Advertisment

Lack Of Shelter In Bhubaneswar: ରାଜଧାନୀରେ ବେସାହାରାଙ୍କୁ ମିଳୁନି ଆଶ୍ରୟ; ଫୁଟପାଥରେ ଖୋଲା ଆକାଶ ତଳେ ବିତୁଛି ଜୀବନ

ରାତିର ଅନ୍ଧାର ଠାରୁ ବଳିଯାଉଛି ଶୀତ। କିଏ ଚାଦର ତ କିଏ କମ୍ବଳ ଖଣ୍ଡେ ଘୋଡି ହୋଇ ଜାକିଜୁକି ହୋଇ ଶୋଇଛନ୍ତି। ଫୁଟପାଥ୍ ପାଲଟିଛି ରାତିର ଠିକଣା।

author-image
Sujit kumar Swain
ଅଦ୍ୟତନ ହୋଇଛି
Labourers Forced to Spent Nights Under Flyovers

Labourers Forced to Spent Nights Under Flyovers

ନାଁକୁ ମାତ୍ର ରାତ୍ରି ଆଶ୍ରୟସ୍ଥଳ। ନା କାହା ପାଖରେ ଏ ନେଇ ସୂଚନା ଅଛି ନା କାହାରି କାମରେ ଲାଗୁଛି। ବର୍ଷା ସାଙ୍ଗକୁ ଶୀତୁଆ ରାତିରେ ଖୋଲା ଆକାଶତଳେ ଫୁଟପାଥରେ ରାତି କାଟୁଛନ୍ତି ଲୋକେ। ରାଜଧାନୀ ଭୁବନେଶ୍ବରରେ ଆଜି ବି ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଟିକେ ପାଉନାହାନ୍ତି ଅସହାୟ ବ୍ୟକ୍ତି।

Advertisment

ରାତିର ଅନ୍ଧାର ଠାରୁ ବଳିଯାଉଛି ଶୀତ। କିଏ ଚାଦର ତ କିଏ କମ୍ବଳ ଖଣ୍ଡେ ଘୋଡି ହୋଇ ଯାକିଜୁକି ହୋଇ ଶୋଇଛନ୍ତି। ଫୁଟପାଥ୍ ପାଲଟିଛି ରାତିର ଠିକଣା। ଦିନ ସାରା କାମ କରିବା ପରେ ଥକା ମେଣ୍ଟାଇବାକୁ ଜାଗାଟିକେ ନପାଇ ଫୁଟପାଥରେ ହିଁ ଏ ଶୀତ କାକରରେ ଆଶ୍ରୟ ନେଉଛନ୍ତି। କାମଧନ୍ଦା ଖୋଜିଖୋଜି ଅନେକ ରାଜଧାନୀକୁ ଆସିଥାନ୍ତି। ମାତ୍ର ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ନପାଇ ଫୁଟପାଥକୁ ହିଁ ଆପଣାଇ ନେଇଥାନ୍ତି। ଭୁବନେଶ୍ବରର ରାଜମହଲ ଫ୍ଲାଏ ଓଭର ତଳ ହେଉ ବା ମାଷ୍ଟର କ୍ୟାଣ୍ଟିନ ରାସ୍ତାକଡ, ରାମ ମନ୍ଦିର ଟ୍ରାଫିକ ଏବଂ ଏଜି ଛକ ଭଳି ଅନେକ ସ୍ଥାନରେ ଏବେ ବି ଲୋକେ ଏମିତି ରାସ୍ତାକଡ଼ରେ ଶୋଉଛନ୍ତି।

ଅଧିକ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

Advertisment

ରାଜଧାନୀରେ ରହିଛି ଅନେକ ଆଶ୍ରୟ ସ୍ଥଳୀ। ହେଲେ ଏ ଏସଂପର୍କରେ ନା କାହା ପାଖରେ ସୂଚନା ଅଛି ନା ଆଶ୍ରୟସ୍ଥଳୀ କାହା କାମରେ ଲାଗୁଛି। ଆଉ ୟୁନିଟ ୩ରେ ଥିବା ଆଶ୍ରୟସ୍ଥଳୀ ଯେମିତି ଥାଇ ବି କାମରେ ନ ଆସିଲା ଭଳି। କୋଉପଟେ ଲୋକ ଯିବେ, ଆଉ କାହାକୁ ପଚାରି କେଉଁଠି ରହିବେ କାହାରିକୁ ଜଣାନାହିଁ। 

ଭୁବନେଶ୍ବରରେ ଥିବା କୋଉ ଆଶ୍ରୟ ସ୍ଥଳୀ କେତେବେଳେ ଖୋଲାହୁଏ ଆଉ କେତେବେଳେ ବନ୍ଦ ହୁଏ ସେ ସମ୍ପର୍କରେ ବି କେଉଁଠି କୌଣସି ସୂଚନା ନାହିଁ। ଅନ୍ୟପଟେ ଲୋକଙ୍କୁ କିଭଳି ଆଶ୍ରୟସ୍ଥଳୀରେ ରଖାଯିବ ସେଥିଲାଗି ବିଏମସି ସବୁ ପ୍ରକାରର ବନ୍ଦୋବସ୍ତ କରିଥିବା ଭୁବନେଶ୍ବର ମେୟର କହିଛନ୍ତି।

ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

Bhubaneswar Labourers
Advertisment
Advertisment