Advertisment

Sujeet Kumar: ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର...

ବିଧାନସଭାରେ ଆଜି ନାମାଙ୍କନ ଦାଖଲ କରିବେ ସୁଜିତ କୁମାର। ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିବେ।

ଅଦ୍ୟତନ ହୋଇଛି
 Sujeet Kumar

Sujeet Kumar

Advertisment

ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର। ବିଧାନସଭାରେ ଆଜି ନାମାଙ୍କନ ଦାଖଲ କରିବେ। ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିବେ। ବିଜେଡିର ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। 

Advertisment

ଏହାପୂର୍ବରୁ ମମନ୍ତା ମହନ୍ତ ବି ବିଜେଡି ଛାଡ଼ି ବିଜେପି ଆସିବା ପରେ ପୁଣି ତାଙ୍କୁ ଦଳ ରାଜ୍ୟସଭା ପଠାଇଛି। ସମାନ ଫମୁର୍ଲା ଭାବେ ସୁଜିତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ପଠାଇବାକୁ ଯୋଜନା କରିଛି। ଏପ୍ରିଲ ୨୦୨୬ ଯାଏଁ ରହିଛି ସୁଜିତ କୁମାର କାର୍ଯ୍ୟକାଳ। ସେପଟେ ଆସନ୍ତାକାଲି ନାମାଙ୍କନ ଦାଖଲ ଶେଷ ତାରିଖ ଥିବା ବେଳେ ୨୦ ତାରିଖରେ ହେବ ନିର୍ବାଚନ।

ଅଧିକ ପଢନ୍ତୁ : Accident In Odisha: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

Advertisment

 

ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଥିଲେ ।  ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଥିଲା । ମମତା ନୂଆ ସମୀକରଣ ଆଡକୁ ଇଙ୍ଗିତ କରି କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସମୟ ଆସିଲେ ସବୁ ଜଣାପଡିବ। ମୋ ପରେ ସୁଜିତ କୁମାର ଦଳ ଛାଡିଲେ, ଆଗକୁ ଆହୁରି ଆସିପାରନ୍ତି ବୋଲି କହିଥିଲେ । 

ପ୍ରଶ୍ନ ଉଠୁଛି କାହିଁକି ଦୁଇ ଦୁଇ ଜଣ ବିଜେଡି ସାଂସଦ ଦଳ ଛାଡ଼ିଲେ ? ମମତା ମହାନ୍ତ, କିଛିଦିନ ତଳେ ବିଜେଡି ଛାଡିବା ବେଳେ ଦଳରେ ବବି-ପାଣ୍ଡିଆନଙ୍କ ଏକଛତ୍ରବାଦ କଥା ଉଠାଇ ବର୍ଷିଥିଲେ । ଏପରିକି ତାଙ୍କୁ ରାଜ୍ୟସଭାରୁ କାଢି ଅଣାଯିବ ବୋଲି କୁଆଡେ ବବି ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ । ଏବେ ସୁଜିତ କୁମାର ଉଭୟ ନେତାଙ୍କ ନାଁ ନେଇନଥିଲେ ମଧ୍ୟଅନୁରୂପ ଅଭିଯୋଗ ଆଣି କହିଥିଲେ ଯେ, ତାଙ୍କୁ ରାଜ୍ୟସଭାରୁ କାଢ଼ି ଦିଆଯିବା ସହ ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ ବୋଲି କଳାହାଣ୍ଡି ଆସି ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତା ଧମକାଇଥିଲେ।

Advertisment

ଅଧିକ ପଢନ୍ତୁ : ଆପଣଙ୍କ ସ୍ମାର୍ଟ ଟିଭି ବାରମ୍ବାର ହ୍ୟାଙ୍ଗ୍ ହେଉଛି କି… ବ୍ୟସ୍ତ ହୁଅନ୍ତୁ ନାହିଁ; ନିଜେ କରନ୍ତୁ ସମାଧାନ

BJP Rajya Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ