Advertisment

5-T School in Sambalpur: ହିନ୍ଦୀ ଶିକ୍ଷୟିତ୍ରୀ ବେଲ୍‌ ବଜାଉଛନ୍ତି, ଗଣିତ ବି ପଢ଼ାଉଛନ୍ତି…

ଦୁଃଖର ବିଷୟ ସ୍କୁଲରେ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ବିଜେଡି ସରକାର ଏହି ସ୍କୁଲକୁ 5-Tରେ ଅନ୍ତର୍ଭୁକ୍ତ କରିଥିଲେ। ଏପରିକି ସ୍କୁଲର ଆଜବେଷ୍ଟସ୍‌ ଘର ଭାଙ୍ଗି ପକ୍କା ବିଲ୍‌ଡିଂ କରିଦେଲେ।

ଅଦ୍ୟତନ ହୋଇଛି
School

School

Advertisment

ବିଚିତ୍ର ଏ 5-T ବ୍ୟବସ୍ଥା! ହାଇସ୍କୁଲରେ ବିକର ଚିତ୍ର। ଜଣେ ଶିକ୍ଷୟିତ୍ରୀରେ ଚାଲିଛି ହାଇସ୍କୁଲ। ନିଜେ ହିନ୍ଦୀ ଶିକ୍ଷୟିତ୍ରୀ ପ୍ରାର୍ଥନା ପାଇଁ ବେଲ୍‌ ବଜାଉଛନ୍ତି। ଆଉ ଶ୍ରେଣୀରେ ପିଲାମାନଙ୍କୁ ଗଣିତର ଜଟିଳ ଫର୍ମୁଲା ଶିଖାଉଛନ୍ତି। ଖାଲି ଗଣିତ ନୁହେଁ, ବିଜ୍ଞାନର ଟିକିନିକି ରାସାୟନିକ ପ୍ରକ୍ରିୟା ବିଷୟରେ ବୁଝାଉଛନ୍ତି। ପୂରା ଅସହାୟ ହୋଇ ନବମ ଓ ଦଶମ ଶ୍ରେଣୀର ପିଲାମାନେ ହିନ୍ଦୀ ଶିକ୍ଷୟିତ୍ରୀଙ୍କଠାରୁ ଗଣିତ ଓ ବିଜ୍ଞାନ ଫର୍ମୁଲା ଶିଖିବା ପାଇଁ ବାଧ୍ୟ ହେଉଛନ୍ତି। କରିବେବା କଣ? ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅଞ୍ଚଳରେ।

Advertisment

ଶିକ୍ଷା ଆଲୁଅ ଜଳାଇବା ପାଇଁ ଶିମିଳିପାଳ ପଞ୍ଚାୟତ କାଦୋବାହାଳିରେ ୧୯୮୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ। ଏହାରି ଭିତରେ ଅନେକ ବର୍ଷ ବିତି ଗଲାଣି। ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ିଛି ଏହି ବିଦ୍ୟାଳୟ। କିଏ ଇଞ୍ଜିନିୟର ହୋଇଛନ୍ତି ତ ଆଉ କିଏ ଡାକ୍ତର ହୋଇଛନ୍ତି। ଆଉ ଦେଶ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ଦିନେ ଯେଉଁ ବିଦ୍ୟାଳୟ ମଣିଷ ଗଢ଼ୁଥିଲା, ଆଜି ସେଠାରେ ଗଢ଼ାଇବା ପାଇଁ କେହି ନାହାନ୍ତି। ଜଣେ ଶିକ୍ଷୟିତ୍ରୀରେ ଚାଲିଛି ପୂରା ସ୍କୁଲ। ଯେଉଁଠି ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ୬୨ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି।

ସବୁଠାରୁ ଦୁଃଖର ବିଷୟ ସ୍କୁଲରେ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ବିଜେଡି ସରକାର ଏହି ସ୍କୁଲକୁ 5-Tରେ ଅନ୍ତର୍ଭୁକ୍ତ କରିଥିଲେ। ଏପରିକି ସ୍କୁଲର ଆଜବେଷ୍ଟସ୍‌ ଘର ଭାଙ୍ଗି ପକ୍କା ବିଲ୍‌ଡିଂ କରିଦେଲେ। ଲାଇବ୍ରେରୀ, ଲାବୋରେଟାରୀ, ଇ-କ୍ଲାସ୍‌ ରୁମ୍‌, କମ୍ପ୍ୟୁଟର କ୍ଲାସ୍‌ ରୁମ୍‌, ଚକାଚକ୍‌ ଗେଟ୍‌ ଓ ପାର୍କ ଆଦି କରିଦେଲେ। ହେଲେ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି କଲେନାହିଁ। କେବଳ ହିନ୍ଦୀ ଶିକ୍ଷୟିତ୍ରୀରେ ଚାଲିଛି ପୂରା ସ୍କୁଲ। ପ୍ରତିଦିନ ସେ ସ୍କୁଲ ଆସୁଛନ୍ତି। ସ୍କୁଲ ଗେଟ୍‌ର ତାଲା ଖୋଲୁଛନ୍ତି। ଶିକ୍ଷୟିତ୍ରୀ ନିଜେ ପ୍ରାର୍ଥନା ପାଇଁ ବେଲ୍‌ ବଜାଉଛନ୍ତି। ଆଉ ସବୁ ବିଷୟ ପଢ଼ାଉଛନ୍ତି। ନିଜ ବିଷୟ ହିନ୍ଦୀ ସାଙ୍ଗକୁ ଇଂରାଜୀ, ସାହିତ୍ୟ, ଭୂଗୋଳ, ଗଣିତ, ସଂସ୍କୃତ ଓ ବିଜ୍ଞାନ ପଢ଼ାଉଥିବା ଦେଖିବାକୁ ମିଳିଛି। ଶିକ୍ଷକ ନଥିବାରୁ ଏବେ ନବମ ଓ ଦଶମରେ ମାତ୍ର ୬୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

ସ୍କୁଲରେ ଶିକ୍ଷକ ନଥିବାରୁ ଠିକ୍‌ ଭାବେ ପାଠ ପଢ଼ା ହେଉନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଅଭିଭାବକମାନେ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ହେଲେ ନିରାଶ ହେବାକୁ ପଡ଼ିଥିଲା। ପ୍ରଶାସନଠାରୁ ନିରାଶ ହେବା ପରେ ଅଭିଭାବକମାନେ ସ୍କୁଲ ଆଗରେ ଧାରଣାରେ ବସିଥିଲେ। ତେଣୁ ପ୍ରଶାସନ ସ୍କୁଲରେ ୬ ଜଣ ଗେଷ୍ଟ ଟିଚର(ଅବସରପ୍ରାପ୍ତ ଶିକ୍ଷକ)ଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ଦେଇଥିଲେ। ଗେଷ୍ଟ ଟିଚରମାନେ ଆସି କିଛି ଦିନ ପାଠ ପଢ଼ାଇଲେ। ତା’ପରଠାରୁ ଆଉ ଆସୁନାହାନ୍ତି। ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଏମିତି ଚାଲିଛି ସ୍କୁଲ।

ଆଉ କିଛି ଦିନ ପରେ ହେବ ମାଟ୍ରିକ୍‌ ପରୀକ୍ଷା। ଛାତ୍ରଛାତ୍ରୀମାନେ ଦେବେ ବୋର୍ଡ ପରୀକ୍ଷା। ହେଲେ ଆଜି ପର୍ଯ୍ୟନ୍ତ ପିଲାଙ୍କ ବିଷୟ ସରିନି। ପିଲାମାନଙ୍କ ପାଠ ପଢ଼ା ସରିନାହିଁ। ଏପରି ସ୍ଥିତିରେ ପିଲାମାନେ ପରୀକ୍ଷାରେ କଣ ଲେଖିବେ? କେମିତି ନିଜର ଭବିଷ୍ୟତ ଗଢ଼ିବେ, ତାକୁ ନେଇ ସନ୍ଦେହରେ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

Sambalpur BJD 5T
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ