Advertisment

କାଳ ସାଜୁଛି ଅଙ୍କାବଙ୍କା ଘାଟି ରାସ୍ତା; ବାରମ୍ବାର ଓଲଟୁଛି ଗ୍ୟାସ୍ ଟ୍ୟାଙ୍କର

ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Hazardous Roads

କାଳ ସାଜୁଛି ଅଙ୍କାବଙ୍କା ଘାଟି ରାସ୍ତା ଓ ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପଟେ ଗଞ୍ଜାମ ଜିଲ୍ଲାରେ ମରଣଯନ୍ତା ପାଲଟିଛି ଆସିକା-ସୋରଡ଼ା ୫୯ ନମ୍ବର ଜାତୀୟ ରାଜପଥ ଏବଂ ବ୍ରହ୍ମପୁର-ଭଞ୍ଜନଗର ରାଜ୍ୟ ରାଜପଥ। 

Advertisment

କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ଅଙ୍କାବଙ୍କା ରାସ୍ତା। ବିଶାଖାପାଟଣାରୁ ଓଡ଼ିଶା ଦେଇ ଛତିଶଗଡ଼କୁ ଲମ୍ବିଥିବା ୨୬ ନମ୍ବର ଜାତୀୟ ରାଜପଥର ପାହାଡ଼ିଆ ରାସ୍ତାରେ ବାରମ୍ବାର ଓଲଟୁଛି ଗ୍ୟାସ୍ ଟ୍ୟାଙ୍କର। ଗତ ଡିସେମ୍ବରରୁ ଏପର୍ଯ୍ୟନ୍ତ ୮ରୁ ଅଧିକ ଗ୍ୟାସ ଟ୍ୟାଙ୍କର ଓଲଟିଥିବା ବେଳେ, ୩ ଜଣଙ୍କ ଜୀବନ ଗଲାଣି। ପଟ୍ଟାଙ୍ଗି ନିକଟସ୍ଥ ରାଜୁଗୁଡ଼ା, ସୁଙ୍କି, ଯୋଡ଼ିମାଦିଲି, ରାଲେଗଡ଼ା ଓ ଜୟପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଛି ଟ୍ୟାଙ୍କର। 

ସବୁଠୁ ବିପଜ୍ଜନକ କଥା ହେଉଛି, ଏହି ସବୁ ଟ୍ୟାଙ୍କରରେ ଅତ୍ୟନ୍ତ ଦହନଶୀଳ LPG ଗ୍ୟାସ୍ ରହୁଥିବାରୁ, ଏହା ଲିକ୍ ହୋଇ ସ୍ଥିତି ଅଧିକ ଜଟିଳ ହେବାର ଭୟ ରହୁଛି। ଉଦ୍ଧାର କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ରାସ୍ତାକୁ ବ୍ଲକ୍ କରାଯାଉଥିବାରୁ, ଦୀର୍ଘ ସମୟ ଧରି ଯାନବାହନ ଅଟକି ରହୁଛି ଓ ଲୋକେ ହଇରାଣ ହେଉଛନ୍ତି। ତେବେ ଅନ୍ୟ ଗାଡ଼ି ତୁଳନାରେ ସେହି ଗ୍ୟାସ୍ ଟ୍ୟାଙ୍କର କାହିଁକି ଅଧିକ ଦୁର୍ଘଟଣାଗ୍ରସ୍ତ ହେଉଛି, ତାହା ଚିନ୍ତାର କାରଣ ପାଲଟିଛି । ସେପଟେ ରାସ୍ତାର ବୁଲାଣି ଗୁଡ଼ିକୁ ସିଧା କରିବା କଷ୍ଟକର ବୋଲି ଜାତୀୟ ରାଜପଥ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କହିଥିବା ବେଳେ, ଉପଜିଲ୍ଲାପାଳ କହିଛନ୍ତି ଦୁର୍ଘଟଣା ଏଡ଼ାଇବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ।

Advertisment

ଗଞ୍ଜାମ ଜିଲ୍ଲାରେ ମରଣଯନ୍ତା ପାଲଟିଛି ଆସିକା-ସୋରଡ଼ା ୫୯ ନମ୍ବର ଜାତୀୟ ରାଜପଥ ଏବଂ ବ୍ରହ୍ମପୁର-ଭଞ୍ଜନଗର ରାଜ୍ୟ ରାଜପଥ। କାଳଷଣ୍ଡପୁର ଠାରୁ ସୋରଡ଼ା ପର୍ଯ୍ୟନ୍ତ ରାସ୍ତାକାମ ୨ ବର୍ଷ ହେଲା ସରିବାର ନାଁ ଧରୁନି। ଘାସିବିଲି ରାସ୍ତା ଖାଲଖମାରେ ଭର୍ତ୍ତି । ଏପଟେ ବ୍ରହ୍ମପୁର-ଭଞ୍ଜନଗର ରାସ୍ତା ସଂପ୍ରସାରଣ କାମ ସରୁନଥିବାରୁ ବାଲିଛାଇ ଓ ନିମିନା ଆଦି ସ୍ଥାନ ଦୁର୍ଘଟଣା ପ୍ରବଣ ପାଲଟିଛି। ସେହିଭଳି ଆସିକା ଡିପଲ୍ ସ୍କୁଲ ନିକଟ ମୁଖ୍ୟ ରାସ୍ତାରେ ଗତ ୧୦ ମାସରେ ୬ଟି ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଛି। କିଛି ସ୍ଥାନରେ କେବଳ ମୋରମ୍ ପକାଇ ଠିକା ସଂସ୍ଥା ନିଦକ ନିଦରେ ଶୋଇଥିବା ବେଳେ, ଏପଟେ ଦୁର୍ଘଟଣା ଏଡ଼ାଇବାକୁ ଲୋକେ ପୂଜାପାଠ କରିବା ଯାଏଁ ବି କଥା ଗଲାଣି। ତେବେ ରାସ୍ତାକାମ ଶୀଘ୍ର ସରିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

National Highways Accidents
Advertisment
Advertisment