/odishatv-khabar/media/post_attachments/uploadimage/library/16_9/16_9_0/Naxal_1748923014.jpg)
Naxal
ଜେଜେ ତୁମ କଥା ଭାରି ମନେ ପଡ଼ୁଛି....। PLS ଜେଜେ ତୁମେ ଅସ୍ତ୍ର ଛାଡ଼ି, ଘରକୁ ଫେରିଆସ। ଆମେ ସମସ୍ତେ ଖୁସିରେ ରହିବା। ମାଓନେତା ଥିପରି ତିରୁପତିକୁ ଚିଠି ଲେଖି ଏଭଳି ନିବେଦନ କରିଛନ୍ତି ତାଙ୍କ ନାତୁଣୀ ହୁମା। ସବୁବେଳେ ତାଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ଆଜି ପର୍ଯ୍ୟନ୍ତ ନମିଳିବାରୁ ନାତୁଣୀ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଜେଜେବାପାଙ୍କ ପ୍ରତିଥିବା ଭଲପାଇବା ଦର୍ଶାଇବା ସହ ସବୁ କିଛି ଛାଡି ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି ନାତୁଣୀ।
ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା
ହୁମା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପରିବାର ସଦସ୍ୟ ତୁମକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ଆମେ ସବୁ ତୁମର ଫେରିବା ବାଟକୁ ଚାହିଁ ବସିଛୁ। ମୋ ଇଛା ଆଜି ପର୍ଯ୍ୟନ୍ତ ସ୍ବପ୍ନରେ ହିଁ ରହିଯାଇଛି। ପରିବାର ଆପଣଙ୍କୁ ନେଇ ଚିନ୍ତାରେ ରହିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଜଙ୍ଗଲରେ ଅସ୍ତ୍ର ଫିଙ୍ଗି ଘରକୁ ଫେରିଆସ ବୋଲି ହୁମା ଚିଠିରେ ଲେଖିଛନ୍ତି।
ବାସବରାଜୁ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମରିବା ପରେ ମାଓନେତା ତିରୁପତି ମହାସଚିବ ଦୌଡରେ ସାମିଲ ଅଛନ୍ତି।। ମାଓ ନେତା ତିରୁପତି ଓରଫ ଦେବାନ୍ନ ଓରଫ ରାମେଶର ଘର ତେଲଙ୍ଗାନା କରିମନଗର ଆମ୍ବେଦନଗର ଗାଁରେ। ୬ଟି ରାଜ୍ୟର ପୋଲିସ ଦେବନ୍ନାକୁ ଖୋଜୁଛି। ତିରୁପତି ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରହିଛି। ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ସଂଗଠନରେ ସକ୍ରିୟ ରହିଛି ତିରୁପତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)