Advertisment

UTKARSHA ODISHA CONCLAVE: ଉତ୍କର୍ଷ ଓଡିଶା କନକ୍ଲେଭରେ ରାଜ୍ୟକୁ ଛୁଟିବ ନିବେଶର ସୁଅ

ରାତି ପାହିଲେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍-୨୦୨୫। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦ୍ଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର।

Utkarsh Odisha

Utkarsh Odisha

Advertisment

ଉତ୍ସାହିତ ଓଡ଼ିଶା, ଉତ୍ସାହିତ ଶିଳ୍ପସଂଘ। କାଲିଠୁ ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ବଡ଼ କଥା ହେଉଛି ପ୍ରଥମଥର ପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାରେ ଆୟୋଜିତ ଏ ଶିଳ୍ପପତି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା ବେଳେ ଶିଳ୍ପମନ୍ତ୍ରୀ କହିଛନ୍ତି, ଏଇ କନକ୍ଲେଭ୍ ଶେଷରେ ଗଙ୍ଗା ସ୍ରୋତ ଭଳି ଓଡ଼ିଶାକୁ ଛୁଟିବ ନିବେଶକଙ୍କ ସୁଅ।

Advertisment

ରାତି ପାହିଲେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍-୨୦୨୫। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦ୍ଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ଥିମ୍ ଏରିଆରେ ପ୍ରଦର୍ଶିତ ହେବ ରାଜ୍ୟରେ ଏମ୍ଏସ୍ଏମ୍ଇ, ପର୍ଯ୍ୟଟନ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସୁଭଦ୍ରା, ଷ୍ଟାର୍ଟ ଅପ୍, ଦକ୍ଷତା ବିକାଶ ଓ ବୟନ ଶିଳ୍ପ ପାଇଁ ରହିଥିବା ସୁବିଧା ସୁଯୋଗ। ଦୁଇଟି ବିଶାଳ ହଲରେ ରାଜ୍ୟରେ ଗଢ଼ି ଉଠିଥିବା ସବୁ ବଡ଼ ଶିଳ୍ପସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇବେ ନିବେଶକ।

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

୪ଟି ସେସନ୍ ହଲରେ ଅନୁଷ୍ଠିତ ହେବ ୧୨ଟି ଶିଳ୍ପକ୍ଷେତ୍ର ଆଧାରିତ ଅଧିବେଶନ। କଣ୍ଟ୍ରି ଅଫ୍ ଫୋକସ୍, ସିଇଓ ରାଉଣ୍ଡଟେବୁଲ ୱିଥ୍ ସିଏମ୍, ୱିମେନ ବିଜନେସ ଲିଡରସିପ୍, ଏଡିଟର୍ସ ରାଉଣ୍ଡଟେବୁଲ ଭଳି ୬ଟି ଥିମ୍ ଅଧିବେଶନ ବି ହେବ। ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ଅପାର ସମ୍ଭାବନା ସତ୍ତ୍ବେ ପୂର୍ବ ସରକାରରେ ବିଗତ ଦୁଇ ଦଶନ୍ଧି ଧରି ଶିଳ୍ପ ମରୁଭୂମି ପାଲଟିଥିଲା ଓଡ଼ିଶା। ନୂଆ ସରକାର ଅକ୍ଷୟ ଶକ୍ତି, ଜାହାଜ ନିର୍ମାଣ, କେମିକାଲ, ପେଟ୍ରୋକେମିକାଲ, ସେମିକଣ୍ଡକ୍ଟର ଭଳି ନୂଆପିଢ଼ିର ତଥା ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ଆଉ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଭଗୀରଥ ସାଜି ଓଡ଼ିଶାକୁ ଗଙ୍ଗା ସ୍ରୋତ ଭଳି ନିବେଶକ ଆଣିବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି।

Advertisment

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର କେବଳ ବଡ଼ ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି ତାହା ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ଏମ୍ଏସ୍ଏମ୍ଇକୁ ଦିଆଯାଇଛି ସ୍ବତନ୍ତ୍ର ଫୋକସ୍। କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ଉଦ୍ଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ ହେବେ ‘ସିକ୍ସଟି ଅଣ୍ଡର ଫୋର୍ଟି’ ଏମ୍ଏସ୍ଏମ୍ଇ। ଏଥରର ଏଇ କନକ୍ଲେଭ୍ ଜରିଆରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ ପାଇଁ ଲକ୍ଷ୍ୟ ରଖିଛନ୍ତି ନୂଆ ସରକାର। ପୂର୍ବରୁ ତିନି ତିନୋଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ପୁଞ୍ଜିପତିମାନେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଥିବା ସତ୍ତ୍ବେ ରାଜ୍ୟ ଶିଳ୍ପାୟନରେ କିନ୍ତୁ ଦେଖିବାକୁ ମିଳିନଥିଲା ଆଖିଦୃଶିଆ ଅଗ୍ରଗତି। ଏବେ ପ୍ରଶ୍ନ, ଏଥରର ଉତ୍କର୍ଷ ଓଡ଼ିଶା କନକ୍ଲେଭର ଭାଗ୍ୟ ପୂର୍ବଭଳି ହେବନି ତ ? ଶିଳ୍ପସଂଘର କହିବା କଥା, ପୂର୍ବ ସରକାରରେ ସବୁ କ୍ଷମତା ଜଣଙ୍କ ପାଖରେ ରହୁଥିଲା। ଫଳରେ ଯେଉଁ ନିବେଶ ଆଗ୍ରହ ଆସୁଥିଲା ତାହା ବାସ୍ତବ ରୂପ ନେଇ ପାରୁ ନ ଥିଲା। କିନ୍ତୁ ନୂଆ ସରକାରରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତି କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଅନ୍ୟପକ୍ଷରେ ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ଦେଉଥିବାରୁ ଉତ୍କର୍ଷ ଓଡ଼ିଶା ସଫଳ ହେବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦ୍ଘାଟନ ଲାଗି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆଜି ଆୟୋଜିତ ହୋଇଯାଇଛି କାର୍କେଡ୍ ରିହର୍ସାଲ। ଏସବୁ ଭିତରେ ଗତକାଲିଠୁ ଓଡ଼ିଶାକୁ ଛୁଟିଲାଣି ନିବେଶକଙ୍କ ସୁଅ। ଆଜି ଶିଳ୍ପସଂଘ ସିଆଇଆଇ ପକ୍ଷରୁ ଏହାର ୨୦୦ ସଦସ୍ୟଙ୍କୁ ନେଇ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ବୈଠକ। ସେହିପରି ଚାର୍ଟର୍ଡ ଫ୍ଲାଇଟ୍ ଜରିଆରେ ଭୁବନେଶ୍ବର ଆସିବାକୁ ବିମାନବନ୍ଦର କର୍ତ୍ତୃପକ୍ଷକୁ ଆସିଛି ଦେଶ ବିଦେଶରୁ ଶିଳ୍ପପତିଙ୍କ ଆବେଦନ।

Advertisment

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Odisha Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ