Advertisment

Hydroelectric Project: ୨୨ ବର୍ଷ ଧରି ଚାଲିଛି ଜଳ ବିଦ୍ୟୁତ ପ୍ରକଳ୍ପ କାମ; ଦୁର୍ନୀତିର ଗନ୍ଧ ବାରିଲେ ଜୟପୁରବାସୀ

ବର୍ଷ ପରେ ବର୍ଷ ଗଡୁଛି, ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବାର ନା ନେଉନି । ଜଳ ବିଦ୍ୟୁତ ପ୍ରକଳ୍ପ ଯାହା ତତ୍କାଳୀନ ବିଜେଡି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା। ଏହାରି ଭିତରେ ୨୨ ବର୍ଷ ବିତିଗଲାଣି। ପୁରୁଣା ସରକାର ଯାଇ ନୂଆ ସରକାର ଆସିଲାଣି କିନ୍ତୁ ପ୍ରକଳ୍ପର ଅଗ୍ରଗତି ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Hydroelectric Project

ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହେବ, ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ପାଇବେ । ଏମିତି ଅନେକ ଆଶା ନେଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା। ୨୦୦୨ରେ ତତ୍କାଳୀନ ବିଜେଡି ସରକାର ସମୟରେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ସହ ଚୁକ୍ତି ହେଲା। ୨୨ ବର୍ଷ ବିତିଗଲାଣି ହେଲେ ଏଯାଏଁ ଜଳ ବିଦ୍ୟୁତ ପ୍ରକଳ୍ପ ହୋଇପାରିଲା ନାହିଁ । ବରଂ ଜଙ୍ଗଲ ନଷ୍ଟ ସହ ପରିବେଶ ଦୂଷିତ ହେବାରେ ଲାଗିଛି । ଆମେ କହୁଛୁ କୋରାପୁଟ କୋଟପାଡ ବ୍ଲକ ଡୁମାଜୋଡି କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର କଥା । 

Advertisment

ବର୍ଷ ପରେ ବର୍ଷ ଗଡୁଛି, ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବାର ନା ନେଉନି । ଜଳ ବିଦ୍ୟୁତ ପ୍ରକଳ୍ପ ଯାହା ତତ୍କାଳୀନ ବିଜେଡି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା। ଏହାରି ଭିତରେ ୨୨ ବର୍ଷ ବିତିଗଲାଣି। ପୁରୁଣା ସରକାର ଯାଇ ନୂଆ ସରକାର ଆସିଲାଣି କିନ୍ତୁ ପ୍ରକଳ୍ପର ଅଗ୍ରଗତି ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଛି । ଡ୍ୟାମ ନିକଟରେ ବହୁଛି କୋଲୋବ ନଦୀର ଜଳ। ଏହାର ପାଖରେ ରହିଛି ପର୍ଯ୍ୟଟନସ୍ଥଳ ଗୁଲୁମି ଜଳପ୍ରାପାତ। ଡ୍ୟାମ ନିର୍ମାଣ ହେବା ଦ୍ୱାରା ଧୀରେ ଧୀରେ ଗୁଲୁମି ଜଳପ୍ରପାତ ସଙ୍କୁଚିତ ହେବାରେ ଲାଗିଛି। ମାଟି ମଧ୍ୟ ଧସୁଛି। ପ୍ରକଳ୍ପକୁ ଯିବ ପାଇଁ ରାସ୍ତା ନଥିବାରୁ ଧୂଳି ଧୂସର ସାଙ୍ଗକୁ ଯାତାୟତରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଦୃଷ୍ଟି ଆକର୍ଷଣ କଲେ ବି କୌଣସି ସୁଫଳ ମିଳୁନାହିଁ। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। 

ଅଧିକ ପଢ଼ନ୍ତୁ: ଛତିଶଗଡ ଏନକାଉଣ୍ଟରରେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ

ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ୧୨ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ ହେବ। ଯେଉଁଥିରେ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ପାଇବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ପର୍ଯ୍ୟଟନର ବିକାଶ ହେବ। କୋଟପାଡ ବ୍ଲକ ଡୁମାଜୋଡି ଠାରେ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦୨ରେ ୫୦ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ ବିଭାଗ ସହ ଚୁକ୍ତି କରିଥିଲା ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ । ଶ୍ରାବଣୀ ଏନର୍ଜୀ ପ୍ରାଇଭେଟ ଲିମିଟେଡକୁ ମିଳିଥିଲା କାମ । ଯାହାକି ବାର୍ଷିକ ୫୪.୨୫ ମିଲିଅନ ୟୁନିଟ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରଖିଛି । ହେଲେ ୨୨ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇପାରୁନି।ଘରୋଇ କମ୍ପାନୀ ରାଜ୍ୟ ସରକାରଙ୍କ ସହ କରିଥିବା ଚୁକ୍ତିକୁ ଖିଲାଫ କରିଚାଲିଛି। ଜଙ୍ଗଲ ନଷ୍ଟ ସହ ପରିବେଷ ଦୂଷିତ ହେଉଛି । 

Advertisment

ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ଜୟପୁର ବିଧାୟକ। ଏନେଇ ନିର୍ମାଣକାରୀ ସଂସ୍ଥାକୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଜୟପୁର ଡିଏଫଓ କହିଛନ୍ତି ଜଙ୍ଗଲ ବିଭାଗର ଏକ ଟିମ ଏହାର ତଦନ୍ତ କରିବ। ଷ୍ଟେଜ-୨ କ୍ଲିଅରାନ୍ସ ମିଳିବା ପରେ ବି କେଉଁଠି ସମସ୍ୟା ରହିଛି ତାର ତଦାରଖ ହେବ । 

ଅଧିକ ପଢ଼ନ୍ତୁ: ବିଜେଡି ସମର୍ଥିତ ସରପଞ୍ଚଙ୍କ ପାଇଁ ଟେନସନ୍‌ ଆଣିଲେ ୱାର୍ଡ ମେମ୍ୱର

Job Opportunities JOB
Advertisment
Advertisment