/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747915207.jpg)
Pension Money
ଜରାଜୀର୍ଣ୍ଣ ଶରୀର । ଚାଲିବା ତ ଦୂରର କଥା, ଅଣ୍ଟା ସଳଖି ଛିଡା ହେବାକୁ ବି ଦେହରେ ବଳ ନାହିଁ । ତଥାପି ମୁଣ୍ଡରେ ଗାମୁଛାଟିଏ ଭିଡି କଂକ୍ରିଟ ରାସ୍ତାରେ ଘୁଷୁଡି ଘୁଷୁଡି ଚାଲିଛନ୍ତି ୮୦ ବର୍ଷର ବୃଦ୍ଧ । ତା' ପୁଣି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇଁ । ଏଭଳି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୋର ପଞ୍ଚାୟତରେ । ବୃଦ୍ଧ ଜଣକ ହେଲେ କୋର ଗାଁର ଶ୍ରୀଧର ସାହୁ । ଆଜି ବାର୍ଦ୍ଧକ୍ୟ ଭତ୍ତା ନେବାକୁ ସେ ଏଭଳି ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଛନ୍ତି ।
ଅଧିକ ପଢନ୍ତୁ : 'ଯଦି ଜାମିନରେ ଯିବାକୁ ଚାହୁଁଛ, ସକାଳୁ ଆସି ବ୍ୟାଙ୍କ ସଫା କର'
ପୂର୍ବରୁ ଶ୍ରୀଧରଙ୍କ ଝିଅ ପଞ୍ଚାୟତକୁ ଯାଇ ଭତ୍ତା ଟଙ୍କା ଆଣୁଥିଲେ । ହେଲେ ଚଳିତ ମାସରେ ପଞ୍ଚାୟତ ଅଧିକାରୀ ଝିଅକୁ ଭତ୍ତା ଦେବାକୁ ମନା କରିଦେଇଥିଲେ । ଯାହାଫଳରେ ବାଧ୍ୟ ହୋଇ କଂକ୍ରିଟ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ଭତ୍ତା ପାଇଁ ଯାଇଥିଲେ ୮୦ ବର୍ଷୀୟ ଶ୍ରୀଧର । ତେବେ ଏହି ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧାବାଟକୁ ଆସି ଶ୍ରୀଧରଙ୍କୁ ଭତ୍ତା ଟଙ୍କା ଦେଇଥିଲେ l
ଅସହାୟ ଓ ବୃଦ୍ଧଙ୍କୁ ଘରେ ଭତ୍ତା ଟଙ୍କା ଦେବାର ରାଜ୍ୟ ସରକାରଙ୍କ ପ୍ରାବଧାନ ଥିବାବେଳେ ଶ୍ରୀଧରଙ୍କୁ କାହିଁକି ଏହି ସେବା ମିଳୁନାହିଁ ସେନେଇ ପ୍ରଶ୍ନ ଉଠିଛି । ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ, ଅତୀତରେ ଏଭଳି ଅନେକ କରୁଣ ଦୃଶ୍ୟ ରାଜ୍ୟରୁ ସାମ୍ନାକୁ ଆସିଛି । ତଥାପି ସରୁନି ଏହି ଭତ୍ତା ଯନ୍ତ୍ରଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)