Advertisment

Ex-Army Jawan Seeks Justice: ବାଃ ବାଃରେ ବ୍ୟବସ୍ଥା; ବୟସର ଅପରାହ୍ଣରେ ନ୍ୟାୟ ମାଗୁଛନ୍ତି ଯବାନ

ଦୀର୍ଘ ୪୩ ବର୍ଷର ସଂଘର୍ଷ ପରେ ବି ସେ ଆଜି ଥକି ପଡ଼ିନାହାନ୍ତି । ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ି ଚାଲିଛନ୍ତି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ କଥା ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରିନି l

author-image
Sujit kumar Swain
ଅଦ୍ୟତନ ହୋଇଛି
 Ex-Army Jawan Seeks Justice

Ex-Army Jawan Seeks Justice

ଚାକିରି ସରିଗଲା...ଯବାନ ଡାକ ବି ଲିଭିଗଲା । ଆଉ ଏବେ ପହଞ୍ଚିଛନ୍ତି ବୟସର ଅପରାହ୍ଣରେ । ଦୀର୍ଘ ୪୩ ବର୍ଷର ସଂଘର୍ଷ ପରେ ବି ସେ ଆଜି ଥକି ପଡ଼ିନାହାନ୍ତି । ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ି ଚାଲିଛନ୍ତି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ କଥା ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରିନି l ବିନା ଅପରାଧରେ ତାଙ୍କୁ ଚାକିରିରୁ ନିବୃତ୍ତ କରାଯାଇଛି । ଫଳରେ ପ୍ରତିଦିନ ଦୁଃଖରେ କଟୁଛି ତାଙ୍କ ସଂସାର । 

Advertisment

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୁମ୍ଭାରୀ ଗାଁରେ ବୁଦ୍ଧିମନ୍ତ ବେହେରାଙ୍କ ଘର । ୧୯୭୫ ମସିହା ଫେବ୍ରୁଆରୀ ୨୦ରେ ସେ ଭାରତୀୟ ସ୍ଥଳ ସେନାରେ ଯୋଗ ଦେଇଥିଲେ । ଆଉ ଠିକ୍‌ ଠାକ୍‌ ପାଞ୍ଚ ବର୍ଷ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ହେଲେ ପରେ ସେ ଗାଁକୁ ଆସିବା ପରେ ବିନା ଦୋଷରେ ତାଙ୍କ ନାଁରେ ଚାରି ଚାରିଟି ଅପରାଧିକ ମାମଲା ପୋଲିସ ରୁଜୁ କରିଥିଲା l  ଆଇନର ଆଶ୍ରୟ ନେଇ ବୁଦ୍ଧିମନ୍ତ ସମସ୍ତ ମାମଲାରେ ଦୋଷ ମୁକ୍ତ ହୋଇଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟରେ ସେ କାର୍ଯ୍ୟରେ ଯୋଗ ଦେଇନପାରିବାରୁ ତାଙ୍କୁ ୧୯୮୧ରେ ଚାକିରିରୁ ନିବୃତ୍ତ କରାଯାଇଥିଲା । ଖାଲି ସେତିକି ନୁହେଁ ସ୍ଥଳସେନା କର୍ମଚାରୀ ଭାବେ ତାଙ୍କୁ ମିଳିବାକୁ ଥିବା ସମସ୍ତ ସୁବିଧାରୁ ସେ ବଞ୍ଚିତ ରହିଛନ୍ତି ।

ଅଧିକ ପଢନ୍ତୁ: ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ! ୩ ଗିରଫ, ଘାଣ୍ଟୁଛି ସିବିଆଇ

Advertisment

ଏବେ ବୁଦ୍ଧିମନ୍ତଙ୍କୁ ୬୮ ବର୍ଷ ହେଲାଣି । ହେଲେ ପରିବାର ପ୍ରତିପୋଷଣ କରିବାକୁ ସେ ଦିନ ମଜୁରିଆ ଭାବେ କାମ କରୁଛନ୍ତି  l କାମ କରିବାକୁ ଦେହରେ ଆଉ ବଳ ନାହିଁ । ଦିନେ ଖଟି ଗୁଜୁରାଣ ମେଣ୍ଟାଉଥିଲେ ଆଉ ଦିନେ ଉପବାସ ରହିବାକୁ ପଡୁଛି l ଏସବୁ ଭିତରେ ବି ନ୍ୟାୟ ପାଇଁ ସେବେ ଠାରୁ ଆଜି ପର୍ଯ୍ୟନ୍ତ ସଂଘର୍ଷ କରି ଚାଲିଛନ୍ତି l 

 ଘଟଣାରେ ନ୍ୟାୟ ପାଇଁ ବୁଦ୍ଧିମନ୍ତ ଦୀର୍ଘ ୪୩ ବର୍ଷ ଭିତରେ ବହୁଥର ଓଡିଶା ଉଚ୍ଚ ନ୍ୟାୟାଳୟ ଠାରୁ ଆରମ୍ଭ କରି ରାଜ୍ୟପାଳ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜାତୀୟ ମାନବାଧିକାର କମିଶନ ଏବଂ ଏସସିଏସଟି କମିଶନ ଆଗରେ ବହୁବାର ଗୁହାରି କରିଛନ୍ତି। ହେଲେ ଏଯାଏଁ ତାଙ୍କୁ ନ୍ୟାୟ ମିଳିନି l ତେବେ କେବେ ତାଙ୍କୁ ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା । 

ଅଧିକ ପଢନ୍ତୁ: ପୁଣି ଧୋକ୍କା ଦେଲା ଗୁଗୁଲ୍ ମ୍ୟାପ୍...ଘାଟି ରାସ୍ତାରେ ୩ ଦିନ ଧରି ଫସିଛି ଚାଉଳ ବୋଝେଇ ଟ୍ରକ୍

Aska Army Jawan Justice Jawan Special Story
Advertisment
Advertisment