Advertisment

Massive Eviction from Government Quarters: ଓଟିଭିରେ ଖବର ପ୍ରସାରଣ ପରେ ବଡ଼ ଆକ୍ସନ୍, ୨୨୨ ସରକାରୀ କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ

ସରକାରୀ କ୍ବାର୍ଟରରେ ବେଧଡ଼କ ଚାଲିଥିଲା ବ୍ୟବସାୟ । କିଏ କନଭେନସନ ହଲ ଓ କନଫରେନସ୍ ରୁମ୍ କରି ମୋଟା ଅଙ୍କର ଭଡ଼ା ଆଦାୟ କରୁଥିଲା, ତା ଆଉ କିଏ କରିଥିଲା ଫଳ ଗୋଦାମ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ବୁଲନ୍‌ ଭାଇର ସରକାରୀ ଘର

ଓଟିଭିରେ ଖବର ପ୍ରସାରଣ ପରେ ବଡ଼ ଆକ୍ସନ। ରାଜଧାନୀରେ ୨୦୦ରୁ ଅଧିକ ସରକାରୀ କ୍ବାର୍ଟର୍ସକୁ ମାଡ଼ି ବସିଥିବା ଜବଦଖଲକାରୀଙ୍କ କବଳରୁ ଉଦ୍ଧାର ହୋଇଛି ସରକାରୀ କ୍ବାର୍ଟର । ୨୦୨୩ ପରଠୁ ଭୁବନେଶ୍ବର ୟୁନିଟ୍-୨ ଅଞ୍ଚଳରେ ରିନୋଭେସନ୍ ପାଇଁ ଖାଲି କରାଯାଇଥିବା ୭୬୫ଟି କ୍ବାର୍ଟରରୁ ୨୨୨ଟି ମାଡ଼ି ବସିଥିଲେ ବହୁ ଖଳ ପ୍ରକୃତିର ଲୋକ । ଖାଲି ମାଡି ବସିନଥିଲେ, ବରଂ ସେଠାରେ ଯାବତୀୟ ବ୍ୟବସାୟ କରିବା ସହ ଘର ଭଡ଼ାରେ ଦେଇ ମୋଟା ଅଙ୍କର ଟଙ୍କା ବି ଆଦାୟ କରୁଥିଲେ ।

Advertisment

ଅଧିକ ପଢ଼ନ୍ତୁ: କାଲି ପ୍ରକାଶ ପାଇବ +୨ ରେଜଲ୍ଟ : ଏକସଙ୍ଗେ କଳା, ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ସରକାରୀ କ୍ବାର୍ଟରରେ ବେଧଡ଼କ ଚାଲିଥିଲା ବ୍ୟବସାୟ । କିଏ କନଭେନସନ ହଲ ଓ କନଫରେନସ୍ ରୁମ୍ କରି ମୋଟା ଅଙ୍କର ଭଡ଼ା ଆଦାୟ କରୁଥିଲା, ତା ଆଉ କିଏ କରିଥିଲା ଫଳ ଗୋଦାମ । କିଏ କ୍ୟାଟରିଂ ବ୍ୟବସାୟ ପେଣ୍ଠସ୍ଥଳି କରିଥିଲା ତ ଆଉ କିଏ ଚଳାଇଥିଲା ଫର୍ଣ୍ଣିଚର ତିଆରି କାରଖାନା । ଭୁବନେଶ୍ବର ମାର୍କେଟ୍ ବିଲଡିଂ ନିକଟ ଦୁଇ ନମ୍ବର ଅଞ୍ଚଳରେ ପ୍ରାୟ ୨୨୨ଟି ସରକାରୀ କ୍ବାର୍ଟର୍ସରେ ବର୍ଷ ବର୍ଷ ଧରି ଚାଲିଥିବା ଅନଧିକୃତ ଅକ୍ତିଆରକୁ ଜବରଦଖଲ ମୁକ୍ତ କରିବାକୁ ସରକାରୀ ସ୍ତରରେ ନିଆଯାଇଛି ଠୋସ୍ ପଦକ୍ଷେପ ।

Advertisment

ଗତକାଲି ଏ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ । ସକାଳୁ ଆରମ୍ଭ ହୋଇଥିଲା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା । ଜିଏ, ବିଡିଏ ଏବଂ ବିଏମସିର ଉଚ୍ଛେଦ ସ୍କ୍ବାର୍ଡ ମିଳିତ ଭାବେ ଆରମ୍ଭ କରିଥିଲେ ଅପରେସନ୍ ।

୨୦୨୩ରେ ରିନୋଭେସନ୍ ପାଇଁ ୟୁନିଟ ଟୁ ଓ ଏହା ପାଖାପାଖି ଅଞ୍ଚଳରେ ଥିବା ୭୬୫ଟି ସରକାରୀ କ୍ବାର୍ଟରକୁ ଖାଲି କରାଯାଇଥିଲା । ତେବେ ଦୀର୍ଘ ଦିନ ଏସବୁ କ୍ବାର୍ଟର ଧରି ମରାମତ ନ ହୋଇ ଖାଲି ପଡ଼ିବାରୁ ଏହାକୁ ମାଡ଼ି ବସିଥିଲେ କିଛି ଖଳ ପ୍ରକୃତିର ଲୋକ । ସରକାରଙ୍କ ନାକ ତଳେ ତଥା ରାଜଧାନୀର ଛାତି ଉପରେ ଥିବା ଏ ମୂଲ୍ୟବାନ ଜାଗାରେ, ଗୋଟିଏ ପରେ ଗୋଟିଏ କ୍ବାର୍ଟରର ତାଲା ଭାଙ୍ଗି ମାଡ଼ି ବସି ନିଜେ ରହିବା ସହ ଅନେକ ଘରକୁ ଭଡ଼ାରେ ଲଗାଇଥିଲେ କିଛି ଲୋକ । ପ୍ରାୟ ୨୦୦ରୁ ଅଧିକ କ୍ବାର୍ଟରକୁ ନିଜ ଅଧିକାରକୁ ନେଇ ବ୍ୟବସାୟରେ ଲଗାଇ ଦେଇଥିଲେ ବହୁ ବ୍ୟକ୍ତି । ଆଉ ଆଜି ହଠାତ, ଧରପଗଡ଼ କରାଯାଇ, କ୍ବାର୍ଟର ଖାଲି କରିବାକୁ ମିଳିତ ଚଢାଉ ପରେ ଘର ଖାଲି କରିଛନ୍ତି ଅନଧିକୃତ ମାଲିକ ।

ଆଜି ଜବରଦଖଲ ଉଚ୍ଛେଦ ସହ ଜବରଦଖଲକାରୀଙ୍କୁ ପଚରାଉଚରା କରିଥିଲେ ଉଚ୍ଛେଦକାରୀ ଟିମ୍ । ଉଚ୍ଛେଦ ସମୟରେ ଅନେକ କ୍ବାର୍ଟର୍ସରେ ପଡ଼ିଥିଲା ତାଲା ପଡ଼ିଥିବାରୁ ଏହାକୁ ଭାଙ୍ଗି ନୂଆ ତାଲା ପକାଇଛି ପ୍ରଶାସନ। ଏସବୁ କ୍ବାର୍ଟରରୁ ବେଆଇନ ବିଜୁଳି ଓ ପାଣି ସଂଯୋଗକୁ ମଧ୍ୟ ବିଚ୍ଛିନ୍ନ କରିଦିଆଯାଇଛି। ପ୍ରଶାସନର ଏ ଆକ୍ସନ ପରେ କୌଣସି ଅନିୟମିତତାକୁ ଗ୍ରହଣ କରାଯିବନି ବୋଲି କହିଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଝିଅ ପାଇଁ ବଢ଼ିଲାକି ବାପାଙ୍କ ସମ୍ପତ୍ତି ? କରିଦେଲେ ୪ଟା ହୋଟେଲ୍‌...

Bhubaneswar BDA
Advertisment
Related Articles
Advertisment