Advertisment

Lithium Discovered In Nayagarh: ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଖୋଲିବ କି ନୂଆ ପୁଞ୍ଜିନିବେଶର ବାଟ ?

ରାଜ୍ୟରେ ମୋବାଇଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇବେ ବି ନିବେଶକ ? କାରଣ ରାଜ୍ୟରେ ମିଳିଛି ମୂଲ୍ୟବାନ ଧାତୁ- ଲିଥିୟମର ସନ୍ଧାନ। ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ।

ଅଦ୍ୟତନ ହୋଇଛି
Lithium Discovered In Nayagarh

Lithium Discovered In Nayagarh

Advertisment

ଓଡ଼ିଶାର ମାଟି ତଳେ ରହିଛି EV ଓ ମୋବାଇଲ ଫୋନ୍ ବ୍ୟାଟେରି ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ଶିଳ୍ପରେ ବ୍ୟବହୃତ ଲିଥିୟମ୍ ଧାତୁ। ନୟାଗଡ଼ ଜିଲ୍ଲାର ମୂଲ୍ୟବାନ ଲିଥିୟମର ସଙ୍କେତ ପାଇଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଆଜି ଭୁବନେଶ୍ବରରେ ଆୟୋଜିତ GSI ସେଣ୍ଟ୍ରାଲ ବୋର୍ଡ ବୈଠକରେ ଏ ନେଇ ସୂଚନା ମିଳିବା ପରେ ଓଡ଼ିଶା ସହ ଯୋଡ଼ି ହୋଇଛି ନୂଆ ଗୁରୁତ୍ବପୂର୍ଣ୍ଣ ଖଣିଜ ସମ୍ପଦର ନାଁ। ଅନ୍ୟପଟେ କେନ୍ଦ୍ର ଖଣି ସଚିବ କହିଛନ୍ତି, ଖୁବ୍‌ଶ୍ରୀଘ୍ ରାଜ୍ୟରେ ନିଲାମ ହେବ ଆଉ ୧୩ରୁ ୧୫ ଗୁରୁତ୍ବପୂର୍ଣ୍ଣ ଖଣି।

Advertisment

ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଖୋଲିବ କି ନୂଆ ପୁଞ୍ଜିନିବେଶର ବାଟ ? ରାଜ୍ୟରେ ମୋବାଇଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ପାଇଁ ଆଗ୍ରହ ଦେଖାଇବେ ବି ନିବେଶକ ? କାରଣ ରାଜ୍ୟରେ ମିଳିଛି ମୂଲ୍ୟବାନ ଧାତୁ- ଲିଥିୟମର ସନ୍ଧାନ। ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ- GSIର ସେଣ୍ଟ୍ରାଲ ବୋର୍ଡ ବୈଠକ ପରେ ଏମିତି ସୂଚନା ଦେଇଛନ୍ତି GSI ଉପମହାନିର୍ଦ୍ଦେଶକ ପଙ୍କଜ କୁମାର। ସେ କହିଛନ୍ତି, ପୂର୍ବଘାଟ ମୋବାଇଲ୍ ବେଲ୍ଟର ନୟାଗଡ଼ ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲାରେ ଲିଥିୟମ ଥିବା ନେଇ ସଙ୍କେତ ମିଳିଛି। ତେବେ ଏନେଇ ସର୍ବେକ୍ଷଣ ପ୍ରାଥମିକ ସ୍ତରରେ ରହିଛି। ଅଧିକ ଅନୁସନ୍ଧାନ ପରେ ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ। 

ଅଧିକ ପଢ଼ନ୍ତୁ : କିଏ ହେବ ରାଜ୍ୟ ବିଜେପି ସଭାପତି ?

GSI ଉପମହାନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ଜଳଡିହାରେ ସୁନା ସନ୍ଧାନ ମିଳିଛି।  ରାଜ୍ୟ ସରକାରଙ୍କ ସହ ମିଳିତ ସହଯୋଗରେ ଏହି ପ୍ରକଳ୍ପ ଉପରେ କାମ କରୁଛି GSI। ତେବେ ସେଠାରେ ଅଧିକ ପରିମାଣର ସୁନା ମହଜୁଦ ରହିଛି କି ନାହିଁ, ତାହା ବିସ୍ତୃତ ବିଶ୍ଳେଷଣ ପରେ ସ୍ପଷ୍ଟ ହେବ। 

Advertisment

ଏପଟେ କେନ୍ଦ୍ର ଖଣି ସଚିବ ଭି.ଏଲ୍. କାନ୍ତା ରାଓ କହିଛନ୍ତି, ମାଟି ତଳେ ରହିଥିବା କ୍ରିଟିକାଲ ମିନେରାଲ ଅର୍ଥାତ୍ ଗୁରୁତ୍ବପୂର୍ଣ୍ଣ ଖଣିଜ ସନ୍ଧାନ ଲାଗି GSI ପକ୍ଷରୁ ଏବେ AI ଓ ଡ୍ରୋନ୍ ଭଳି ନୂଆ ଟେକ୍ନୋଲଜି ବ୍ୟବହାର କରାଯାଉଛି। ଡ୍ରୋନ୍ ଜରିଆରେ ଖଣିଜ ସମ୍ପଦ ଖୋଜିବାକୁ ରାଜସ୍ଥାନ ଓ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ ପ୍ରକଳ୍ପ। ରାଜ୍ୟରେ ଏବେ ଗ୍ରାଫାଇଟ୍, ମାଙ୍ଗାନିଜ ଭଳି କ୍ରିଟିକାଲ ଖଣିଜ ବ୍ଲକ୍ ମିଳିଛି। ଅନ୍ୟ ଖଣିଜ ଓ ରେୟାର ଆର୍ଥ ମିନେରାଲ ପାଇଁ ସନ୍ଧାନ ଜାରି ରହିଛି। ଗତ ବର୍ଷ ରାଜ୍ୟରେ ଦୁଇଟି ଗ୍ରାଫାଇଟ୍ ବ୍ଲକ୍ ନିଲାମ ହୋଇଛି। ଏବେ ଆଉ ୧୩ରୁ ୧୫ କ୍ରିଟିକାଲ ମିନେରାଲ ବ୍ଲକ୍ ନିଲାମ ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ଖଣି ସଚିବ।

ଏସବୁ ଭିତରେ ଆସନ୍ତାକାଲିଠୁ କୋଣାର୍କରେ ଆରମ୍ଭ ହେବ ଦୁଇଦିନିଆ ଖଣିମନ୍ତ୍ରୀ ସମ୍ମିଳନୀ। ସବୁ ରାଜ୍ୟର ଖଣିମନ୍ତ୍ରୀ ଯୋଗଦେବାକୁ ଏହି ସମ୍ମିଳନୀରେ ଆଗାମୀ ଦିନରେ ଦେଶରେ ନିଲାମ ହେବାକୁ ଥିବା ପ୍ରମୁଖ ଖଣି ବ୍ଲକ ନେଇ ନିଆଯିବ ନିଷ୍ପତ୍ତି।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ରହସ୍ୟ; CBI ତଦନ୍ତ ପାଇଁ ଲେଖିକି ଦେବେ ଦୀପାଳି

Odisha News Nayagarh Odisha Government Lithium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ