/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741352010.jpg)
‘FIR ନରଖିଲେ ସସ୍ପେଣ୍ଡ’
ଏଫଆଇର୍ ନ ରଖିଲେ ଆଇଆଇସି ହେବେ ସସ୍ପେଣ୍ଡ । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କର । FIR ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା ନକଲେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅଧିକ ପଢ଼ନ୍ତୁ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’
ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଧାୟକ ସମୟରେ ତାଙ୍କୁ କେମିତି ପୋଲିସ ହଇରାଣ କରିଥିଲା ସେନେଇ ନିଜ ଅନୁଭୂତି ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବିଧାୟକ ଥିବା ବେଳେ ୨୦୧୯ରେ ମୋତେ କେନ୍ଦୁଝର ଆଇଆଇସି ଦୁର୍ବ୍ୟବହାର କରିଥିଲେ । ଗେଟ୍ ଆଉଟ ବୋଲି କହିଥିଲେ । ତେଣୁ ପୋଲିସ ବ୍ୟବହାର ପରିବର୍ତ୍ତନ କରୁ ଏବଂ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେଉ ବୋଲି ମୋହନ ମାଝୀ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ଥାନାକୁ ଆସିଲେ ଚା'ପାଣି ଦେଇ ସମ୍ମାନ ସହକାରେ ପୋଲିସ ଅଭିଯୋଗ ଶୁଣିବା ଦରକାର । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେ ମୁଁ ଭୁକ୍ତଭୋଗୀ ଏଣୁ ଆଗକୁ ଆଉ ସେପରି ହେବନାହିଁ । ଆଗକୁ ପୋଲିସ ଶକ୍ତିଶାଳୀ ହେବା ସହ ଲୋକଙ୍କୁ ସେବା ଯୋଗାଇଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)