/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747735646.jpg)
More Power To Ministers
ରାଜ୍ୟ କ୍ୟାବିନେଟ୍ ଢ଼ାଞ୍ଚାରେ ପରିବର୍ତ୍ତନ ହୋଇଛି । ଏଣିକି ସଚିବମାନେ ପୂର୍ବ ଭଳି ପାୱାରଫୁଲ ରହିବେ ନାହିଁ । ଅର୍ଥାତ୍, ସଚିବଙ୍କଠାରୁ ମନ୍ତ୍ରୀଙ୍କ କ୍ଷମତା ଅଧିକ ରହିବ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରିବେ ସଚିବ । ପୂର୍ବ ସରକାର ଭଳି ମନ୍ତ୍ରୀଙ୍କୁ ଗୌଣ କରାଯାଇ ସଚିବଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ନାହିଁ । କ୍ୟାବିନେଟ୍ ସଂପର୍କରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ବିଭାଗକୁ ଏନେଇ ସଂସଦୀୟ ବ୍ୟାପାର ସଚିବ ଚିଠି ଲେଖିଛନ୍ତି। ୫ ଦିନ ପୂର୍ବରୁ କ୍ୟାବିନେଟ୍ ବୈଠକର ତାରିଖ ଧାର୍ଯ୍ୟ ହେବ ।
#ସଚିବଙ୍କ_କ୍ଷମତା_ସଂକୁଚିତ
-ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍ ଢ଼ାଞ୍ଚା
-କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ
-ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ହେଲା ନିଷ୍ପତ୍ତି
-ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା
-ସବୁ ବିଭାଗକୁ ଏନେଇ ଚିଠି ଲେଖିଲେ ସଂସଦୀୟ ସଚିବ
-୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟ୍… pic.twitter.com/oJ1P2w7ct2— ଓଟିଭି (@otvkhabar) May 20, 2025
ସେହିପରି ୩ ଦିନ ପୂର୍ବରୁ କ୍ୟାବିନେଟର ସମସ୍ତ ପ୍ରସ୍ତାବ ଚୂଡାନ୍ତ ହେବ । ଆଉ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବ ମନ୍ତ୍ରୀଙ୍କ ପାଖକୁ ଯିବ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍ ବସି ପାରିବ ନାହିଁ । କେବଳ ଆବଶ୍ୟକସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ ରୁମକୁ ଯାଇପାରିବେ । ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)