Advertisment

Devotees Cheated on Khaja Weight: ସାବଧାନ ! ପୁରୀରୁ ଖଜା କିଣୁଛନ୍ତି  କି ? ହୋଇପାରନ୍ତି ଠକେଇର ଶିକାର...

ପୁରୀ ବଡ଼ ଦାଣ୍ଡରେ ଖଜା କିଣି ହଟହଟା ହେଲେ ଭକ୍ତ। ଓଜନରେ ଠକେଇର ଶିକାର ହୋଇଛନ୍ତି । ଗୋଟେ କିଲୋ ଜାଗାରେ ଗ୍ରାହକଙ୍କୁ ୭ ଶହ ଗ୍ରାମ ଦେଇ ଠକୁଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Devotees Cheated on Khaja Weight in Puri

Devotees Cheated on Khaja Weight in Puri

ପୁରୀ ଯାଉଛନ୍ତି, ଦିଅଁ ଦର୍ଶନ କରୁଛନ୍ତି ଆଉ ଘର ପାଇଁ ଖଜା କିଣୁଛନ୍ତି  କି ? ତେବେ ସାବଧାନ, ଆପଣ ଓଜନ ଠକେଇର ଶିକାର ହୋଇପାରନ୍ତି । ଏବେ ଏଭଳି ଏକ ଅଭିଯୋଗ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ।  

Advertisment

ପୁରୀ ବଡ଼ ଦାଣ୍ଡରେ ଖଜା କିଣି ହଟହଟା ହେଲେ ଭକ୍ତ। ଓଜନରେ ଠକେଇର ଶିକାର ହୋଇଛନ୍ତି । ଗୋଟେ କିଲୋ ଜାଗାରେ ଗ୍ରାହକଙ୍କୁ ୭ ଶହ ଗ୍ରାମ ଦେଇ ଠକୁଛନ୍ତି । ବ୍ରହ୍ମପୁରରୁ ଆସିଥିବା କିଛି ଭକ୍ତ ଏନେଇ ଅଭିଯୋଗ ଆଣିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଘର ଓ ବନ୍ଧୁମାନଙ୍କ ପାଇଁ ପୁରୀ ଖଜା ନେବାକୁ ବୁଲୁଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ଗଳିରେ ଥିବା ଖଜା ଦୋକାନରୁ ୨୦ କିଲୋ ଖଜା କିଣିଥିଲେ ।  ହେଲେ ତାକୁ ପରବର୍ତ୍ତୀ ସମୟରେ ଅନ୍ୟ ଏକ ଦୋକାନରେ ଓଜନ କରିବାରୁ  ୧୪ କିଲୋ ଖଜା ଜଣା ପଡ଼ିଥିଲା। ଅର୍ଥାତ ଖଜା କିଲୋଗ୍ରାମ ପିଛା ୩୦୦ ଗ୍ରାମ କମ । ଏହାକୁ ନେଇ ଖଜା ଦୋକାନୀଙ୍କ ସହ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । 

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖଜା ଦୋକାନୀ , ଖଜା ଏବଂ ମେସିନକୁ ଜବତ କରିବା ସହ ସିଂହଦ୍ୱାର ଥାନାରେ ଅଟକ ରଖିଥିଲେ । କେବଳ ଓଜନରେ ଠକେଇ ନୁହେଁ ତଳେ ପଡିଥିବା ଖଜାକୁ ବି ପ୍ୟାକିଂ କରି ବିକ୍ରି ହେଉଥିବା ଜଣାପଡ଼ିଛି ।  

Advertisment

ଅନ୍ୟପଟେ ପୁରୀରେ ଏହିଭଳି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଓଜନ ମେସିନ ଚଢାଉ ଦେଖିବାକୁ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। 

Puri Devotees
Advertisment
Related Articles
Advertisment