Advertisment

ହାଇକୋର୍ଟଙ୍କ ବଡ଼ ରାୟ; ସ୍ତ୍ରୀକୁ ଭୂତ-ପିଶାଚ କହିବା କ୍ରୁରତା ନୁହେଁ..

ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Patna HighCourt

Patna HighCourt

ପାଟନା ହାଇକୋର୍ଟଙ୍କ ବଡ଼ ରାୟ। ସ୍ତ୍ରୀକୁ ଭୂତ, ପିଶାଚ କହିବା କ୍ରୁରତା ନୁହେଁ। ସ୍ୱାମୀ-ସ୍ତ୍ରୀ ମତଭେଦ ମାମଲାର ଶୁଣାଣି ବେଳେ ଏଭଳି ରାୟ ଦେଇଛନ୍ତି ବିହାର ହାଇକୋର୍ଟ। ପାଟନା ହାଇକୋର୍ଟ ଆଇପିସି ଧାରା ୪୯୮A ଅନୁଯାୟୀ ସ୍ୱାମୀଙ୍କ ପ୍ରତି ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ସହିତ ପାଟନା ହାଇକୋର୍ଟ କହିଛନ୍ତି ଯେ ପତ୍ନୀଙ୍କୁ 'ଭୂତ' ଏବଂ 'ପିଶାଚ' କହିବା କ୍ରୁରତା ନୁହେଁ।

Advertisment

ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି। ଏହି ମାମଲାରେ ପାଟନା ହାଇକୋର୍ଟ ସ୍ୱାମୀ ନରେଶ କୁମାର ଗୁପ୍ତା ଏବଂ ଶ୍ୱଶୁର ସହଦେବ ଗୁପ୍ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁହିଁଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ରହିଥିଲା।

ସୂଚନା ମୁତାବକ ନରେଶ ଜ୍ୟୋତିଙ୍କୁ ହିନ୍ଦୁ ରିତୀନୀତି ହିସାବରେ ୧୯୯୩ ମାର୍ଚ୍ଚ ୧ରେ ବିବାହ କରିଥିଲେ। ତା’ପର ବର୍ଷ ଜ୍ୟୋତିଙ୍କ ପିତା କହ୍ନେୟାଲାଲ୍‌ ନରେଶ ଓ ତାଙ୍କ ବାପା ସହଦେବଙ୍କ ନାଁରେ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ନରେଶ ଓ ତାଙ୍କ ପିତା ଜ୍ୟୋତିଙ୍କୁ ଯୌତୁକକୁ ନେଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। କିନ୍ତୁ ହାଇକୋର୍ଟ ଏନେଇ କୌଣସି ପ୍ରମାଣ କି ତଥ୍ୟ ପାଇନଥିଲେ।

Advertisment

ଜଷ୍ଟିସ ଚୌଧୁରୀଙ୍କ ଶୁଣାଣି ଅନୁଯାୟୀ ବର୍ତ୍ତମାନ ସମୟରେ ଅର୍ଥାତ ଏକବିଂଶ ଶତାବ୍ଦୀରେ ସ୍ତ୍ରୀକୁ ଭୂତ-ପିଶାଚ କହି ସମ୍ବୋଧନ କରିବା ସେତେ ମାତ୍ରାର କ୍ରୁରତା କିମ୍ବା ନିର୍ଯାତନା ନୁହେଁ। ତାଙ୍କ କହିବାନୁୟାୟୀ ସ୍ୱାମୀ-ସ୍ତ୍ରୀ ଝଗଡ଼ା ବେଳେ ଅନେକ ପ୍ରକାର ଭାଷା ପ୍ରୟୋଗ ହେଉଛି। ତେବେ ସବୁ ଭାଷାକୁ କ୍ରୁରତାର ଅନ୍ତର୍ଭୂକ୍ତ କରାଯାଇପାରିବ ନାହିଁ। ଭୂତ-ପିଶାଚ ଆଦି ଶବ୍ଦ କ୍ରୁରତା ଅଭିଯୋଗ ଅଧିନକୁ ଆସେ ନାହିଁ।

Bihar High Court
Advertisment
Advertisment