/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733728484.jpg)
Warning to OAS Officers
ଗାଦି ମଡ଼ା ସାବଧାନ ! ଏବେ ବାଜିବ ସରକାରଙ୍କ ଛାଟ ! ସାବାଡ୍ ହେବେ OAS ଅଫିସର ! ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଗଲାଣି । ଖାଲି ସେତିକି ନୁହେଁ, ବଦଳି ନିର୍ଦ୍ଦେଶ ପରେ ଯଦି ନୂଆ ସ୍ଥାନରେ ଅଫିସରମାନେ ଯୋଗ ନଦିଅନ୍ତି ତେବେ ସରକାର ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୨୫ ବର୍ଷର ସ୍ଥିର ସରକାରରେ ବଡ଼ ବଡ଼ ଅଧିକାରୀଙ୍କ ମୁହଁଟାଣ ହୋଇଛି । ସରକାରଙ୍କ ବାରମ୍ବାର ବଦଳି ନିର୍ଦ୍ଦେଶ ସତ୍ତ୍ୱେ ପୁରୁଣା ଅଫିସ ଛାଡ଼ି ନାହାନ୍ତି କିଛି OAS ଅଫିସର । ଏଭଳି ଘଟଣା ଅନେକ ସ୍ଥାନରୁ ନଜର ଆସିବା ପରେ ଏବେ ନୂଆ ସରକାରଙ୍କ ଟାର୍ଗେଟ୍ରେ ରହିଛନ୍ତି ଏହି ସବୁ ଅଫିସର । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜସ୍ବ ବିଭାଗ ଏପରି ନିର୍ଦ୍ଦେଶ ଦେଇଛି ।
ଅଧିକ ପଢନ୍ତୁ: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍ କୁଟ୍ଟେ
ବଦଳି ନିର୍ଦ୍ଦେଶ ମାନୁ ନଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୭ରେ ବଦଳି ନିର୍ଦ୍ଦେଶ ବାହାରିଥିଲେ ବି ନିର୍ଦ୍ଦେଶନାମାକୁ ମାନିନାହାନ୍ତି ଓଏଏସ ଅଧିକାରୀ । ତେଣୁ ସରକାର ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)