Advertisment

Char Dham Jatra: ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଅନ୍ୟ ୩ ଧାମକୁ ଗଡ଼ିବ ବସ୍

ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ପୁରୀରୁ ବସ୍ ସେବା ଆରମ୍ଭ ।

ଅଦ୍ୟତନ ହୋଇଛି
undefined

ଅଯୋଧ୍ୟା ଓ ତିରୁପତିକୁ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Advertisment

ଅତ୍ୟାଧୁନିକ ବସ୍ ରେଡି । ଯୋଜନା ବି ପ୍ରସ୍ତୁତ । ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଦେଶର ଅନ୍ୟ ତିନିଧାମକୁ ଗଡ଼ିବ ସୁପର ପ୍ରିମିୟମ ଲଗ୍‌ଜୁରୀ ବସ୍ । ଶୀତତାପ ନିୟନ୍ତ୍ରିତ ଅତି ବିଳାସପୂର୍ଣ୍ଣ ବସରେ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଧାମ ବୁଲି ପାରିବେ ତୀର୍ଥଯାତ୍ରୀ। ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଜଗନ୍ନାଥ ଧାମ ପୁରୀରୁ ଅନ୍ୟ ତିନି ଧାମକୁ ଗଡ଼ିବ ଅତ୍ୟାଧୁନିକ ପ୍ରିମିୟମ୍ ଲଗଜୁରିୟସ OSRTC ବସ୍‌ । ଉଭୟ ସ୍ଲିପର ଓ ସେମି ସ୍ଲିପର ବର୍ଗର ବସରେ ଜିପିଏସ, ସ୍ୱତନ୍ତ୍ର ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ସହ ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ବା VLTD ସିଷ୍ଟମ ବି ରହିଛି। ଯେକୈଣସି ସମୟରେ କିଛି ଯାତ୍ରୀଙ୍କର ଅସୁବିଧା ହେଲେ ତୁରନ୍ତ ଏହା ରାଜ୍ୟ OSRTC ହେଡ୍‌ ଅଫିସ୍ ଏବଂ କଣ୍ଟ୍ରୋଲ ରୁମକୁ ମେସେଜ୍ ଯିବ।

ଏହା ସହ ପଢ଼ନ୍ତୁ: Minister In Local Bus: ଲୋକଙ୍କ ସହ ବସ୍‌ରେ ୬୫୦ କି.ମି ଗଲେ ଗଣଶିକ୍ଷା ମନ୍ତ୍ରୀ-ବିଧାୟକ

Advertisment

ପ୍ରଥମ ଥର ପାଇଁ ୪ ଧାମକୁ ସିଧାସଳଖ ବସ୍ ସେବା ଆରମ୍ଭ କରିବାକୁ ୟା ଭିତରେ ୮୦ଟି ଭଲଭୋ ବସ୍ କିଣାସରିଛି। ନୂଆବର୍ଷ ପୂର୍ବରୁ ହିଁ ଜଗନ୍ନାଥ ଧାମ ପୁରୀରୁ ଉତ୍ତରାଖଣ୍ଡର ବଦ୍ରିନାଥ, ଗୁଜୁରାଟର ଦ୍ୱାରିକାନାଥ ଓ ତାମିଲନାଡୁର ରାମେଶ୍ୱରକୁ ଏସବୁ ବସ୍ ଚଳାଇବାକୁ ଯୋଜନା ରହିଛି । ଆସନ୍ତା ୧୨ ତାରିଖରେ ପୁରୀ ମାଳତିପାଟପୁର ବସଷ୍ଟାଣ୍ଡରୁ ଭର୍ଚୁଆଲ ମୋଡରେ ଏହି ଚାରିଧାମ ବସସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଏନେଇ ଓଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଚିଠି। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଧାମ ସହ ପୁରୀରୁ ତିରୁପତିକୁ ମଧ୍ୟ ପ୍ରତିଦିନ ଅତ୍ୟାଧୁନିକ ବସ ସେବା ଆରମ୍ଭ ହେବ ବୋଲି ସ୍ପଷ୍ଟ ଲେଖାଯାଇଛି । ଏହାପରେ ପର୍ଯ୍ୟାୟକ୍ରମେ ବାକି ଦୁଇ ଧାମ ଏବଂ ମଥୁରା, ବୃନ୍ଦାବନ ଭଳି ଦେଶର ଅନ୍ୟ ପ୍ରମୁଖ ତୀର୍ଥସ୍ଥଳୀକୁ ମଧ୍ୟ ବସ୍ ଚାଲିବ। କେବଳ ସେତିକି ନୁହେଁ, ରାଜ୍ୟର ୧୫ଟି ଜିଲ୍ଲାକୁ ମଧ୍ୟ ପ୍ରତ୍ୟେହ ଏଇ ବିଳାସୀ ବସ୍ ଚାଲିବ। ଆଉ ଏସବୁ ବସରେ ତୀର୍ଥଯାତ୍ରୀ ଓ ମହିଳାଙ୍କ ପାଇଁ ଟିକେଟ ମୂଲ୍ୟରେ ରିହାତିର ସୁବିଧା ବି ରହିବ।

Advertisment

ଏହା ସହ ପଢ଼ନ୍ତୁ: Rs 500-Crore Ethanol Project Exits: ଗତ ସରକାର ଅମଳରେ ମିଳିପାରିଲାନି ଜମି; ଫେରିଗଲା ୫୦୦ କୋଟିର ଫ୍ୟାକ୍ଟ୍ରି? 

ବଡ଼ କଥା ହେଉଛି ପୂର୍ବ ସରକାର ଅମଳରେ ଏଭଳି କିଛି ଅତ୍ୟାଧୁନିକ ଭଲଭୋ ବସ୍ କିଣାଯାଇଥିଲେ ବି କେବଳ କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟ ବାହାରକୁ ଏହା ଗଡ଼ି ପାରି ନଥିଲା। ତେବେ କ୍ଷମତାକୁ ଆସିବାର ୪ ମାସ ଭିତରେ ମୋହନ ସରକାର ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ଯାଉଥିବାରୁ ସ୍ୱାଗତ କରିଛନ୍ତି ଜଗନ୍ନାଥପ୍ରେମୀ, ପର୍ଯ୍ୟଟକ ଓ ଟୁର ଅପରେଟର।

ପୂର୍ବ ସରକାର ଟ୍ରେନ୍ ଓ ବସ ଯୋଗେ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ତୀର୍ଥସ୍ଥଳୀକୁ ନେଉଥିଲା ବେଳେ ବର୍ତ୍ତମାନର ସରକାର ସ୍ଥାୟୀ ଭାବେ ବସ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହାଦ୍ୱାରା ରାଜ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ସହ ଦେଶର ତୀର୍ଥସ୍ଥଳୀଗୁଡ଼ିକୁ ଯାତାୟତ ସୁଗମ ହେବାର ଆଶା କରାଯାଉଛି।

Odisha Tourism Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ