Advertisment

High Court On Divorce Laws : ଏକପାଖିଆ ହୋଇପାରିବ ସହମତି ପ୍ରତ୍ୟାହାର: ଡିଭୋର୍ସ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ହାଇକୋର୍ଟ କହିଛନ୍ତି, ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା ୧୩(B) ଅନୁଯାୟୀ ପତିପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି। ତେବେ କୋର୍ଟ ଚୂଡାନ୍ତ ରାୟ ପ୍ରଦାନ କରିବା ପୂର୍ବରୁ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରାଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
High Court On Divorce Laws

high court

Advertisment

ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ସହମତିରେ ଦାୟର ହୋଇଥିବା ବିବାହ ବିଚ୍ଛେଦ ମାମଲା ବିଚାରାଧୀନ ଥିବା ବେଳେ ପତିପତ୍ନୀଙ୍କ ମଧ୍ୟରୁ କେହିବି ଚାହିଁଲେ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରିପାରିବେ। ରାୟରେ ହାଇକୋର୍ଟ କହିଛନ୍ତି, ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା ୧୩(B) ଅନୁଯାୟୀ ପତିପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି। ତେବେ କୋର୍ଟ ଚୂଡାନ୍ତ ରାୟ ପ୍ରଦାନ କରିବା ପୂର୍ବରୁ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରାଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ହାଇକୋର୍ଟଙ୍କ ବଡ଼ ରାୟ; ସ୍ତ୍ରୀକୁ ଭୂତ-ପିଶାଚ କହିବା କ୍ରୁରତା ନୁହେଁ..

ଗୋଟିଏ ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲାରେ ବାଲେଶ୍ୱର ପାରିବାରିକ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର କରାଯାଇଥିବା ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି । ବାଲେଶ୍ୱର ଅଞ୍ଚଳର ଦମ୍ପତି ୨୦୧୮ ମସିହା ଫେବ୍ରୁଆରୀରେ ବିବାହ କରିଥିଲେ। କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା। ଉଭୟ ବିବାହ ବିଚ୍ଛେଦ ପାଇଁ ବାଲେଶ୍ୱର ଫାମିଲି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା 13(B) ଅନୁଯାୟୀ ଉଭୟ ଡିଭୋର୍ସର ଆବେଦନ କରିଥିଲେ। ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିବା ବେଳେ ପତ୍ନୀଙ୍କ ପକ୍ଷରୁ ୨୦୨୧ ନଭେମ୍ବରରେ ନିଜ ସହମତି ପ୍ରତ୍ୟାହାର ପାଇଁ ଆବେଦନ ହୋଇଥିଲା।

Advertisment

ଏହାର ଠିକ ୪ ଦିନ ପୂର୍ବରୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ଫାମିଲି କୋର୍ଟ। ଏହାକୁ ବିରୋଧ କରି ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ହାଇକୋର୍ଟ ପତ୍ନୀଙ୍କ ଆବେଦନକୁ ଗ୍ରହଣ କରିବା ସହ ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି। ଏଥିସହ ମାମଲା ୨୦୨୦ରୁ ଦାୟର ହୋଇଥିବାରୁ ୬ମାସରେ ଆଇନ ଅନୁଯାୟୀ ସାନି ବିଚାର କରିବାକୁ ବାଲେଶ୍ୱର ପରିବାର ଅଦାଲତକୁ ପୁଣି ମାମଲା ଫେରାଇ ଦେଇଛନ୍ତି ହାଇକୋର୍ଟ।

ଅଧିକ ପଢ଼ନ୍ତୁ: Pravasi Bharatiya Divas Convention: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

Advertisment
Orissa High Court Divorce
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ