/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748935244.jpg)
Medicines Found Dumped
ରାସ୍ତା କଡ଼ରେ ପଡ଼ିଛି ପୁଳା ପୁଳା ମେଡିସିନ। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଜାରୀ ନିକଟରେ ରାସ୍ତା କଡ଼ରେ ପୁଳା ପୁଳା ଔଷଧ ପଡି ରହିଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଆସୁଥିବା ଔଷଧ ଦିଆନଯାଇ ଏକ୍ସପାଏରୀ ହେଲା ପରେ ରାସ୍ତା କଡ଼ରେ ଫୋପାଡି ଦିଆଯାଇଥିବା କୁହାଯାଉଛି । ଏ ମେଡିସିନ କିଏ ଫୋପାଡିଲା କାହିଁକି ଫୋଫାଡ଼ିଲା ଓ ତାହା କେଉଁ ସ୍ୱାସ୍ଥ୍ୟକେନ୍ଦ୍ରର ତାହା ଜଣାପଡିନାହିଁ ।
ଏ ଘଟଣା କିଛି ନୂଆ ନୁହେଁ । ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ସହଜରେ ଔଷଧ ଯୋଗାଇଦେବାକୁ ବିଭିନ୍ନ ଯୋଜନା ହୋଇଛି । ସରକାରୀ ହସ୍ପିଟାଲ ମାନଙ୍କରେ ମାଗଣା ମେଡିସିନ ଉପଲବ୍ଧ ଥାଏ । ହେଲେ ଅନେକ ସମୟରେ ଏସବୁ ସୁବିଧା ରୋଗୀଙ୍କ ପାଖରେ ପହଞ୍ଚି ପାରିନଥାଏ । ଫଳରେ ରୋଗୀ ହନ୍ତସନ୍ତ ହୋଇ ବାହାରୁ ଅଧିକ ଦାମ୍ ଦେଇ ମେଡିସିନ କିଣି ଖର୍ଚ୍ଚାନ୍ତ ହୁଅନ୍ତି । ଅନ୍ୟପଟେ କେତେବେଳେ ଅଳିଆ ଗଦାରେ ତ କେତେବେଳେ ହସ୍ପିଟାଲ ପଛପଟେ ଏକ୍ସପାଏରୀ ହୋଇଥିବା କୁଢ କୁଢ ମେଡିସିନ ପଡି ରହିଥିବା ଦେଖିବାକୁ ମିଳିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)