• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କିଟ୍‌ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ସାରା ରାଜ୍ୟ । କେବଳ ଓଡ଼ିଶାରେ ନୁହେଁ ପୂରା ଭାରତ ବର୍ଷରେ ଏହି ଘଟଣାକୁ ନିନ୍ଦା କରାଯାଉଛି । ତେବେ କିଟ୍‌ ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ଉଦବେଗ୍‌ ପ୍ରକାଶ ପାଇଛି । ଆଜି ବିଧାନସଭା ଶୂନ୍ୟକାଳରେ ମୁଲତବୀ ଆଲୋଚନାରେ ଭାଗ ନେଇ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଧାରଣାରେ ବସିବି ବୋଲି ତାରା ବାହିନୀପତି କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । କାହିଁକି ଏ ପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ସିସିଟିଭି ଫୁଟେଜ୍‌ ଯାଞ୍ଚ ହେଉ । କେତେଜଣ ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ପରିବାର ଲୋକ କିଟ୍‌ ବିଶ୍ୱ ବିଦ୍ୟାଳୟରେ ଚାକିରି କରିଛନ୍ତି ତାହା ଜଣାପଡ଼ିବ । ଏହା ଛୋଟ ଘଟଣା ନୁହଁ । ଏହା ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ । ଯଦି ଆମେ ନେପାଳୀ ପିଲାଙ୍କୁ ସୁରକ୍ଷା ଦେଇପାରିବା ନାହିଁ ତେବେ ଆମ ପିଲାଙ୍କୁ ବିଦେଶରେ କିଏ ସୁରକ୍ଷା ଦେବ । ବାଉନସରମାନେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କ ପାଖରେ ଖାଇବାକୁ ନଥିଲା କି ଟିକେଟ ପାଇଁ ପଇସା ମଧ୍ୟ ନଥିଲା । କେବଳ ନେପାଳ ପିଲାଙ୍କ ପାଇଁ ସାଇନ୍ ଏ ଡାଏ କାହିଁକି ହେଲା ? ଯେଉଁ ମହିଳାମାନେ ଅଶାଳୀନ ବ୍ୟବହାର କଲେ ତାଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘୮୦୦ ଟଙ୍କା ଦରମା ପାଉଥିଲେ, ୧୫ ହଜାର କୋଟିର ମାଲିକ କେମିତି ହେଲେ ଅଚ୍ୟୁତ’

OTV is now on Whatsapp

Join and get latest news update delivered to you via whatsapp

Join Now