Advertisment

OAS on Mass Leave: ମାଡ଼ ଘଟଣାକୁ ନେଇ ସାମୂହିକ ଛୁଟିରେ ଅଫିସର: ମନ୍ତ୍ରୀ କହିଲେ,ସମାଧାନ ପାଇଁ ଅଛି ପ୍ଲାନ ୧-୨-୩

ରାଜ୍ୟବ୍ୟାପୀ ସମସ୍ତ ସରକାରୀ ଅଫିସ ଖାଁ ଖାଁ । କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି OAS ସଂଘ । ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନେଇ ଜୋର ଧରିଛି ବିରୋଧ । ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
OAS on Mass Leave

OAS on Mass Leave

ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ । ମନ୍ତ୍ରୀ କହିଛନ୍ତି, "ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ? ମୁଁ ନିଜେ ସାମ୍ନାକୁ ଆସିଥିଲି ।ଆମ ଉପରେ ଭରସା ରଖନ୍ତୁ । ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି ।"

Advertisment

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି, ଦଳରୁ ନିଲମ୍ବନ ବି ହୋଇଛି । ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି, କୋର୍ଟ ଗ୍ରହଣ କରିବେନି । ଯେଉଁମାନଙ୍କର ଭିଡିଓ ଫୁଟେଜ ଅଛି, ସେମାନେ ଗିରଫ ହୋଇ ସାରିଛନ୍ତି । ପ୍ରଚ୍ଛଦ ପଟରେ କିଏ ଖୋଜିବାକୁ ଟିକେ ସମୟ ଲାଗିବ । କେହି ବର୍ତ୍ତିବେ ନାହିଁ । ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି । ଧର୍ମଘଟ ସ୍ଥଗିତ ରଖନ୍ତୁ, ପରେ କରିପାରିବେ ।"

ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ସମସ୍ତ ସରକାରୀ ଅଫିସ ଖାଁ ଖାଁ । କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି OAS ସଂଘ । ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ବିରୋଧ କରି ଏପରି ପ୍ରତିବାଦ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣଲୋକେ । ଗତ ୩୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଆକ୍ରମଣ ହୋଇଛି । ଏହି ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ତେଜିଛି ରାଜନୀତି । 

Advertisment

ଅଧିକ ପଢନ୍ତୁ: ତେଜିଲା ମାଡ଼ ବିବାଦ; ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ଜଗା ପ୍ରଧାନ...

BMC OAS Assault Case
Advertisment
Related Articles
Advertisment