IPS DS Kutey: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍‌ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ । ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ । ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି ।

IPS DS Kutey

ଆଶିଷ ସିଂଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ । ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ । ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି । ୨୦୨୮ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସ୍ଏଫ୍ ଆଇଜି ଭାବେ ଦାୟିତ୍ୱରେ ରହିବେ IPS ଡି.ଏସ୍ କୁଟ୍ଟେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି । ଗତକାଲି IPS ଆଶିଷ ସିଂ ITBP ଆଇଜି ଭାବେ ବଦଳି ହୋଇଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ବିବାଦୀୟ ଆଇପିଏସ ଆଶିଷ ସିଂ । ଇଣ୍ଡୋ-ତିବ୍ଦତିଆନ୍ ବର୍ଡର ପୋଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି । ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି । ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ମେଡିକାଲ୍ ଲିଭରେ ଥିଲେ ଆଶିଷ ସିଂ ।

ଆଶିଷ ସିଂ ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି । ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା । ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା ।

ଅଧିକ ପଢନ୍ତୁ:ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା । ମେଡିକାଲ ଲିଭରେ ଥିବା ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାପଡ଼ିଥିଲା ଯେ, ଆଶିଷ ମିଛ କହି ଛୁଟିରେ ଥିଲେ ।

ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ ! ଏଭଳି ସାଂଘାତିକ ଅଭିଯୋଗ ନେଇ IPS କୁଟ୍ଟେଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଥିଲା ଗୃହ ବିଭାଗ ।

ସେଥିରେ ଉଲ୍ଲେଖ ରହିଥିଲା, ମେ ୨୫ ନିର୍ବାଚନ ଦିନ କୁଟ୍ଟେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଫୋନ ଯୋଗେ ଜଣେ ପ୍ରାର୍ଥୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଦିଓ ଚାର୍ଜଫ୍ରେମରେ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ଉଲ୍ଲେଖ ହୋଇନଥିଲା, କିନ୍ତୁ ସେଦିନ EVM ଭାଙ୍ଗିବା ମିଛ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ସହ ମେ ୨୪ରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ୍ ଯୋଗେ ବିଜେପିର ବିଜ୍ଞାପନକୁ ଅନୁମତି ନଦେବାକୁ ଚାପ ପକାଇଥିଲେ ବୋଲି ଦଳ ଅଭିଯୋଗ କରିଥିଲା ।

ତେବେ କୁଟ୍ଟେ ସରକାରୀ ପଦବୀରେ ରହି ନିର୍ବାଚନକୁ ପ୍ରଭାବିତ କରିବା ଅଲ୍ ଇଣ୍ଡିଆ ସର୍ଭିସେସ୍ କଣ୍ଡକ୍ଟ ରୁଲସ ଏବଂ ନିର୍ବାଚନ ଆଦର୍ଶ ଆଚରଣ ଵିଧିର ଉଲ୍ଲଘଂନ ବୋଲି ଚାର୍ଜଫ୍ରେମରେ ଉଲ୍ଲେଖ ରହିଥିଲା ।

ଅଧିକ ପଢନ୍ତୁ:ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ