Advertisment

IPL Final 2025: ଆଜି ଆଇପିଏଲ୍ ମହାସମର; ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ

ଆଜି ଗୁଜରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୧୮ ତମ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
IPL 2025

IPL 2025

କିଏ ହେବ ଆଇପିଏଲ୍-୨୦୨୫ ଚାମ୍ପିଅନ୍। ଦୀର୍ଘ ୭୨ ଦିନର ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ ପରେ ଆଜି ହେବ ଆଇପିଏଲ ୧୮ତମ ସଂସ୍କରଣର ଫାଇନାଲ ମ୍ୟାଚ । ଆଜି ଆଇପିଏଲ୍ ଗ୍ରାଣ୍ଡ୍ ଫାଇନାଲ। ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ମ୍ୟାଚ୍ ରହିଛି।

Advertisment

ଉଭୟ ଟିମ୍ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି। ଆରସିବି ଦ୍ବିତୀୟ ସ୍ଥାନରେ ରହିଛି। ତେବେ ଲିଗ୍ ପର‌୍ୟ୍ୟାୟ ମ୍ୟାଚରେ ଉଭୟ ଟିମ୍ ର ଦମଦାର ପ୍ରଦର୍ଶନ ରହିଥିଲା। ତେଣୁ ଫାଇନାଲରେ କଡ଼ା ଟକ୍କର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। ଉଭୟ ଟିମ୍ ଭିତରୁ ଯିଏ ବି ବିଜୟୀ ହେବେ ପ୍ରଥମ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିବେ। ଆରସିବି କି ପଞ୍ଜାବ ପୂର୍ବରୁ କେବେ ହେଲେ ଆଇପିଏଲ୍ ଟ୍ରଫି ଜିତି ନାହାନ୍ତି।

କିନ୍ତୁ ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ବି ଚାମ୍ପିଅନ ହୋଇନାହାନ୍ତି । 

Advertisment

ଅଧିକ ପଢ଼ନ୍ତୁ: ଏଲିମିନେଟର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍‌, ୩ ବର୍ଷ ପରେ IPLରେ ହେଉଛି କମ୍‌ବ୍ୟାକ୍‌

ସମ୍ଭାବ୍ୟ ରୟାଲ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ, ରଜତ ପଟିଦାର,(ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ/ଟିମ୍ ଡେଭିଡ, ଜିତେଶ ଶର୍ମା, ରୋମାରିଓ ସେଫର୍ଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟଶ ଦୟାଲ, ଜୋସ ହାଜେଲଉଡ, ସୂୟାଶ ଶର୍ମା

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଜୋସ ଇଂଲିଶ, ଶ୍ରେୟାସ ଆୟର(ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ୍ ବ୍ରାର, କେଲି ଜାମିସନ, ୟୁଝବେନ୍ଦ୍ର ଚହଲ, ବିଜୟ କୁମାର ବୈଶାଖ

ଆଇପିଏଲ ବିଜେତା ତାଲିକା:
୨୦୦୮- ରାଜସ୍ଥାନ ରୟାଲ୍ସ
୨୦୦୯- ଡେକାନ ଚାର୍ଜର୍ସ
୨୦୧୦- ଚେନ୍ନାଇ ସୁପର କିଙ୍ଗ୍ସ
୨୦୧୧- ଚେନ୍ନାଇ ସୁପର କିଙ୍ଗ୍ସ
୨୦୧୨- କୋଲକାତା ନାଇଟ ରାଇଡର୍ସ
୨୦୧୩- ମୁମ୍ବାଇ ଇଣ୍ଡିଆନ୍ସ
୨୦୧୪- କୋଲକାତା ନାଇଟ ରାଇଡର୍ସ
୨୦୧୫- ମୁମ୍ବାଇ ଇଣ୍ଡିଆନ୍ସ
୨୦୧୬- ସନରାଇଜର୍ସ ହାଇଦ୍ରାବାଦ
୨୦୧୭- ମୁମ୍ବାଇ ଇଣ୍ଡିଆନ୍ସ
୨୦୧୮- ଚେନ୍ନାଇ ସୁପର କିଙ୍ଗ୍ସ
୨୦୧୯- ମୁମ୍ବାଇ ଇଣ୍ଡିଆନ୍ସ
୨୦୨୦- ମୁମ୍ବାଇ ଇଣ୍ଡିଆନ୍ସ
୨୦୨୧- ଚେନ୍ନାଇ ସୁପର କିଙ୍ଗ୍ସ
୨୦୨୨- ଗୁଜରାଟ ଟାଇଟାନ୍ସ
୨୦୨୩- ଚେନ୍ନାଇ ସୁପର କିଙ୍ଗ୍ସ
୨୦୨୪- କୋଲକାତା ନାଇଟ ରାଇଡର୍ସ

ଅଧିକ ପଢ଼ନ୍ତୁ: କର ବା ମର ସ୍ଥିତିରେ ପଞ୍ଜାବ-ମୁମ୍ବାଇ; କଣ କହୁଛି ଟ୍ରାକ୍‌ ରେକର୍ଡ଼ ? ଜାଣନ୍ତୁ...

Gujarat IPL Narendra Modi Stadium
Advertisment
Advertisment