Advertisment

Elon Musk- Donald Trump Feud: ବଢୁଛି ଟ୍ରମ୍ପ-ମସ୍କ କଳି; ପରିହାସ କରୁଛି ଋଷ

ଏଲନ୍ ମସ୍କଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ମସ୍କଙ୍କ କମ୍ପାନୀ ସହ ସରକାରୀ ଚୁକ୍ତିନାମା ଓ ସବସିଡି ବନ୍ଦ କରିଦେବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ପରିହାସ କରୁଛି ଋଷ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Elon Musk- Donald Trump Feud

Elon Musk- Donald Trump Feud

ବଢୁଛି ଟ୍ରମ୍ପ-ମସ୍କ କଳି । ଉଭୟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଥମିବାର ନାଁ ଧରୁନି । ଦୀର୍ଘ ଦିନର ଯୋଡି ଭାଙ୍ଗିଲା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାର ସମୟରେ ମସ୍କଙ୍କ ସହ ସମ୍ପର୍କ ଛିନ୍ନ ହୋଇଗଲା କି ପଚାରିବାରୁ ସେ ସମ୍ଭବତଃ ଶେଷ ହୋଇଯାଇଛି ବୋଲି କହିଛନ୍ତି । ମସ୍କଙ୍କ ସହ ସମ୍ପର୍କ ସୁଧାରିବାରେ ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି କହିଛନ୍ତି । 

Advertisment

‘‘ମୁଁ ଅନ୍ୟ କାମରେ ବ୍ୟସ୍ତ ଅଛି । ଆପଣ ଜାଣିଛନ୍ତି, ମୁଁ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଛି । ମୁଁ ତାଙ୍କୁ ଅନେକ ସୁଯୋଗ ଦେଇଛି । ମୁଁ ତାଙ୍କୁ ମୋର ପ୍ରଥମ ପ୍ରଶାସନରେ ସୁଯୋଗ ଦେଇଛି ଏବଂ ତାଙ୍କ ଜୀବନ ବଞ୍ଚାଇଛି । ମୋର ତାଙ୍କ ସହ କଥା ହେବାରେ କୌଣସି ଆଗ୍ରହ ନାହିଁ ।’’ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅସମ୍ମାନ କରିଛନ୍ତି । ମୁଁ ଭାବୁଛି ଏହା ଅତ୍ୟନ୍ତ ଖରାପ । ତାଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅସମ୍ମାନ କରିବା ଉଚିତ ନୁହେଁ ।

ଅଧିକ ପଢ଼ନ୍ତୁ: ଗୁଳିମାଡର ଶିକାର କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ

ଏହା ସହ ଏଲନ୍ ମସ୍କଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଯଦି ଆଗକୁ ରିପବ୍ଲିକାନ ଦଳ ବିରୋଧରେ ଯାଇ ୨୦୨୬ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ସମୟରେ ମସ୍କ ଡେମୋକ୍ରାଟିକ ଦଳକୁ ସମର୍ଥନ କରନ୍ତି, ତାହାଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ସେ ବିରୋଧୀଙ୍କୁ ଆର୍ଥିକ ସହାୟତା ଦେବାର ଭୁଲ ନକରନ୍ତୁ । ନଚେତ ଏଲନ୍ ମସ୍କ ଗମ୍ଭୀର ପରିଣାମ ଭୋଗିବେ। ମସ୍କଙ୍କ କମ୍ପାନୀ ସହ ସରକାରୀ ଚୁକ୍ତିନାମା ଓ ସବସିଡି ବନ୍ଦ କରି ଦିଆଯିବ ।

Advertisment

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ ବିଲକୁ ବିରୋଧ କରିବା ସହ ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଦେଇଥିଲେ । ଟ୍ରମ୍ପ ସରକାରଙ୍କ DOGEର ମୁଖ୍ୟ ପଦ ସମ୍ଭାଳିଥିଲେ ମସ୍କ । ଟ୍ରମ୍ପଙ୍କ ଏହି ନୂଆ ବଜେଟ ବିଲ୍ ସଂଘୀୟ ନିଅଣ୍ଟ ବୃଦ୍ଧି କରିବା ସହିତ DOGEର କାର୍ଯ୍ୟକୁ ଆହୁରି ଦୁର୍ବଳ କରିବ ବୋଲି କହିଥିଲେ ମସ୍କ । 

ସେପଟେ ଡୋନାଲ୍ଡ ଟ୍ରମ୍ପ ଏବଂ  ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ପରିହାସ କରୁଛି ଋଷ। ଉଭୟଙ୍କ ମଧ୍ୟରେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ରୁଷିଆର ବରିଷ୍ଠ ଅଧିକାରୀ ତଥା ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ । ଲଢେଇ କର ନାହିଁ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ

Tesla CEO Elon Musk American President Donald Trump
Advertisment
Advertisment