• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଥିବା ଜମି ଲୋକଙ୍କୁ ଫେରସ୍ତ ହେବ । ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।

ମୋଟ ୩ ହଜାର ୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା । ଜମିହରାଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ । ଏନେଇ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଦିନେ ଦୁଇ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଲୋକଙ୍କୁ ସେମାନଙ୍କ ଜମି ମିଳିବା ସହ ସେମାନେ ନିଜ ଜମିକୁ ଦଖଲକୁ ନେବେ । ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ । ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ । 

ଅଧିକ ପଢ଼ନ୍ତୁ: Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

ବିଗତ ସରକାର ୨୦୦୬ ମସିହାରେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବେଦାନ୍ତ ସହ MOU କରିଥିଲେ। ଏଥିପାଇଁ  ଭିନ୍ନ ଭିନ୍ନ ସମୟରେ ନାମକରଣ ତିନି ଥର ବଦଳିଲା । ୨୨ଟି ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା। ଘଟଣାରେ ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ । ୨୦୦୯ରେ ଜମି ଅଧିଗ୍ରହଣ ଅବ୍ୟବସ୍ଥା ନେଇ ହାଇକୋର୍ଟ ଖାରଜ କରିଥିଲେ ।

୨୦୨୩ରେ ଅଧିଗ୍ରହଣକୁ ଖାରଜ କରିବା ସହ ଜମି ଫେରାଇବାକୁ ଆଦେଶ ଦେଇଥିଲେ ହାଇକୋର୍ଟ । ଲିଜ ଜମି ସରକାର ତାଙ୍କ ପାଖକୁ ଆଣିବେ ବୋଲି ଉଚ୍ଚ ଅଦାଲତ କହିଥିଲେ । ବେଦାନ୍ତ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା । ମାତ୍ର ସୁପ୍ରିମକୋର୍ଟ ରାୟକୁ କାଏମ ରଖିଥିଲେ । ଏଣୁ ସରକାର ଜମି ଫେରାଇବା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ପଦକ୍ଷେପ ନେବ । ବିଜ୍ଞପ୍ତି ପ୍ରକାଶ ପାଇବ, ତାପରେ ଜମି ଫେରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

OTV is now on Whatsapp

Join and get latest news update delivered to you via whatsapp

Join Now