Advertisment

Srimandir, Land Scam: କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟାର ୬୪ ଏକର ଜମି ?

ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।

ଅଦ୍ୟତନ ହୋଇଛି
undefined

କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?

Advertisment

ଜମି ଦଲାଲଙ୍କ ନଜରରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି। ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ନାକ ତଳେ ପୁରୀ ମାଟିତୋଟା ମୌଜାରେ ୬୪ ଏକରର ଜମି ବେଆଇନ ଭାବେ ବିକ୍ରି ହୋଇଥିବାର ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ଖୋଳତାଡ। କିନ୍ତୁ କିଏ ଏବଂ କେମିତି ଏହି କେଳେଙ୍କାରୀ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Advertisment

କେମିତି ବିକ୍ରି ହେଲା ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବା ସମ୍ପତ୍ତି ? କିଏ ବିକ୍ରି କଲା ଏହି ଜମି? ବିନା ସରକାରୀ ଅଧିକାରୀଙ୍କ ସଂପୃକ୍ତିରେ କେମିତି ହେଲା ବିକ୍ରି ? ବିକ୍ରି ଖର୍ଦ୍ଦି ବାବଦରେ କିପରି ଜାଣିପାରିଲାନି ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ରେଭେନ୍ୟୁ ବିଭାଗ? 

ମାଟିତୋଟା ମୌଜା । ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବା ୧୦୯ଟି ପ୍ଲଟର ମୋଟ୍ ୬୪ ଏକର ଜବରଦଖଲ ଜମି ବେଆଇନ ଭାବେ ବିକ୍ରି ହୋଇଥିବା ଜାଣିବାକୁ ପାଇଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁଥିପାଇଁ ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ସେବାୟତ ଏବଂ ପୁରୀବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଏହା ସହ ପଢ଼ନ୍ତୁ: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

ଅପରପକ୍ଷେ ଜିଲ୍ଲାପାଳ କହିଛନ୍ତି କିଛି ଠକ ପ୍ରବୃତ୍ତିର ଲୋକ ନୋଟାରୀ ଦ୍ୱାରା ଏଗ୍ରିମେଣ୍ଟ କରି ଜମି ବିକି ଦେଇଛନ୍ତି। ଯାହା ବେଆଇନ୍। ତେଣୁ ଯେଉଁମାନେ ଏପରି କରିଛନ୍ତି ସେମାନଙ୍କ ବିରୋଧରେ ଲିଗାଲ୍ ଆକ୍ସନ ହେବ। ଶ୍ରୀମନ୍ଦିର ରାଜସ୍ୱ ବିଭାଗ ଏବଂ ତହସିଲକୁ ମଧ୍ୟ ଉକ୍ତ ଜମିକୁ ଚିହ୍ନଟ କରି ସୁରକ୍ଷିତ ରଖିବାକୁ ଏବଂ ଜବରଦଖଲ ଥିଲେ ଉଚ୍ଛେଦ କରାଯିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆଇନମନ୍ତ୍ରୀ କହିଛନ୍ତି, ଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ୍ ବିକ୍ରିକୁ ସରକାର ଗ୍ରହଣ କରିବେନି। ଉଭୟ କ୍ରେତା, ବିକ୍ରେତା ଏବଂ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପଟେ ଜଗନ୍ନାଥଙ୍କ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ୍ ଫଣ୍ଡ ସଂଗ୍ରହ କରିବା ପାଇଁ ଯୋଜନା କରୁଛି ଆଇନ ବିଭାଗ । ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ। ଏନେଇ ମ୍ୟାନେଜମେଣ୍ଟ କମିଟି ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଆଇନମନ୍ତ୍ରୀ। ବଡ କଥା ହେଲା ଏହି ଜମିଗୁଡିକ ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ରୁ ୧୦ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇପାରିବ। ଯାହା ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କ କାମରେ ଲାଗିବ।

Advertisment

ସର୍ବନିମ୍ନ ୧୦୦ ଡେସିମିଲରୁ କମ ଜମିରେ ଘର କରି ରହିଥିଲେ ରିହାତି ଦରରେ ଜବରଦଖଲକାରୀଙ୍କୁ ବିକ୍ରି ହେବ। ଅଧିକ ଜମିରେ ଥିଲେ ଯଥାର୍ଥ କାରଣ ଦର୍ଶାଇ ବେଞ୍ଚମାର୍କ୍ ଅନୁସାରେ ଜବରଦଖଲ କରିଥିବା ଜମି ମୂଲ୍ୟ ଦେଇ କିଣିପାରିବେ।

କେବଳ ପୁରୀରେ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମିତି କି ରାଜ୍ୟ ବାହାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ରହିଛି ବହୁମୂଲ୍ୟ ସମ୍ପତ୍ତି। ତେଣୁ ତାକୁ ଚିହ୍ନଟ କରି ସେଟେଲମେଣ୍ଟ କରିବା ଆଇନ ବିଭାଗ ପାଇଁ ବଡ ଚାଲେଞ୍ଜ । ଅନ୍ୟପଟେ ବେଆଇନ ବିକ୍ରି ହୋଇଥିବା ଜମିକୁ ଫେରାଇ ଆଣି ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ନଜର।

ଏହା ସହ ପଢ଼ନ୍ତୁ: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି ..

Srimandir Jagannath Temple Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ