/odishatv-khabar/media/post_attachments/uploadimage/library/16_9/16_9_0/Forester__1726024716.jpg)
Forester
କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ଫରେଷ୍ଟର ଦୀପକ ସାହୁ ଗୁରୁତର ଘଟଣା । କଟକ ଏସସିବିରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଚେତା ଫେରିଥିବା ଜଣାପଡ଼ିଛି । ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ସେଣ୍ଟ୍ରାଲ ICUରେ ଫରେଷ୍ଟର ଦୀପକ ସାହୁଙ୍କୁ ଚିକିତ୍ସା କରାଯାଉଥିଲା । ତାଙ୍କୁ ଅବଜରଭେସନରେ ରଖାଯିବା ପରେ ଏବେ ତାଙ୍କର ଚେତା ଫେରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଫରେଷ୍ଟରଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ଏସସିବି ଡାକ୍ତର ।
ଅଧିକ ପଢ଼ନ୍ତୁ: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମରୁଡ଼ି ! ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ
ଏପଟେ ଅସବାଧାନତା ପାଇଁ କାହିଁକି ଅଘଟଣ ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ସୂଚନା ଅନୁସାରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରୁବେଳେ ନିକଟରେ ଥିବା ଫରେଷ୍ଟରଙ୍କ ଦେହରେ ବାଜିଥିଲା ଟ୍ରାଙ୍କୁଲାଇଜ ଇଞ୍ଜେକସନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରେ ଘଟିଥିଲା ଏହି ଅଘଟଣ । ତେବେ ଏଥିରେ ଗୁରୁତର ବିରାଶାଳ ଫରେଷ୍ଟର ଦୀପକ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଏହି ରେଞ୍ଜର କଙ୍କଡାହାଡ ଫରେଷ୍ଟ ସେକ୍ସନରେ ଉତ୍ପାତ କରୁଥିବା ଏକ ଭାଲୁକୁ କାବୁ କରିବା ଲାଗି ଯୋଜନା କରିଥିଲା ବନ ବିଭାଗ । ଏଥିପାଇଁ କେରଜୋଳିଠାରେ ଭାଲକୁ ଟ୍ରାଙ୍କୁଲାଇଜ୍ କରିବା ଲାଗି ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ । ତେବେ ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ ଭୁଲରେ ଭାଲୁ ବଦଳରେ ଫରେଷ୍ଟରଙ୍କ ଦେହରେ ବାଜିଥିଲା ।
#ଫରେଷ୍ଟରଙ୍କ_ଫେରିଲା_ଚେତା
୧୦ ଘଣ୍ଟା ପରେ ଫେରିଲା ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ୍ ବାଜିଥିବା ଫରେଷ୍ଟରଙ୍କ ଚେତା। ଢେଙ୍କାନାଳ କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ଫରେଷ୍ଟର ଦିପକ ସାହୁ ଗୁରୁତର ହୋଇଥିଲେ। pic.twitter.com/ufg5w6d1Va— ଓଟିଭି (@otvkhabar) September 11, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)