Advertisment

Eviction of Illegal Occupants: ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତ ସମୟରେ ଉତ୍ତେଜନା, ଡରିଲାନି ଏନଫୋର୍ସମେଣ୍ଟ ଟିମ୍

ରାଜଧାନୀର ୟୁନିଟ୍-2 ଅଞ୍ଚଳରେ ଜାରି ରହିଥିବା ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତବେଳେ ଉତ୍ତେଜନା, ନାଲି ଆଖି। ହେଲେ କିଛି ଶୁଣିଲେନି ଏନଫୋର୍ସମେଣ୍ଟ ଟିମ୍। କାଲି ଓ ଆଜିକୁ ମିଶାଇ ମୋଟ୍ ୨୬ଟି କ୍ବାର୍ଟର ଅକ୍ତିଆରକୁ ଆସିଥିବାବେଳେ ୧୮ଟିରେ ଲାଗିଛି ଜଉମୁଦ।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

eviction

ରାଜଧାନୀର ୟୁନିଟ୍-2 ଅଞ୍ଚଳରେ ଜାରି ରହିଥିବା ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତବେଳେ ଉତ୍ତେଜନା, ନାଲି ଆଖି। ହେଲେ କିଛି ଶୁଣିଲେନି ଏନଫୋର୍ସମେଣ୍ଟ ଟିମ୍। କାଲି ଓ ଆଜିକୁ ମିଶାଇ ମୋଟ୍ ୨୬ଟି କ୍ବାର୍ଟର ଅକ୍ତିଆରକୁ ଆସିଥିବାବେଳେ ୧୮ଟିରେ ଲାଗିଛି ଜଉମୁଦ। ଆଜି କେମିତି ଥିଲା ଜବରଦଖଳ ଉଚ୍ଚେଦବେଳର ସ୍ଥିତି, ଆସନ୍ତୁ ଦେଖିବା।

Advertisment

କେତେବେଳେ ନିଜକୁ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା, କେତେବଳେ ସାମ୍ବାଦିକ ତ ପୁଣି କେତେବେଳେ ଓକିଲ କହି ଏଣୁତେଣୁ କାଗଜ କାଢ଼ି ରୋବାବ୍ ବି ଦେଖାଇଲେ । ହେଲେ କିଛି ଶୁଣିଲାନି ଜିଏ-ବିଡିଏ ଓ ବିଏମ୍ସି ସହ ଅନ୍ୟ ଡିପାର୍ଟମେଣ୍ଟକୁ ନେଇ ଆକ୍ସନ ମୋଡ୍ କୁ ଆସିଥିବା ଏନଫୋର୍ସମେଣ୍ଟ ଟିମ୍। କେଉଁଠି ଗେଟ୍ ତାଲା ଭାଙ୍ଗି ଭିତରେ ପଶିଥିଲା, ତ କେଉଁଠି କ୍ବାର୍ଟରରୁ ପାଣି ଲାଇନ୍ କାଟି କ୍ବାର୍ଟରକୁ ନିଜ କବଜାକୁ ନେଇଥିଲା। ରାଜଧାନୀର ୟୁନିଟ୍ ୨ ଅଞ୍ଚଳରେ ଆଜି ଦ୍ବିତୀୟ ଦିନ ପାଇଁ ସରକାରୀ କ୍ବାର୍ଟରରୁ ବେଆଇନ୍ ଜବରଦଖଲ ଉଚ୍ଛେଦବେଳେ ଇଏ ଥିଲା କଥା କଟାକଟି ବେଳର ଦୃଶ୍ୟ। ଓଡ଼ଶା କନଷ୍ଟ୍ରକସନ ମଜଦୁର ମହାସଂଘ ନାଁରେ ବୋର୍ଡ ମାରି ଏଠି ଆଡ୍ଡା ଜମାଇ ରହୁଥିଲେ କିଛି ଲୋକ। ଆଉ ଆଜି ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚି ଘରୁ ଜବରଦଖଲ ଉଚ୍ଚେଦ କରି ଜଉ ମୁଦ ଲଗାଇଛି। ତେବେ ଅନୁମତିପତ୍ର ନଥାଇ କ୍ବାର୍ଟର ମାଡ଼ି ବସିଥିବା ଜବରଦଖଲକାରୀ ପ୍ରଥମେ ପ୍ରଥମେ ତାଉ ଦେଖାଉଥିବାବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାବେଳେ କିନ୍ତୁ ଥ ଥ ମ ମ ହୋଇଯାଇଥିଲେ। କେହି କେହି କୋର୍ଟର ଦ୍ବାରସ୍ଥ ହେବେ ବୋଲି ଧମକାଇଥିବାବେଳେ, ଜିଏ ବିଭାଗ କର୍ମଚାରୀ କିନ୍ତୁ କହିଛନ୍ତି- ଆମେ କେବଳ ସରକାରୀ ନିର୍ଦ୍ଦେଶ ପାଳନ କରୁଛୁ।

ଅଧିକ ପଢ଼ନ୍ତୁ: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!

ରାଜଧାନୀ ଛାତି ଉପରେ ଖାଲି ପଡ଼ିଥିବା ବହୁ ସରକାରୀ କ୍ବାର୍ଟର ଏବେ ବେଆଇନ୍ ଭାବେ ଜବରଦଖଲକାରୀଙ୍କ କବଜାରେ। ଯାହାକୁ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଏହି କ୍ରମରେ ୟୁନିଟ୍ ୨ ଅଞ୍ଚଳରେ ଗତକାଲିଠୁ ଚାଲିଛି ଉଚ୍ଛେଦ କାର୍ଯ୍ୟ। ତଥ୍ୟ ଅନୁସାରେ ଏହି ଅଞ୍ଚଳରେ ମୋଟ୍ ୪୧୦ଟି ସରକାରୀ କ୍ବାର୍ଟର ରହିଛି। ତା ଭିତରୁ ୨୨୨ଟି ଫାଙ୍କା ପଡ଼ିଥିବାବେଳେ ୯୦ଟି ଜବରଦଖଲ ଅବସ୍ଥାରେ ଅଛି। ଗତକାଲି ୧୬ଟିକୁ ଖାଲି କରାଯାଇ ୮ଟିରେ ସିଲ୍ ମରାଯାଇଥିବାବେଳେ ଆଜି ଆଉ ୧୦ଟିରେ ଜଉମୁଦ ଦିଆଯାଇଛି। ଫଳରେ ଦୁଇ ଦିନରେ ୧୮ଟି କ୍ବାର୍ଟର ସିଲ୍ ହେଲାଣି। କ୍ୟାପିଟାଲ ରି ଡେଭଲପମେଣ୍ଟ ପ୍ରୋଜେକ୍ଟରେ ସରକାର ନୂଆ ଘର ନିର୍ମାଣର ଯୋଜନା ରଖିଥିବା ସୂଚନା ମିଳିଛି। ତେବେ ବେଆଇନ୍ ଜବରଦଖଲ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଏକାମ୍ର ବିଧାୟକ। ଏମିତିକି କୌଣସି ଅନୁଷ୍ଠାନ ବା ସଂସ୍ଥାକୁ ସରକାର ବିନା ଅନୁମତିରେ କ୍ବାର୍ଟର ଆଲର୍ଟ କରି ନାହାନ୍ତି।

Advertisment

ରାଜଧାନୀରେ ବେଆଇନ ଜବରଦଖଲକାରୀଙ୍କ କବଜାରେ ରହିଥିବା କ୍ବାର୍ଟର ହେଉ କି ବନ୍ଦ ଥିବା ସରକାରୀ ଘର, ସବୁକୁ ମାସେରୁ ଦୁଇ ମାସ ଭିତରେ ସରକାର ସବୁକୁ ନିଜ ଅକ୍ତିଆରକୁ ଆଣିବା ନେଇ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ବିଜ୍ଞାନ ଓ ବାଣିଜ୍ୟରେ ବଢ଼ିଲା ପାସ୍ ହାର

Odisha Government Eviction
Advertisment
Advertisment