/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747742777.jpg)
YouTuber Priyanka Senapati Spy Scandal
ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍ ? ତେଜରାତି ଦୋକାନୀରୁ ସିଧା ବନିଗଲେ ଚାରି ଚାରିଟା ହୋଟେଲ୍ ମାଲିକ । ଝିଅ ବୁଲୁଥିଲା ଫରେନ୍ରେ ବାପା ରହୁଥିଲେ ପୁରୀରେ । ୟୁଟ୍ୟୁବ୍ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା । ଯାହାକୁ ନେଇ ଏବେ ଅସମାହିତ ପ୍ରଶ୍ନ ଛିଡ଼ା ହେଲାଣି । ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ସମ୍ପର୍କ ବେଶ୍ ନିବିଡ଼ । ଏକାଠି ବୁଲୁଥିଲେ, ଏକାଠି ହୋଟେଲ୍ରେ ରହୁଥିଲେ । ଏମିତି କି ପାକିସ୍ତାନ ବି ଦୁହେଁ ମିଶି ଯାଉଥିଲେ । କତ୍ତାରରେ ଚାଲୁଥିଲା ଏମାନଙ୍କ ଆଳାପ । ଗାଡ଼ି ଭିତରର ବ୍ଲଗିଂକୁ ଦେଖିଲେ ଆପଣ ବୁଝିପାରୁଥିବେ ଜ୍ୟୋତି ଓ ପ୍ରିୟଙ୍କାଙ୍କ ମଧ୍ୟରେ ଥିବା ସେ ବନ୍ଧୁତ୍ବକୁ । ଆଉ ସବୁଠାରୁ ବଡ଼ କଥା ହେଉଛି ଝିଅ ପାକିସ୍ତାନ ଯାଇଥିବା କଥାକୁ ଖୋଦ୍ ମାନିଛନ୍ତି ପ୍ରିୟଙ୍କାଙ୍କ ବାପା ।
ଭାରତର ଏ ୟୁଟ୍ୟୁବର- ପାକିସ୍ତାନୀ ଗୁପ୍ତଚର ! ଜ୍ୟୋତି ମାଲହୋତ୍ରାଙ୍କ ଖୋଲୁଛି ଗୋଟିଏ ପରେ ଗୋଟିଏ ପେଡ଼ି । ଅପରେସନ ସିନ୍ଦୂର ପୂର୍ବରୁ ବି ସେ ପାକିସ୍ତାନକୁ ଦେଇଥିଲେ ବ୍ଲାକ୍ଆଉଟ୍ ସୂଚନା । ଏଣେ ତା ଲିଙ୍କ୍ରେ ଆଉ ୩ ଜଣଙ୍କୁ ହରିୟାଣା ପୋଲିସ୍ ବାନ୍ଧି ଘାଣ୍ଟୁଥିବାବେଳେ ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି ବି ସ୍କାନରରୁ ବାହାରି ନାହାନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଜ୍ୟୋତିଙ୍କ ଭଳି ଭାରତୀୟ ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ ISI ସଫ୍ଟ ଟାର୍ଗଟ୍ କରି ଗୁପ୍ତ ତଥ୍ୟ ହାସଲରେ ସଫଳ ହେଉଥିବା କହିଛନ୍ତି ହିସାର SP । ତେବେ କେମିତି, କେଉଁ ପରିସ୍ଥିତିରେ ଭାରତୀୟ ହୋଇ ବି ଏଭଳି ଦେଶଦ୍ରୋହ କାର୍ଯ୍ୟରେ ସାମିଲ ହେଉଛନ୍ତି କିଛି ନିର୍ଦ୍ଦିଷ୍ଟ ୟୁଟ୍ୟୁବର, ତାକୁ ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢନ୍ତୁ : ଟଙ୍କା ରୋଜଗାରର ନିଶା ଜ୍ୟୋତି ମଲହୋତ୍ରାଙ୍କୁ କରିଦେଲା ପାକିସ୍ତାନ ଗୁପ୍ତଚର!
ସେପଟେ ସେଣ୍ଟ୍ରାଲ ଓ ଷ୍ଟେଟ ଇଣ୍ଟେଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୋଲିସ । ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ପୁରୀ ଏସପି ଏହି ଟିମକୁ ଲିଡ଼ କରୁଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ପ୍ରିୟଙ୍କା ? ପ୍ରିୟଙ୍କା କ'ଣ ପାଇଁ ପାକିସ୍ତାନ ଯାଇଥିଲେ ? କତ୍ତାରରେ କ’ଣ କରିଥିଲେ ଉଭୟ ? ଏସବୁ ପ୍ରଶ୍ନକୁ ନେଇ ଏବେ ତଦନ୍ତ ଜୋରଦାର କରାଯାଉଛି । ତଦନ୍ତ ନସରିବା ଯାଏଁ ପ୍ରିୟଙ୍କାଙ୍କୁ ପୁରୀ ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Illegal Occupation Removal: ଓଟିଭିରେ ଖବର ବାଜିଲା, କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ; ଜବରଦଖଲ ଥିବା ସରକାରୀ କ୍ବାର୍ଟର୍ସରୁ ଉଚ୍ଛେଦ ଆରମ୍ଭ...

Odisha Cabinet Restructuring: ଆଗ ଭଳି ପାୱାରଫୁଲ ରହିବେନି ସଚିବ, ମନ୍ତ୍ରୀ ନେବେ କ୍ୟାବିନେଟ୍ ନିଷ୍ପତ୍ତି

Political Meet Photo Goes Viral: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)