି କରିଛନ୍ତି ।
Also Read
ମାନିଲା ବିଜେଡି । ଫାଇଭ-ଟି ସ୍କୁଲରେ ହୋଇଛି ଦୁର୍ନୀତି । ସ୍ଥାନୀୟ ନେତା ସତ ମାନିଲେ । ଦୁର୍ନୀତିର ଭିଡିଓ କରି ଛାଡ଼ିଲେ । ବିଜେଡି ସମର୍ଥିତ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର । ତାଙ୍କରି ମୁହଁରେ ସେ କହିଛନ୍ତି କେମିତି ଫାଇଭ-ଟି ସ୍କୁଲ ନାଁରେ ଲୁଟ୍ ହେଉଛି ଏବଂ ପିଲାଙ୍କ ଭବିଷ୍ୟତ ସହ କେମିତି ଖେଳ ଚାଲିଛି ।
ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା
ବେଲପଡା ବ୍ଲକ ଭରୁଆପାଳି ଗାଁରେ ପୂର୍ବ ସରକାର ଅମଳରୁ ଫାଇଭ-ଟିରେ ନିର୍ମାଣ ଚାଲିଥିଲା ସ୍କୁଲ୍ । ସ୍କୁଲ୍ ଭିତରରେ କେଉଁଠି ବିମ୍ରୁ ଛଡ଼ ବାହାରି ପଡିଛି ତ ଆଉ କେଉଁଠି ସିମେଣ୍ଟ ଲାଗିନି । ଛଡ଼ ବାହାରି ଛାତ ବି ଦବିଲାଣି । ୮୭ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ଏହି କୋଠା ଆଗକୁ କେତେ ସୁରକ୍ଷିତ ରହିବ ତାହା ସମୟ ହିଁ କହିବ । ସେପଟେ ଏହି ଘଟଣାକୁ ପାଟଣାଗଡ଼ ଉପଜିଲ୍ଲାପାଳ କହିଛନ୍ତି ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି, ତଦନ୍ତ ପରେ ପଦକ୍ଷେପ ନିଆଯିବ ।
କେବଳ ଭରୁଆପାଳି ନୁହେଁ । ପଣ୍ଡାରୀଜୋର ଗାଁରେ ମଧ୍ୟ ସମାନ ଅବସ୍ଥା । ୨ ବର୍ଷ ହେବ ସ୍କୁଲ ନିର୍ମାଣ ହେଉଛି ଯେ ହେଉଛି । ଏପଟେ ଗୋଟିଏ କୋଠରୀରେ ବସି ପାଠ ପଢୁଛନ୍ତି ୪ଟି ଶ୍ରେଣୀର ପିଲା । ଯେଉଁଠି ମଧ୍ୟାହ୍ନ ଭୋଜନ ଚାଉଳ ଥୁଆ ହେଉଛି ସେଇଠି ପାଠ ପଢା ଚାଲିଛି । ସ୍ଥିତି ଏମିତି, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଝିରେ ଲୁଗା ଟାଣି ପାଠପଢାଇବାକୁ ପଡୁଛି । ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ ପରେ ବି ସ୍କୁଲ କାମ ଆଗେଇପାରୁନି ।