/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726040385.jpg)
Capital Hospital
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମରୁଡି । ରାଜଧାନୀର ସବୁଠୁ ବଡ଼ ସରକାରୀ ହସ୍ପିଟାଲକୁ ସାରା ରାଜ୍ୟରୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ରୋଗୀ । ହେଲେ ଡାକ୍ତର ଅଭାବରୁ କିଏ ଚିକିତ୍ସା ସେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି ତ କିଏ ଚିକିତ୍ସା ନ ପାଇ ଫେରି ଯାଉଛି । କ୍ୟାପିଟାଲ ହସ୍ପିଟାଲରେ ରହିବା କଥା ୧୭୫ ଜଣ ଡାକ୍ତର । ହେଲେ ଏବେ ୬୪ ପଦବୀ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି।
ଅଧିକ ପଢ଼ନ୍ତୁ: ରୋଗୀ ହନ୍ତସନ୍ତ, VIPଙ୍କ ସେବାରେ ଡାକ୍ତର ମାଳମାଳ
କେବେଳ ଡାକ୍ତର ନୁହେଁ ନର୍ସିଂ ଅଫିସର କ୍ଷେତ୍ରରେ ବି ସମାନ ସ୍ଥିତି । ହସ୍ପିଟାଲରେ ୨୧୪ ନର୍ସିଂ ଅଫିସର ପଦବୀ ରହିଥିଲେ ବି ଫାଙ୍କା ପଡ଼ିଛି ୫୩ ପୋଷ୍ଟ । ସବୁଠୁ ବଡ଼ କଥା ହେଲା ନିୟମିତ ରୋଗୀ ସେବା ପାଇଁ ଡାକ୍ତର ଅଭାବ ଥିବା ବେଳେ ଭିଆଇପିଙ୍କ ପ୍ରୋଟୋକଲ୍ ଡ୍ୟୁଟି ତୁଲାଇବାକୁ ନିୟୋଜିତ ହେଉଛନ୍ତି ଏହି ହସ୍ପିଟାଲର ମାଳ ମାଳ ଡାକ୍ତର । ପ୍ରତିଦିନ ଅତିକମରେ ୮ରୁ ୧୦ ଜଣ ଡାକ୍ତର କେବଳ ସରକାରୀ ପ୍ରୋଟୋକଲ୍ ତୁଲାଉଛନ୍ତି । ବର୍ଷ ତମାମ କ୍ୟାପିଟାଲ ହସ୍ପିଟାଲର ୬ ଜଣ ଡାକ୍ତର ସବୁଦିନ ରାଜ୍ୟପାଳ ଓ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ସିଫ୍ଟରେ ଡ୍ୟୁଟି କରୁଛନ୍ତି । ସେମାନଙ୍କ ଛୁଟିଦିନରେ ଆଉ ୨ ଜଣ ଡାକ୍ତରଙ୍କୁ ଏ ଦାୟିତ୍ବ ତୁଲାଇବାକୁ ପଡ଼ୁଛି।
ଏଭଳି ସ୍ଥିତିରେ ରାଜଧାନୀର ମୁଖ୍ୟ ସରକାରୀ ଚିକିତ୍ସାଳୟର ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ପ୍ରତିଦିନ ଏଠାକୁ ଆସୁଥିବା ରୋଗୀ ସଂଖ୍ୟା ବଢୁଥିବା ବେଳେ ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଏକ ପ୍ରକାର ବିଫଳ ହେଉଛି । କେବଳ କ୍ୟାପିଟାଲ ନୁହେଁ ରାଜ୍ୟରେ ୧୫ ହଜାର ୭୭୪ ଡାକ୍ତର ପଦବୀ ଥିବା ବେଳେ ୫ ହଜାର ୭୬୪ ପଦବୀ ଖାଲି ପଡ଼ିଛି । ଏଭଳି ସ୍ଥିତିରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗୁଛ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)