Advertisment

Drone Spotted Over Puri Srimandir: ସୁରକ୍ଷା ବ୍ୟବସ୍ଥାକୁ ଫୁ’ କରି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍; ଏଯାଏଁ ଧରାପଡ଼ିନାହାନ୍ତି ଅଭିଯୁକ୍ତ...

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍...ଅଟକିଲା, ଉଡ଼ିଲା ଆଉ ଛୁ’ ମାରିଲା... ପ୍ରଶାସନ ଓ ପୋଲିସକୁ ଖୋଲା ଚ୍ୟାଲେଞ୍ଜ... ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ସତ୍ତ୍ବେ ଘୁରି ବୁଲିଲା ଡ୍ରୋନ୍।

author-image
Sujit kumar Swain
undefined

Drone Spotted Over Puri Srimandir

ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ସୁଟ୍ କରାଯାଇଛି। ଅଧ ଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଘୁରି ବୁଲିବା ପରେ ବି ପୋଲିସ୍ ନା ପ୍ରଶାସନ କେହି ନା ଜାଣିପାରିଲେ ନା ଏବେ ଯାଏଁ ଅଭିଯୁକ୍ତଙ୍କୁ ଧରିପାରିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। 

Advertisment

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍...ଅଟକିଲା, ଉଡ଼ିଲା ଆଉ ଛୁ’ ମାରିଲା... ପ୍ରଶାସନ ଓ ପୋଲିସକୁ ଖୋଲା ଚ୍ୟାଲେଞ୍ଜ... ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ସତ୍ତ୍ବେ ଘୁରି ବୁଲିଲା ଡ୍ରୋନ୍। ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍...ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଆଉ ଠିକ୍ ଏହି ସମୟରେ ସିଂହଦ୍ବାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଲା ଡ୍ରୋନ। ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ସୁଟ୍ କରିଥିଲା। ଏମିତିକି ବେଶ ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ ହେଲେ ନା ପୋଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି। 

ଅଧିକ ପଢ଼ନ୍ତୁ: କାରକୁ ୩ ଥର ଧକ୍କା ଦେଲା ହାଇୱା, ୨ ବିଜେପି ନେତା ମୃତ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା କିଛି ନୂଆ କଥା ନୁହେଁ। ଗତବର୍ଷ ଆକାଶ ମାର୍ଗରୁ ଭିଡିଓ ଉଠାଇ ଏହାକୁ ନିଜ ୟୁଟ୍ୟୁବ୍ ପେଜରେ ଅପଲୋଡ୍ କରି ବିବାଦକୁ ଆସିଥିଲେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ୨୦୧୮ ମସିହାରେ ବି ଏମାର ମଠ ଉପରେ ରହି ଡ୍ରୋନ୍ ସାହାଯ୍ୟରେ ଶ୍ରୀମନ୍ଦିରର ଭିଜୁଆଲ୍ ନିଆଯାଇଥିଲା। ତା ପୂର୍ବରୁ ୨୦୧୭ରେ ରାଧାବଲ୍ଲଭ ମଠରୁ ଡ୍ରୋନ୍ ଉଡ଼ାଇ ଧରାପଡ଼ିଥିଲେ ୪ ବିଦେଶୀ ପର୍ଯ୍ୟଟକ। କେତେବେଳେ ଡ୍ରୋନ୍ ଉଡ଼ୁଛି ପୁଣି କେତେବେଳେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ଭାଇରାଲ୍ ହୋଇଛି। ଏକାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଧରିଛି ପୋଲିସ୍। ଏହା ସତ୍ବେ ବି ନା ପ୍ରଶାସନ ଚେତୁଛି ନା ଏଥିରେ ସଂପୂର୍ଣ୍ଣ ରୋକ୍ ଲଗାଯାଇ ପାରୁଛି। ପରିସ୍ଥିତି ଏମିତି ହେଲାଣି କି ଶ୍ରୀମନ୍ଦିର ଉପରେ ଧ୍ବଜା ବାନ୍ଧିବାକୁ ଯାଇଥିବା ସେବାୟତ ବି ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଡ୍ରୋନ୍ ପାଇଁ।

Advertisment

ଶ୍ରୀମନ୍ଦିର ପରିସର ହେଉଛି ନୋ ଫ୍ଲାଇଂ ଜୋନ୍। ତଥାପି ସବୁ ନିୟମକୁ ଫୁ’ କରି ଉଡ଼ାଯାଉଛି ଡ୍ରୋନ୍। ଖାଲି ଡ୍ରୋନ୍ ନୁହେଁ ରିତିମତ ମୋବାଇଲ୍ ବି ପ୍ରବେଶ କରୁଛି ଶ୍ରୀମନ୍ଦିରକୁ। ବେଫିକର୍ ଭାବେ ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଉଛି ଫଟୋ ଆଉ ଭିଡିଓ। ହେଲେ ଏଭଳି ତ୍ରୁଟି ସବୁ କେମିତି ଘଟୁଛି? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ ଅଧିକାରୀ କରୁଛନ୍ତି କଣ? ପରିକ୍ରମା ପ୍ରକଳ୍ପ ନିର୍ମାଣ ହେବା ପରେ ଶ୍ରୀମନ୍ଦିର ଚାରିପଟେ ଥିବା ୱାଚ୍ ଟାୱାରକୁ ହଟାଇ ଦିଆଯାଇଛି, ତାହା ବି ଶ୍ରୀମନ୍ଦିର ପ୍ରତି ବିପଦ ବଢ଼ାଇଛି। ଏଥର ସିନା ଡ୍ରୋନ୍ ଉଡ଼ିବା ସମୟର ଭିଡିଓ ମିଳିଲା, ଅନେକ ସମୟରେ ଡ୍ରୋନ୍ ଉଡ଼ିବା ଘଟଣା ବି ଜଣାପଡ଼େନି। ଏପରି ସ୍ଥଳେ ପୁରୀ ଏସପି କହିଛନ୍ତି ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କୁ ଧରାଯିବ। ଅପରପକ୍ଷେ, ଶ୍ରୀମନ୍ଦିର ଚାରିପାଖ ପୁଣିଥରେ ୱାଚ୍ ଟାଓ୍ୱାର ନିର୍ମାଣ କରି ସୁରକ୍ଷା କର୍ମୀ ମୁତୟନ କରିବାକୁ ଚିନ୍ତା କରାଯାଉଥିବା ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ସ୍ପା ସେଣ୍ଟରରେ ଅଚାନକ ଚଢାଉ, ଅସଞ୍ଜତ ଅବସ୍ଥାରେ ଧରାହେଲେ ଯୁବକ ଯୁବତୀ

Srimandir Jagannath Temple Puri Jagannath Temple Puri Srimandir Drone
Advertisment
Advertisment