Advertisment

Salman Khan receives new death threats: ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ଉଡ଼ାଇଦେବୁ କାର୍

Salman Khan: ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର ୱାଟସଆପରେ ଆସିଛି ମେସେଜ୍। ୱାଟସଆପରେ ମେସେଜ୍ ଲେଖି ଧମକ ଦେଇଛି ଦୁର୍ବୃତ୍ତ। ଏହାପରେ ଭାଇଜାନଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସଲମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
undefined

Salman Khan

ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର ୱାଟସଆପରେ ଆସିଛି ମେସେଜ୍। ୱାଟସଆପରେ ମେସେଜ୍ ଲେଖି ଧମକ ଦେଇଛି ଦୁର୍ବୃତ୍ତ। ଏହାପରେ ଭାଇଜାନଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସଲମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ। ଏହାପରେ ବାନ୍ଦ୍ରା ଘର ଉପରକୁ ଗୁଳି ମାଡ଼ ବି ହୋଇଥିଲା। ସଲମାନଙ୍କ ଜୀବନ ଉପରେ ବିପଦ ଥିବାରୁ ସୁରକ୍ଷା ବଢ଼ାଇଛନ୍ତି ସରକାର।

Advertisment

ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ଗତ ଅକ୍ଟୋବର ମାସରେ ବି ମିଳିଥିଲା ହତ୍ୟା ଧମକ । ୨ କୋଟି ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ଏହି ଧମକ ପୂର୍ଣ୍ଣ ମେସେଜ ପାଇଥିଲା । ମୁମ୍ବାଇ ପୋଲିସ ଏକ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କୁ ୫ ମାସରେ ମିଳିଲାଣି ୩ ହତ୍ୟା ଧମକ; ଗିରଫ ହେଲା ୨୫ ବର୍ଷର ଯୁବକ

Advertisment

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକ ଗୁଫରାନ ଖାନ ଲକ୍ଷ୍ନୌରୁ ଗିରଫ ହେବା ପରେ ଏବେ ପୁଣି ଏକ ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ପୂର୍ବରୁ ଶେଖ ହୁସେନ ନାମକ ଜଣେ ପରିବା ବ୍ୟବସାୟୀଙ୍କୁ ମଧ୍ୟ ସଲମାନଙ୍କୁ ଧମକ ମେସେଜ ମାମଲାରେ ଗିରଫ କରାଯାଇଥିଲା । ସେ ହ୍ବାଟ୍ସଆପ୍‌ରେ ୫ କୋଟି ଟଙ୍କା ମାଗିଥିଲେ । ନଦେଲେ ହତ୍ୟା ପାଇଁ ଧମକ ଦେଇଥିଲେ । ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ହ୍ବାଟ୍ସଆପରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ପାଖକୁ ସଲମାନଙ୍କ ନିକଟକୁ ଆସିଥିଲା ଧମକ ପୂର୍ଣ୍ଣ ମେସେଜ୍ । ଏଥିରେ ସଲମାନ ଖାନଙ୍କୁ ୫ କୋଟି ଟଙ୍କା ମଗାଯାଇଥିଲା । ଯଦି ବଞ୍ଚିବାକୁ ଚାହୁଁଛ ତେବେ ୫ କୋଟି ଦିଅ ବୋଲି ମେସେଜରେ ଲେଖା ରହିଥିଲା । ଏହି ମେସେଜକୁ ହାଲକା ଭାବେ ନନେବାକୁ କୁହାଯାଇଥିଲା ।

ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ପୋଲିସ ।

ଗତ ବର୍ଷ ଏପ୍ରିଲ ମାସରେ ସଲମାନଙ୍କ ଘର ନିକଟରେ ଗୁଳିକାଣ୍ଡ ଘଟିଥିଲା । ବାରମ୍ୱାର ହତ୍ୟା ଧମକ ମିଳୁଥିବାରୁ ତାଙ୍କ ବାସଭବନରେ ବୁଲେଟପ୍ରୁଫ୍ ଗ୍ଲାସ ଲଗାଯାଇଥିଲା । 

ଅଧିକ ପଢ଼ନ୍ତୁ: ଏମିତି ଭାବେ ଗୁଳି ମାଡ କରିବ ଯେମିତି ସଲମାନ ଖାନ ଡରିଯିବେ; କିଏ ସୁଟର୍ସଙ୍କୁ କହିଥିଲେ ଏମିତି

Salman Khan Mumbai Bollywood Actor Death Threat
Advertisment
Advertisment