/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740126596.jpg)
୮୦୦ ଟଙ୍କାରୁ ୧୫ ହଜାର କୋଟିର ମାଲିକ କେମିତି ?
କିଟ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ଅଚ୍ୟୁତ ସାମନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ବିଜେପି ବିଧାୟକ ବାବୁ ସିଂ । କିଟ୍ କେଳେଙ୍କାରୀ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କଲେ ବାବୁ । ସେ କହିଛନ୍ତି, ୧୯୯୧ରେ ମହର୍ଷିରେ ପଢ଼ାଇବା ବେଳେ ଅଚ୍ୟୁତ ସାମନ୍ତ ୮୦୦ ଟଙ୍କା ଦରମା ପାଉଥିଲେ । ତେବେ ୩୨ ବର୍ଷ ପରେ ୧୫ ହଜାର କୋଟିର ମାଲିକ ଅଚ୍ୟୁତ ସାମନ୍ତ । ଏଥିରୁ ତାଙ୍କ ଉଦ୍ଦେଶ୍ୟ ମନ୍ଦ ବୋଲି ଜଣାପଡ଼ୁଛି । ବିଜୁ ପଟ୍ଟନାୟକ ସରକାରରେ ଲୋନ୍ ନେଇ AICTE ଦ୍ୱାରା ଲଙ୍କା ସାମ୍ରାଜ୍ୟ କଲେ । ଶିକ୍ଷା ନାଁରେ କଳା କାରନାମା କରି ସମାଜକୁ ଅଚ୍ୟୁତ କଳୁଷିତ କରିଛନ୍ତି ବୋଲି ବାବୁ ସିଂ କହିଛନ୍ତି ।
ଅଧିକ ପଢ଼ନ୍ତୁ: କିଟ୍ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍ର ୮ ଜଣ ଅଧିକାରୀ
ସେହିପରି ସେ ଆହୁରି କହିଛନ୍ତି, ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡ଼ି ବସିଲେ । ଜଙ୍ଗଲ ଜମିରେ ସେ ବଡ଼ ବଡ଼ ଅଟ୍ଟାଳିକା କଲେ । ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, ସାଂସଦ କଲା ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି ।
ସେହିପରି ବାବୁ ସିଂ ଆହୁରି କହିଛନ୍ତି, ବରମୁଣ୍ଡା ହାଉସିଂ ବୋର୍ଡରେ ଜଙ୍ଗଲ ଜମି ଥିବାରୁ ମାଲିକାନା ମିଳୁନି । ହେଲେ ବିଜେଡି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କ ପାଇଁ କିସମ ପରିବର୍ତ୍ତନ କରିଦେଲେ । ସେପଟେ ଅଚ୍ୟୁତ ସାମନ୍ତ ଆଦିବାସୀ ପିଲାଙ୍କୁ ପାଠ ପଢାଇ ମସିହା ହୋଇଛନ୍ତି । ହେଲେ CWC ରିପୋର୍ଟ ଅନୁସାରେ ଅଚ୍ୟୁତ ସାମନ୍ତ ୧୨ କୋଟି କେନ୍ଦ୍ରଠାରୁ ନେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଠାରୁ ବର୍ଷକୁ ୫ କୋଟି, ଚାଉଳ ବାବଦକୁ ପ୍ରତି ବର୍ଷ ୨୨ କୋଟି ୫୦ ଲକ୍ଷ ଟଙ୍କା ନେଉଛନ୍ତି । ସେହିପରି NGO ଓ ଅନ୍ୟ ସଂସ୍ଥାରୁ ୨୧ କୋଟି ୪୨ ଲକ୍ଷ, ବିଦେଶୀ ଅନୁକମ୍ପା ୨୦ କୋଟି ଟଙ୍କା ନେଇଛନ୍ତି । ଏତେ ଟଙ୍କା ନେଲା ପରେ ମାଗଣା କେଉଁଠି ପଢ଼ାଇଲେ ବୋଲି ବାବୁ ସିଂ ପ୍ରଶ୍ନ ଉଠାଇଛନ୍ତି ।
ସେହିପରି ଦୁଇ ଜଣ ମହିଳା ଜୟନ୍ତୀ ନାଥ ଓ ମଞ୍ଜୁଷା ପାଣ୍ଡେ ଯେପରି କହିଲେ ନେପାଳ ବଜେଟରୁ ଅଧିକ ଟଙ୍କା କିଟ୍ ଖାଇବାକୁ ଦିଏ । ଏହା କ’ଣ ଘରୁ ଆଣି ଦେଉଥିଲେ ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି ? ତେବେ ଏହି ଘଟଣାରେ ଅଚ୍ୟୁତ ସାମନ୍ତଙ୍କ ସହ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)