• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା ସୁବିଧା (OPT IN ) ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ବାଦ ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରା ଯୋଜନାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁମାନେ ଭୁଲରେ ବାଦ ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ e-KYC କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର କୁ ଯାଇ ବାୟୋମେଟ୍ରିକ ପଦ୍ଧତିରେ ନିଜର e-KYC କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ଜାନୁଆରୀ ୧୫ ପରେ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ସୂଚନା ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆବେଦନକାରୀଙ୍କ ନାଁରେ ଜମି ୫ ଏକର ଅଛି କି ନାହିଁ ସେ ସର୍ଭେ ଜାନୁଆରୀ ୧୫ରେ ସରିବା ପରେ ଟଙ୍କା ମିଳିବ ବୋଲି କହିଥିଲେ। । ତା ସହ ଆସନ୍ତା ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ୨ଟି ଯାକ କିସ୍ତି ମିଳିଯିବ । ଆଗରୁ ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, ହେଲେ ମାର୍ଚ୍ଚ ୩୦ ପରେ ବି ଆବେଦନ କଲେ ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ ।

ଏବେ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲୁଛନ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ ଜାରି ରହିବ । ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ତଥ୍ୟ ଅନୁସାରେ ଅଦ୍ୟାବଧି ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି । ଯାହା ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୨୭୯ ଜଣଙ୍କୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସାରିଛି ।

ଅଧିକ ପଢ଼ନ୍ତୁ: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍; ଡକାୟତଙ୍କ ଗୁଳିରେ ୨ଜଣଙ୍କର ମୃତ୍ୟୁ...

OTV is now on Whatsapp

Join and get latest news update delivered to you via whatsapp

Join Now