Advertisment

Thief caught during robbery: ଲୁଟେରାଙ୍କ ଆତଙ୍କରାଜ; ଡାକ୍ତରଙ୍କ ଘରେ ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ

ସୋର ଥାନାଞ୍ଚଳରେ ଜଣେ ଡାକ୍ତରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବା ସହ ପ୍ରତିବାଦ କରିବାରୁ ପରିବାର ଲୋକଙ୍କୁ ଆକ୍ରମଣ ହୋଇଛି। ଜଗତସିଂହପୁର ଅଞ୍ଚଳର ଜଣେ ଲୁଟେରାକୁ କାବୁ କରା ଯାଇଛି, ୩ ଜଣ ଫେରାର ହୋଇ ଯାଇଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Thief Caught During Robbery

Thief Caught During Robbery

ବାଲେଶ୍ୱର ଜିଲ୍ଲା ସୋର ଥାନା କମରପୁର ଗାଁରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କ ଘରୁ ଲୁଟ ହୋଇଛିl ଡାକ୍ତରଙ୍କ ଘରେ ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଲୁଟେରାଙ୍କ ଆକ୍ରମଣରେ ୨ ଗୁରୁତର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ତେବେ ଜଣେ ଲୁଟେରା କାବୁ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦୟାଳୁ ଚୋର, ବାଇକ୍ ଚୋରି କରି ନେଲା, ଫେରାଇ କ୍ଷମା ମାଗିଲା !

ମିଳିଥିବା ସୂଚନା ମୁତାବକ, ଗତକାଲି ଡାକ୍ତର ତପନ ବେହେରା ଓ ତାଙ୍କର ପରିବାର ଲୋକେ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେl ଘରେ କେହି ନ ଥିବାର ସୁଯୋଗ ନେଇ ୪ ଜଣ ଚୋର ଘର ଭିତରକୁ ପଶି ଚୋରୀ କରିଥିଲେl ଠିକ ସେହି ସମୟରେ ପରିବାର ଲୋକେ ଘରକୁ ଫେରିଥିବା ବେଳେ ଚୋରୀ ହେଉଥିବା ଦେଖିଥିଲେl ତେଣୁ ଘର ଲୋକ ଆସିଯିବାରୁ ଚୋର ମାନେ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେl ପରେ ଡାକ୍ତର ତପନ ବେହେରା ଓ ତାଙ୍କର ଶଳା ଗୁରୁତର ହୋଇ ସୋର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପରେ ବାଲେଶ୍ୱର ମେଡିକାକୁ ସ୍ଥାନାନ୍ତର କରାଯାଇଛି l

ତେବେ ପରିବାର ଲୋକେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ୩ ଜଣ ଚୋର ଫେରାର ହୋଇଯାଇଛନ୍ତି l ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବୋଲି ଜଣା ପଡିଛିl ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ କଣ କଣ ଚୋରୀ ହୋଇଛି ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Advertisment

ଅଧିକ ପଢ଼ନ୍ତୁ: ସୁଟ୍ ବୁଟ୍ ପିନ୍ଧା ଚୋର ଧରାପଡିଲା, ପୋଲିସ ଆଶ୍ୱସ୍ତ

Balasore Thief
Advertisment
Advertisment